କର୍ମ ହିଁ ଧର୍ମ...ଟ୍ରେଲର ରିଲିଜ୍ ପରେ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା !

ଅର୍ଗସ ବ୍ୟୁରୋ: ପରଦାରେ ଧର୍ମାନ୍ତରୀକରଣର ସତ। ଚଳଚିତ୍ର ମାଧ୍ୟମରେ ସାମ୍ନାକୁ ଆସିବ ତୃଣମୂଳସ୍ତରରେ ଚାଲିଥିବା ଧର୍ମ ପରିବର୍ତ୍ତନର ଘୃଣ୍ୟ ଖେଳ। ଆସନ୍ତା ଫେବ୍ରୁଆରୀ 7ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ସନାତନୀ - କର୍ମ ହିଁ ଧର୍ମ ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟ୍ରେଲର ରିଲିଜ୍ ସେବା ପରେ ସୋସିଆଲ୍ ମିଡିଆରେ ଛାଇ ଯାଇଛି ଏହି ଫିଲ୍ମ। ପୁଣି ରିଲିଜ୍ ହେବା ପୂର୍ବରୁ ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଏହି ଫିଲ୍ମ ପାଲଟିଛି ଚର୍ଚ୍ଚାର ପ୍ରସଙ୍ଗ।
ବଳପୂର୍ବକ ହେଉ ବା ପ୍ରଲୋଭନ ମାଧ୍ୟମର ବା ଛଳନା ଦ୍ବାରା ଧର୍ମାନ୍ତରୀକରଣ କରିବା ଏକ ସାଂଘାତିକ ପ୍ରସଙ୍ଗ । ଯାହା ସମ୍ବିଧାନ ବିରୋଧୀ ମଧ୍ୟ । ଓଡ଼ିଶା ଫ୍ରିଡମ୍ ଅଫ୍ ରିଲିଜିଅନ୍ ଆକ୍ଟ ବା ଓଡ଼ିଶା ଧର୍ମ ସ୍ବାଧୀନତା ଆଇନ, ୧୯୬୭ ଅନୁସାରେ କୌଣସି ବ୍ୟକ୍ତି ବଳ ପ୍ରୟୋଗ କରି, ପ୍ରଲୋଭନ ଦେଖାଇ କିମ୍ବା କିଛି ପ୍ରତାରଣାମୂଳକ ଉପାୟରେ ସିଧାସଳଖ କିମ୍ବା ଅନ୍ୟ କୌଣସି ଉପାୟରେ କୌଣସି ବ୍ୟକ୍ତିଙ୍କୁ ଗୋଟିଏ ଧାର୍ମିକ ବିଶ୍ବାସରୁ ଅନ୍ୟ ଏକ ଧାର୍ମିକ ବିଶ୍ବାସକୁ ପରିବର୍ତ୍ତନ କରିବେ ନାହିଁ କିମ୍ବା ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ନାହିଁ କିମ୍ବା ଏପରି କୌଣସି ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବେ ନାହିଁ। ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଇନ ଓ ଦଣ୍ଡ ବ୍ୟବସ୍ଥା ଥିଲେ ବି ରାଜ୍ୟର କେତେକ ଅଞ୍ଚଳରେ ଲୋକଙ୍କୁ ଭ୍ରମିତ କରି କରାଯାଉଛି ଧର୍ମ ପରିବର୍ତ୍ତନ। ସରଳ ନିରୀହ ଆଦିବାସୀଙ୍କୁ କରାଯାଉଛି ଟାର୍ଗେଟ୍। ଆଦିବାସୀଙ୍କୁ କେମିତି ମିଛ ପ୍ରଲୋଭନ ଦେଖାଇ ପ୍ରବର୍ତ୍ତା ଯାଏ, ଆଉ ତାପରେ କେମିତି କରାଯାଏ ସେମାନଙ୍କ ଜମି ବାଡ଼ି ଦଖଲ। ତାର ନିଚ୍ଛକ ଚିତ୍ର ଦେଖାଇବ ଚଳଚ୍ଚିତ୍ର ସନାତନୀ କର୍ମ ହିଁ ଧର୍ମ।
📱 Get Argus News App
✨ଧର୍ମ ପରିବର୍ତ୍ତନ ଜନିତ ସଚେତନତା ଉପରେ ଆଧାରିତ ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ନିର୍ମିତ ଏହି ସିନେମା । ସନାତନ ଧର୍ମର ରକ୍ଷକ ଭାବେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ସମ୍ବିତ ଆଚାର୍ଯ୍ୟ ।
