Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Karisma Gets Emotional / ସ୍ୱାମୀଙ୍କ ମୃତ୍ୟୁକୁ ବର୍ଷେ: ମନେ ପକାଇ ଏମିତି ପୋଷ୍ଟ କଲେ ଅଭିନେତ୍ରୀ, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·1 month ago·2 min read
ସ୍ୱାମୀଙ୍କ ମୃତ୍ୟୁକୁ ବର୍ଷେ: ମନେ ପକାଇ ଏମିତି ପୋଷ୍ଟ କଲେ ଅଭିନେତ୍ରୀ, ଫ୍ୟାନ୍ସ କହିଲେ...
Karisma Gets Emotional

Key Points

ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ବିତିଗଲା
ତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ କରିସ୍ମା କପୁର
କହିଲେ, ତୁମେ ସବୁବେଳେ ମୋ ହୃଦୟରେ ରହିବ

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ବିତିଗଲାଣି। ତାଙ୍କ ପୂର୍ବତନ ସ୍ୱାମୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ, କରିସ୍ମା ତାଙ୍କୁ ଲୁହଭରା ଆଖିରେ ମନେ ପକାଇଛନ୍ତି ଏବଂ ତାଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ମଧ୍ୟ ସେୟାର କଲେ। କରିସ୍ମାଙ୍କ ପୂର୍ବତନ ସ୍ୱାମୀଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

.କରିସ୍ମାଙ୍କ ପୋଷ୍ଟ ଚର୍ଚ୍ଚାରେ:

କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସଞ୍ଜୟ କପୁରଙ୍କ ମୃତ୍ୟୁ ତାରିଖ ଲେଖିଥିଲେ। ଏହା ବ୍ୟତୀତ, ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଥିଲେ।''କରିସ୍ମା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ୧୨/୬/୨୦୨୫। ସଞ୍ଜୟ ସବୁବେଳେ ଆମ ହୃଦୟରେ ରହିବେ''। ପୂର୍ବତନ ସ୍ୱାମୀଙ୍କ ସ୍ମୃତିରେ କରିସ୍ମାଙ୍କ ଭାବପ୍ରବଣ ପୋଷ୍ଟ ଦେଖି ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇପଡୁଛନ୍ତି।ଏହା ଭିତରେ ସଞ୍ଜୟଙ୍କ ମୃତ୍ୟୁକୁ ବର୍ଷେ ବିତିଗଲାଣି।

.ସଞ୍ଜୟ କପୁରଙ୍କ ମୃତ୍ୟୁ କେବେ ଏବଂ କିପରି ହୋଇଥିଲା?

ସଞ୍ଜୟ କପୁରଙ୍କ ବିଷୟରେ କହିବାକୁ ଗଲେ, ସେ ୧୨ ଜୁନ୍ ୨୦୨୫ରେ ଇଂଲଣ୍ଡରେ ମୃତ୍ୟୁବରଣ କରିଥିଲେ। ରିପୋର୍ଟ ଅନୁସାରେ, ସେ ପୋଲୋ ଖେଳୁଥିବା ସମୟରେ ଏକ ମହୁମାଛି ତାଙ୍କ ଗଳାରେ ପ୍ରବେଶ କରିଥିଲ। ଯାହା ପରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ତା’ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ସଂଜୟ କପୁରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଯେଉଁଥିରେ କରିସ୍ମା ତାଙ୍କ ପିଲାମାନେ, ସମାଇରା ଏବଂ କିୟାନଙ୍କ ସହିତ ଯୋଗ ଦେଇଥିଲେ। ତାଙ୍କ ଭଉଣୀ କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ ମଧ୍ୟ ସେଠାରେ ତାଙ୍କ ସହିତ ଉପସ୍ଥିତ ଥିଲେ।''

.କରିସ୍ମା ଏବଂ ସଞ୍ଜୟଙ୍କ ବିବାହ ତିଷ୍ଠି ପାରିଲା ନାହିଁ: 


କରିସ୍ମା ଏବଂ ସଞ୍ଜୟ କପୁର ୨୯ ସେପ୍ଟେମ୍ବର ୨୦୦୩ରେ ବିବାହ କରିଥିଲେ। ଏହି ବିବାହରୁ ସେମାନଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ କିଛି ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା। ୨୦୧୪ ମସିହାରେ, ଦୁହେଁ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ୨୦୧୬ ମସିହାରେ ସେମାନଙ୍କର ଛାଡପତ୍ର ଚୂଡ଼ାନ୍ତ ହୋଇଥିଲା।

୨୦୧୬ ମସିହାରେ କରିସ୍ମା ସଞ୍ଜୟ କପୁର ଏବଂ ତାଙ୍କ ମାଆଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ।କିନ୍ତୁ ସଞ୍ଜୟଙ୍କ ମୃତ୍ୟୁରେ କରିସ୍ମା ଏବଂ ତାଙ୍କ ଦୁଇ ପିଲା ମର୍ମାହତ ହୋଇଥିଲେ।ଆପଣଙ୍କୁ କହି ରଖୁଛୁ ଯେ ବ୍ୟବସାୟୀ ସଞ୍ଜୟ କପୁର 30,000 କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି।ଏହି ସମ୍ପତ୍ତିର ଅଧିକାର ସମ୍ପର୍କରେ କରିସ୍ମାଙ୍କ ପିଲାମାନେ, ସଞ୍ଜୟଙ୍କ ପତ୍ନୀ ପ୍ରିୟା ସଚଦେବ କପୁର,ତାଙ୍କ ମାଆ ରାଣୀ କପୁର ଏବଂ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Karisma Gets Emotional | Karisma Kapoor Gets Emotional Remembering Ex-Husband Sanjay Kapur One Year After His Death | Argus News | Argus News