Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମହାକୁମ୍ଭରେ ଶାଶୂଙ୍କ ସହ ବୁଡ ପକାଇଲେ କ୍ୟାଟ୍ରିନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହାକୁମ୍ଭରେ ଶାଶୂଙ୍କ ସହ ବୁଡ ପକାଇଲେ କ୍ୟାଟ୍ରିନା

ମହାକୁମ୍ଭରେ ବଲିଉଡ ଅଭିନେତ୍ରୀ। ତ୍ରିବେଣୀ ସଙ୍ଗମରେ ବଢିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦୂରଦୂରାନ୍ତରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ। ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଆଉ ଦିନକ ପରେ ମହାଶିବରାତ୍ରୀ ଦିନ ସମାପନ ହେବାକୁ ଯାଉଛି କୁମ୍ଭ ମେଳା । ଏହାରି ଭିତରେ ଏବେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ପ୍ରୟାଗରେ ପହଞ୍ଚି ବୁ଼ଡ ପକାଇଛନ୍ତି । କିଛିଦିନ ପୂର୍ବରୁ ଫିଲ୍ମ ‘ଛାବା’ ଅଭିନେତା ଭିକି କୌଶଳ ସଙ୍ଗମରେ ସ୍ନାନ କରିବାକୁ ପହଞ୍ଚିଥିଲେ। ଏବେ ତାଙ୍କର ମାଆ ନିଜ ବୋହୂ କ୍ୟାଟ୍ରିନାଙ୍କୁ ନେଇ ତ୍ରିବେଣୀରେ ବୁଡ଼ ପକାଇଛନ୍ତି।

କ୍ୟାଟ୍ରିନା ମହାକୁମ୍ଭରେ ବୁଡ ପକାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାସହ କ୍ୟାଟ କହିଛନ୍ତି ଯେ, ସେ ମହାକୁମ୍ଭ ଆସି ଖୁବ ଖୁସି ଅଛନ୍ତି। କ୍ୟାଟ୍ରିନା କହିଥିଲେ କି, ସେ ପୂରା ଦିନ ପ୍ରୟାଗରାଜରେ ରହିବେ। ସେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପହଞ୍ଚି ସନାତନ ସଂସ୍କୃତିର ପବିତ୍ର ପର୍ବର ସୁଖଦ ଅନୁଭୂତି ପ୍ରାପ୍ତ କରିଛନ୍ତି । ସ୍ୱାମୀଜୀ ତାଙ୍କୁ ଭଗବାନ ଶିବଙ୍କ ମୂର୍ତ୍ତି ଓ ରୁଦ୍ରାକ୍ଷ ଚାରା ଭେଟି ଦେଇଛନ୍ତି । ସେ କହିଛନ୍ତି, ମୁଁ ଖୁବ୍‌ ଭାଗ୍ୟଶାଳୀ । ଏହା ଅତ୍ୟନ୍ତ ସୁନ୍ଦର ସ୍ଥାନ । ମୁଁ ଏହି ସମୟରେ ସ୍ୱାମୀଜୀଙ୍କ ସହ ଅଛି । ତାଙ୍କ ସହ କଥା ହେଉଛି ।

ତାଙ୍କର ଆଶୀର୍ବାଦ ନେଉଛି। କ୍ୟାଟ୍ରିନାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ମହାକୁମ୍ଭରେ ସବୁଠୁ କଣ ଭଲ ଲାଗିଲା , ସେ କହିଲେ-ମୁଁ ଏବେ ଏଠାକୁ ଆସିଛି ତ ସେଥିପାଇଁ ମୋର ଅନୁଭବ ଏବେ ଆରମ୍ଭ ହେଉଛି। ଏଠାର ଯେଉଁ ଶକ୍ତି ସୌନ୍ଦର୍ଯ୍ୟତା ଅଛି ତାହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏବେ ସ୍ୱାମୀଜୀଙ୍କ ସହ ବସିବି ଏବଂ କଥାବାର୍ତ୍ତା କରିବି। ଆଜି ତ ଏହାର ଆରମ୍ଭ , ଏଠାରେ ପୂରାଦିନ ବିତାଇବି। କ୍ୟାଟଙ୍କୁ ଦେଖିବା ପାଇଁ ମହାକୁମ୍ଭରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଯାହା ପ୍ରୟାଗରେ ଭିଡକୁ ଆହୁରି ବଢାଇଦେଇଥିଲା । କ୍ୟାଟ୍ରିନା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟିଥିଲେ। କ୍ୟାଟ୍ରିନାଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି।

କ୍ୟାଟ ତାଙ୍କ ଶାଶୂଙ୍କ ସହ ମହାକୁମ୍ଭ ଯାଇଥିବା ଦେଖିବାକୁ ମିଳିଛି। କ୍ୟାଟ୍ରିନା ଧାର୍ମିକ ଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଏବଂ ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ଅଭିନେତ୍ରୀଙ୍କ ସହିତ ତାଙ୍କ ଶାଶୁ ବୀଣା କୌଶଲ ମଧ୍ୟ ନୀଳ ସୁଟରେ ଦେଖିବାକୁ ମିଳିଥିଲେ । ମହାକୁମ୍ଭ ମେଳା ଜାନୁଆରୀ ୧୩, ୨୦୨୫ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ରେ ଶେଷ ହେବ। ମହାକୁମ୍ଭ ଶିବରାତ୍ରି ଦିନ ଶେଷ ହେବ। ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମସ୍ଥଳ - ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପାଇଁ ବହୁ ସଂଖ୍ୟକ ଭକ୍ତ ଆସୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Katrina Kaif reaches Maha Kumbh following Chhaava success; taken holy dip in Triveni Sangam | Argus News