Videos
|
Entertainment

ମହାକୁମ୍ଭ ପରେ ରିସୋର୍ଟରେ ସମୟ ବିତାଇଲେ କାଟ୍ରିନା

Ritu Das
Browse all articles by Ritu Das
·1 year ago·1 min read
ମହାକୁମ୍ଭ ପରେ ରିସୋର୍ଟରେ ସମୟ ବିତାଇଲେ କାଟ୍ରିନା

କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ନିଜ ଶାଶୁଙ୍କ ସହିତ ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇବାକୁ ପହଞ୍ଚିଥିଲେ। ସେଠାରେ ପହଞ୍ଚି ପବିତ୍ର ସ୍ନାନ କରିବା ସହ ବୁଡ଼ ମଧ୍ୟ ପକାଇଥିଲେ। ଏହାପରେ କାଟ୍ରିନା ସିଧା ବିଦେଶକୁ ଚାଲିଯାଇଥିଲେ। ଯାହା କାଟ୍ରିନାଙ୍କ ନୂଆ ପୋଷ୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏହି ଫଟୋ ଅଷ୍ଟ୍ରିଆର ଏକ ଟ୍ରିଟମେଣ୍ଟ ସେଣ୍ଟରର ଅଟେ। ଏହା ହେଉଛି ହେଲଥ ରିସୋର୍ଟ। ଏହି ସ୍ଥାନକୁ ଯିଏ ଆସେ ତାକୁ ୭ ଦିନ ରହିବାକୁ ପଡ଼େ। ଏହି ଜାଗାରେ ଭିନ୍ନ ପ୍ରକାରର ବ୍ୟାୟାମ ମଧ୍ୟ କରାଇଥାନ୍ତି। ଯାହା ନିଜର ଫିଟନେସକୁ ଭଲ ରଖିଥାଏ। କାଟ୍ରିନା ବିକିନି ପିନ୍ଧି ସ୍ବିମିଂପୁଲରେ ନଜର ଆସିଥିଲେ। ଏହାସହିତ କାଟ୍ରିନା କିଛି ନେଚରର ଫଟୋ ଶେୟାର କରିଥିଲେ।


କାଟ୍ରିନା ଆହୁରି ମଧ୍ୟ ଲେଖିଛନ୍ତି ଏହି ସ୍ଥାନର ପ୍ରାକୃତିକ ଦୃଶ୍ୟ ମୋତେ ସବୁବେଳେ ଖୁସି ଲାଗେ। ମୋତେ ଏହି ଜାଗା ସେତିକି ଭଲ ଲାଗେ ବୋଲି ଯେତେବେଳେ ମୋତେ ସମୟ ମିଳେ ମୁଁ ଏହି ସ୍ଥାନକୁ ଆସେ। ମୋତେ ଏହି ସ୍ଥାନର ପାହାଡ଼ ପର୍ବତ ଭାରି ସୁନ୍ଦର ଲାଗେ। ଏହି ରିସୋର୍ଟରେ ରହିଲେ ୭ ଦିନକୁ ପ୍ରାୟ ୪ଲକ୍ଷ ଟଙ୍କା ଦେବାକୁ ପଡ଼େ। ତେବେ କାଟ୍ରିନାଙ୍କ ଏହି ଫଟୋକୁ ଦେଖି କିଛି ୟୁଜର୍ସ କମେଣ୍ଟ କରିଛନ୍ତି ପ୍ରୟାଗରାଜରୁ ଆସି କାଟ୍ରିନାଙ୍କ ସ୍କିନ ବୋଧେ ଟ୍ୟାନ ପଡ଼ିଯାଇଥିଲା। ସେଥିପାଇଁ ମାଇଣ୍ଡ ଫ୍ରେଶ କରିବାକୁ ଏହି ରିସୋର୍ଟକୁ ବୋଧେ ପଳାଇଛନ୍ତି। ବଲିଉଡର ସୁନ୍ଦରୀ ବୋହୂ ହେଉଛନ୍ତି କାଟ୍ରିନା କୈଫ। ସୂଚନା ଥାଉ କି, କାଟ୍ରିନା କୈଫ ଏବଂ ଭିକି କୌଶଲ ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ବିବାହ କରିଥିଲେ। ଆଉ ଦୁହିଁଙ୍କ ବଣ୍ଡିଙ୍ଗ ବହୁତ ଷ୍ଟ୍ରଙ୍ଗ। ନିକଟରେ ଭିକି କୌଶଲଙ୍କ ମୁଭି ଛାଭା ରିଲିଜ ହୋଇଛି ଯାହା ଦର୍ଶକଙ୍କୁ ଖୁବ ଭଲ ଲାଗିଛି। ଆଉ ବକ୍ସଅଫିସରେ ଏହି ମୁଭି ଭଲ କଲେକ୍ସନ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Katrina spent time at the resort after the Mahakumbh | Argus News