Katrina Kaif / ଦୀପାବଳିରେ ବଡ଼ ସରପ୍ରାଇଜ୍ ଦେଲେ କ୍ୟାଟ୍ରିନା-ବିକ୍କି…ପ୍ରଥମ ଥର ପାଇଁ ରିଭିଲ୍ କଲେ ପୁଅ ବିହାନଙ୍କ ଚେହେରା
·2 hours ago·2 min read

Key Points
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ବିକ୍କି କୌଶଲ କାଟ୍ରିନା କୈଫ ସୋସିଆଲ ମିଡିଆରେ ଦୀପାବଳି ସେଲିବ୍ରେଟ କରିଛନ୍ତି
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ବିକ୍କି କୌଶଲ କାଟ୍ରିନା କୈଫ ସୋସିଆଲ ମିଡିଆରେ ଦୀପାବଳି ସେଲିବ୍ରେଟ କରିଛନ୍ତି। ଏହାସହ ବିକ୍କି-କ୍ୟାଟ ତାଙ୍କ ପୁଅର ଚେହେରା ପ୍ରଥମଥର ରିଭିଲ କରିଛନ୍ତି। ବଲିଉଡର ଜଣାଶୁଣା ଦମ୍ପତ୍ତି ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ନିଜ ପୁଅ ବିହାନ ସହ ଫଟୋ ସେୟାର କରିଛନ୍ତି । ଗତବର୍ଷ ନଭେମ୍ବର ୭ ତାରିଖରେ ତାଙ୍କ ପୁଅ ଜନ୍ମ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଫଟୋ ସେୟାର କରିନଥିଲେ। ମାତ୍ର ଦୀର୍ଘ ବର୍ଷେ ପରେ ଦୀପାବଳି ଅବସରରେ ଫଟୋ ପୋଷ୍ଟ କରିଥିବାବେଳେ ତାଙ୍କ ଫ୍ୟାନ୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଫ୍ୟାନ୍ସଙ୍କ ସରପ୍ରାଇଜ୍ ଦେଇ ଫଟୋ ପୋଷ୍ଟ କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।
କହି ରଖୁଛୁ କି, କାଟ୍ରିନା ଏବଂ ବିକ୍କି ସେମାନଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ପରିବାରର ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ଏକ ହଳଦୀ ରଙ୍ଗର ସୁଟରେ ଅତି ସୁନ୍ଦର ଦଶୁଥିବାବେଳେ ବିକ୍କି କୁର୍ତ୍ତାରେ ନଜର ଆସିଛନ୍ତି। ସେପଟେ ଛୋଟ ପୁଅ ବିହାନ ମଧ୍ୟ ପିତାମାତାଙ୍କ ପୋଷାକ ସହିତ ମ୍ୟାଚ କରି ଏକ କ୍ୟୁଟ୍ ହଳଦିଆ ଜ୍ୟାକେଟ୍ ସହ କୁର୍ତ୍ତା-ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି ।
ଏହି ପୋଷ୍ଟର କ୍ୟାପସନ୍ରେ କ୍ୟାଟ୍ରିନା କୈଫ୍ ନିଜ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଜଣକ ଲେଖିଛନ୍ତି, "ଆମର ସବୁଠାରୁ ସୁନ୍ଦର ଦୀପାବଳି। ସମସ୍ତଙ୍କୁ ଭଲପାଇବା, ଆଲୋକ ଏବଂ ଖୁସି ମିଳୁ। – ବିକ୍କି, କାଟ୍ରିନା ଏବଂ ବିହାନ।" ଏହି କ୍ୟାପସନ୍ ଦର୍ଶକଙ୍କ ହୃଦୟ ଜିତି ନେଇଛି। ଦୀପାବଳି ଅବସରରେ ନିଜ ସନ୍ତାନର ମୁହଁ ସର୍ବସାଧାରଣରେ ପ୍ରକାଶ କରି, ଏହି ଦମ୍ପତି ନିଜ ପ୍ରଶଂସକଙ୍କ ପାଇଁ ପର୍ବଟିକୁ ଆହୁରି ବିଶେଷ କରିଦେଇଛନ୍ତି। ଅନ୍ୟପକ୍ଷରେ, ଏହି ପୋଷ୍ଟର କମେଣ୍ଟ ବିଭାଗ ବଲିଉଡ୍ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭଲପାଇବାରେ ଭରିଯାଇଛି।
ଏହି ଦମ୍ପତିଙ୍କ ଫଟୋ ଉପରେ ଅନେକ ବଲିଉଡ୍ ତାରକା ମତାମତ (କମେଣ୍ଟ) ଦେଇଛନ୍ତି। ରଣବୀର ସିଂହ ଲେଖିଛନ୍ତି, "ଓଃ, My Heart”.. ଭଗବାନ ଆଶୀର୍ବାଦ କରନ୍ତୁ। ଭଲପାଇବା ଏବଂ ଆଲୋକ।" ଆଲିଆ ଭଟ୍ଟ କେବଳ "ଉଫ୍" (Uff) ଲେଖିବା ସହ ଅନେକ 'ହାର୍ଟ' (ହୃଦୟ ଚିହ୍ନ) ଇମୋଜି ଦେଇଛନ୍ତି। ଆୟୁଷ୍ମାନ ଖୁରାନା ମଧ୍ୟ ଏକ 'ହାର୍ଟ' ଇମୋଜି ମାଧ୍ୟମରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି। କିଆରା ଆଡଭାନୀ ମଧ୍ୟ କମେଣ୍ଟରେ ଏକ 'ହାର୍ଟ' ଚିହ୍ନ ଦେଇ ଦମ୍ପତିଙ୍କ ଉପରେ ଭଲପାଇବା ବର୍ଷାଇଛନ୍ତି। କରିନା କପୁର ମଧ୍ୟ ନିଜର ସ୍ନେହ ପ୍ରକାଶ କରି ଲେଖିଛନ୍ତି, "ପୁଡିଂ ବାବା! ଭଗବାନ ଆଶୀର୍ବାଦ କରନ୍ତୁ।" ଏହା ବ୍ୟତୀତ ତୃପ୍ତି ଡିମରୀ, କାଜୋଲ, ମୃଣାଳ ଠାକୁର, ଅନନ୍ୟା ପାଣ୍ଡେ, ରକୁଲ ପ୍ରୀତ ସିଂହ ଏବଂ ସୋନମ କପୁର ମଧ୍ୟ କମେଣ୍ଟ ବିଭାଗରେ ପ୍ରଚୁର ଭଲପାଇବା ବ୍ୟକ୍ତ କରିଛନ୍ତି।
- କ୍ୟୁଟ ଫ୍ୟାମିଲି ଫଟୋ ହେଲା ଭାଇରାଲ

- କ୍ୟାପସନ୍ରେ କ’ଣ ଲେଖା ଅଛି?
ଏହି ପୋଷ୍ଟର କ୍ୟାପସନ୍ରେ କ୍ୟାଟ୍ରିନା କୈଫ୍ ନିଜ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଜଣକ ଲେଖିଛନ୍ତି, "ଆମର ସବୁଠାରୁ ସୁନ୍ଦର ଦୀପାବଳି। ସମସ୍ତଙ୍କୁ ଭଲପାଇବା, ଆଲୋକ ଏବଂ ଖୁସି ମିଳୁ। – ବିକ୍କି, କାଟ୍ରିନା ଏବଂ ବିହାନ।" ଏହି କ୍ୟାପସନ୍ ଦର୍ଶକଙ୍କ ହୃଦୟ ଜିତି ନେଇଛି। ଦୀପାବଳି ଅବସରରେ ନିଜ ସନ୍ତାନର ମୁହଁ ସର୍ବସାଧାରଣରେ ପ୍ରକାଶ କରି, ଏହି ଦମ୍ପତି ନିଜ ପ୍ରଶଂସକଙ୍କ ପାଇଁ ପର୍ବଟିକୁ ଆହୁରି ବିଶେଷ କରିଦେଇଛନ୍ତି। ଅନ୍ୟପକ୍ଷରେ, ଏହି ପୋଷ୍ଟର କମେଣ୍ଟ ବିଭାଗ ବଲିଉଡ୍ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭଲପାଇବାରେ ଭରିଯାଇଛି।
- ବଲିଉଡ୍ ସେଲିବ୍ରିଟିଙ୍କ ଭଲପାଇବାର ବର୍ଷା
ଏହି ଦମ୍ପତିଙ୍କ ଫଟୋ ଉପରେ ଅନେକ ବଲିଉଡ୍ ତାରକା ମତାମତ (କମେଣ୍ଟ) ଦେଇଛନ୍ତି। ରଣବୀର ସିଂହ ଲେଖିଛନ୍ତି, "ଓଃ, My Heart”.. ଭଗବାନ ଆଶୀର୍ବାଦ କରନ୍ତୁ। ଭଲପାଇବା ଏବଂ ଆଲୋକ।" ଆଲିଆ ଭଟ୍ଟ କେବଳ "ଉଫ୍" (Uff) ଲେଖିବା ସହ ଅନେକ 'ହାର୍ଟ' (ହୃଦୟ ଚିହ୍ନ) ଇମୋଜି ଦେଇଛନ୍ତି। ଆୟୁଷ୍ମାନ ଖୁରାନା ମଧ୍ୟ ଏକ 'ହାର୍ଟ' ଇମୋଜି ମାଧ୍ୟମରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି। କିଆରା ଆଡଭାନୀ ମଧ୍ୟ କମେଣ୍ଟରେ ଏକ 'ହାର୍ଟ' ଚିହ୍ନ ଦେଇ ଦମ୍ପତିଙ୍କ ଉପରେ ଭଲପାଇବା ବର୍ଷାଇଛନ୍ତି। କରିନା କପୁର ମଧ୍ୟ ନିଜର ସ୍ନେହ ପ୍ରକାଶ କରି ଲେଖିଛନ୍ତି, "ପୁଡିଂ ବାବା! ଭଗବାନ ଆଶୀର୍ବାଦ କରନ୍ତୁ।" ଏହା ବ୍ୟତୀତ ତୃପ୍ତି ଡିମରୀ, କାଜୋଲ, ମୃଣାଳ ଠାକୁର, ଅନନ୍ୟା ପାଣ୍ଡେ, ରକୁଲ ପ୍ରୀତ ସିଂହ ଏବଂ ସୋନମ କପୁର ମଧ୍ୟ କମେଣ୍ଟ ବିଭାଗରେ ପ୍ରଚୁର ଭଲପାଇବା ବ୍ୟକ୍ତ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories