ଏହି ରୋଗ ସହ ସଂଘର୍ଷ କରୁଛନ୍ତି କ୍ୟାଟ୍ରିନା, ରହିଛି ରକ୍ତର ଅଭାବ...

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସେ ଯେମିତି ସୁନ୍ଦର ଏବଂ ଚୁଲବୁଲି ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। ଯେଉଁଥିପାଇଁ ସେ ସର୍ବଦା ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି। କୁହାଯାଉଛି କ୍ୟାଟଙ୍କୁ ଏକ ବଡ ରୋଗ ହୋଇଛି। ଚର୍ଚ୍ଚା ଏଭଳି ମଧ୍ୟ ହେଉଛି ଯେ, ସେଥିପାଇଁ କ୍ୟାଟ ଲାଇମଲାଇଟରୁ ଦୂରେଇ ଅଛନ୍ତି। କ୍ୟାଟଙ୍କ ଅସୁସ୍ଥତା ନେଇ ନିଜେ ଏକ ସାକ୍ଷାତକାରରେ ଖୋଲାଖୋଲି କହିଥିଲେ। ସେ କହିଛନ୍ତି ଯେ ତାଙ୍କର ଆଲର୍ଜି, ଏଣ୍ଡୋମେଟ୍ରିଓମା ଏବଂ ରକ୍ତହୀନତା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା। ଖାଲି ସେତିକି ନୁହେଁ, ସେ ଗ୍ଲୁକୋଜ୍ ମନିଟରିଂ ପ୍ୟାଚ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ରକ୍ତଶର୍କରା ସ୍ତର କୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହୋଇଥାଏ। ଏଖବର ପରେ ଫ୍ୟାନ୍ସ ଚିନ୍ତାରେ। ଏହାସହ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କଣ ଏହି ରୋଗ ? ଏହା କିପରି ହୁଏ ? ଏହା ହେଲେ ଜାଣିବା କିପରି ?
ଏଣ୍ଡୋମେଟ୍ରିଓମା ରୋଗ କଣ?
୨୦୦୯ରେ କ୍ୟାଟ୍ରିନା କୈଫ ଏଣ୍ଡୋମେଟ୍ରିଓସିସ୍ କାରଣରୁ ଏକ ଅଣ-ଗୁରୁତର ରୋଗ ଏଣ୍ଡୋମେଟ୍ରିଓମା ରୋଗରେ ପୀଡ଼ିତ ହୋଇଥିଲେ। ଏଣ୍ଡୋମେଟ୍ରିଓମା ସେତେବେଳେ ହୁଏ ଯେତେବେଳେ ଅଣ୍ଡାଶୟ ଭିତରେ ଏଣ୍ଡୋମେଟ୍ରିଆଲ ଟିସୁ ବଢିଥାଏ।କୈଫଙ୍କର ଏହି ଅବସ୍ଥା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା।
କଣ ଖାଇବେ ?
କୈଫଙ୍କୁ ଦୁଗ୍ଧ ଏବଂ ଗ୍ଲୁଟେନ୍ ଆଲର୍ଜି ସମେତ ଅନେକ ଆଲର୍ଜିର ମୁକାବିଲା କରିବାକୁ ପଡିଛି। ଧୀରେ ଧୀରେ ଖାଇବା, ପ୍ରଚୁର ପନିପରିବା ଖାଇବା ଏବଂ ଶରୀରକୁ ଆଲକାଲାଇନ୍ ରଖିବାକୁ ପରାମର୍ଶ ଦିଆଯାଇଛି।
କିପରି ଜାଣିବେ ?
📱 Get Argus News App
✨ଶରୀରରେ ରକ୍ତର ଅଭାବ ହେଲେ ମୁଣ୍ଡ ବୁଲାଇବା, ଦୁର୍ବଳତା ଓ ଅଚେତ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ପଛର କାରଣ ହେଉଛି ଯେତେବେଳେ ଶରୀରରେ ଲାଲ ରକ୍ତ କଣିକା ସଂଖ୍ୟା କମିବା ଆରମ୍ଭ କରେ, ସେତେବେଳେ ଏହା ରକ୍ତର ଅଭାବ ସୃଷ୍ଟି କରିଥାଏ। ଏଭଳି ପରିସ୍ଥିତିରେ ଆପଣଙ୍କ ଶରୀର ରକ୍ତହୀନତାରେ ପୀଡ଼ିତ ହୋଇଥାଏ। ଯଦି ଠିକ୍ ସମୟରେ ରକ୍ତର ଅଭାବର ଚିକିତ୍ସା କରା ନଯାଏ ତେବେ ଏହା ବିଭିନ୍ନ ଗମ୍ଭୀର ରୋଗର କାରଣ ହୋଇପାରେ। ଶରୀରରେ ଆଇରନର ଅଭାବକୁ ରକ୍ତହୀନତାର କାରଣ ବୋଲି ବିବେଚନା କରାଯାଏ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: