Videos
|
Entertainment

Operation Sindoor / ବଡ଼ ପରଦାରେ ‘ଅପରେସନ୍ ସିନ୍ଦୂର’, ମୁଖ୍ୟ ଭୂମିକାରେ ନଜର ଆସିବେ କି କାର୍ତ୍ତିକ ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ବଡ଼ ପରଦାରେ ‘ଅପରେସନ୍ ସିନ୍ଦୂର’, ମୁଖ୍ୟ ଭୂମିକାରେ ନଜର ଆସିବେ କି କାର୍ତ୍ତିକ ?
Operation Sindoor

Key Points

‘ଅପରେସନ୍ ସିନ୍ଦୂର’ରେ ହିରୋ ହେବେ କାର୍ତ୍ତିକ ଆର୍ଯ୍ୟନ ! ଜାଣନ୍ତୁ ପୂରା ଖବର
ବଡ଼ ପରଦାରେ ‘ଅପରେସନ୍ ସିନ୍ଦୂର’, ମୁଖ୍ୟ ଭୂମିକାରେ ନଜର ଆସିବେ କି କାର୍ତ୍ତିକ ?
ବିବେକ ଅଗ୍ନିହୋତ୍ରୀଙ୍କ ‘ଅପରେସନ୍ ସିନ୍ଦୂର’ରେ କାର୍ତ୍ତିକଙ୍କ ଏଣ୍ଟ୍ରି ? ଚର୍ଚ୍ଚାରେ ବଡ଼ ଖବର
‘ଅପରେସନ୍ ସିନ୍ଦୂର’ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିଲା ଅଫର୍ ? ନିର୍ମାତାଙ୍କ ଘୋଷଣାକୁ ଅପେକ୍ଷା 

ବଲିଉଡ୍ ଅଭିନେତା କାର୍ତ୍ତିକ ଆୟନ ନିଜର ଆଗାମୀ ଫିଲ୍ମଗୁଡ଼ିକୁ ନେଇ ଲଗାତାର ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ତାଙ୍କର କୌଣସି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍ ହୋଇନାହିଁ । ତେବେ ଆଗାମୀ ଦିନରେ ତାଙ୍କର ଅନେକ ପ୍ରୋଜେକ୍ଟ ଆସିବାକୁ ରହିଛି । ଏହାରି ମଧ୍ୟରେ ସୁଟିଂ ସମୟରେ ସାମାନ୍ୟ ଆହତ ହେବା କାରଣରୁ ସେ କିଛି ଦିନ ପାଇଁ ବିଶ୍ରାମ ନେଇଥିଲେ । କିନ୍ତୁ ଏବେ ସେ ପୁଣି କାମକୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଏହି ସମୟରେ କାର୍ତ୍ତିକଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଅପରେସନ୍ ସିନ୍ଦୂର’ ରେ କାର୍ତ୍ତିକ ଆୟନ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବୋଲି କୁହାଯାଉଛି ।

‘ଅପରେସନ୍ ସିନ୍ଦୂର’ରେ ହିରୋ ହେବେ କାର୍ତ୍ତିକ !
ନିକଟରେ ‘ଭାରାଇଟି ଇଣ୍ଡିଆ’ର ଏକ ରିପୋର୍ଟ ଅନୁସାରେ, ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଅପରେସନ୍ ସିନ୍ଦୂର’ ପାଇଁ କାର୍ତ୍ତିକ ଆୟନଙ୍କୁ ବଛା ଯାଇଛି । ଏହି ଫିଲ୍ମରେ ସେ ମୁଖ୍ୟ ଅଭିନେତା ଭାବେ ଦେଖାଦେବେ ବୋଲି କୁହାଯାଉଛି । ଏହି ଫିଲ୍ମଟି ଲେଫ୍ଟନାଣ୍ଟ ଜେନେରାଲ୍ କେ.ଜେ.ଏସ୍. ‘ଟାଇନି’ ଢିଲ୍ଲୋନଙ୍କ ପୁସ୍ତକ ‘ଅପରେସନ୍ ସିନ୍ଦୂର: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଇଣ୍ଡିଆଜ୍ ଡିପ୍ ଷ୍ଟ୍ରାଇକ୍ସ ଇନସାଇଡ୍ ପାକିସ୍ତାନ’ ଉପରେ ଆଧାରିତ । ତେବେ ଏପର୍ଯ୍ୟନ୍ତ ନିର୍ମାତାଙ୍କ ପକ୍ଷରୁ କାର୍ତ୍ତିକ ଆୟନଙ୍କ ନାମକୁ ନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇନାହିଁ । ତେଣୁ ଏହି ଖବର ଉପରେ ନିର୍ମାତାଙ୍କ ମୋହର ଲାଗିବାକୁ ଏବେ ଅପେକ୍ଷା ରହିଛି ।

କେବେ ହୋଇଥିଲା ଫିଲ୍ମର ଘୋଷଣା ?
ବିବେକ ଅଗ୍ନିହୋତ୍ରୀ ଏବଂ ଟି-ସିରିଜ୍‌ର ମିଳିତ ସହଯୋଗରେ ୨୬ ମାର୍ଚ୍ଚ ୨୦୨୬ରେ ‘ଅପରେସନ୍ ସିନ୍ଦୂର’ ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଥିଲା । ଘୋଷଣା ପରଠାରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବା ପାଇଁ ବଲିଉଡ୍‌ର ଅନେକ ବଡ଼ ପ୍ରଯୋଜନା ସଂସ୍ଥା ଆଗ୍ରହୀ ଥିବା କୁହାଯାଉଥିଲା । ଶେଷରେ ଭୂଷଣ କୁମାରଙ୍କ ଟି-ସିରିଜ୍ ଏବଂ ବିବେକ ଅଗ୍ନିହୋତ୍ରୀ ଏହି ପ୍ରୋଜେକ୍ଟର ଅଧିକାର ହାସଲ କରି ଫିଲ୍ମର ଘୋଷଣା କରିଥିଲେ ।

କ’ଣ ଥିଲା ଅପରେସନ୍ ସିନ୍ଦୂର ?
୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରାଯାଇଥିଲା । ୭ ମେ’ ୨୦୨୫ରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoJK)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା । ଏହି ଅପରେସନ୍ ଭାରତର ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ।

ଏହି ଘଟଣାକୁ ନେଇ ଫିଲ୍ମ ନିର୍ମାଣର ଅଧିକାର ହାସଲ କରିବା ପାଇଁ ବିଭିନ୍ନ ପ୍ରଯୋଜନା ସଂସ୍ଥା ମଧ୍ୟରେ ପ୍ରତିଯୋଗିତା ହୋଇଥିବା ରିପୋର୍ଟରେ କୁହାଯାଇଛି । ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ଏହି ପ୍ରୋଜେକ୍ଟ ସହ ଯୋଡ଼ି ହେବା ପରେ ଫିଲ୍ମକୁ ନେଇ ଉତ୍ସୁକତା ଆହୁରି ବଢ଼ିଛି । ତେବେ କାର୍ତ୍ତିକ ଆୟନ ପ୍ରକୃତରେ ଏହି ଫିଲ୍ମରେ ଅଭିନୟ କରିବେ କି ନାହିଁ, ତାହା ନିର୍ମାତାଙ୍କ ଅଫିସିଆଲ୍ ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: