Videos
|
Entertainment

ବିଗ୍‌ ବି କହିଲେ, ଫ୍ରିଜ ଭିତରେ କେମିତି ଫସିଯାଇଥିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଗ୍‌ ବି କହିଲେ, ଫ୍ରିଜ ଭିତରେ କେମିତି ଫସିଯାଇଥିଲେ...

ବିଗ୍‌ ବି । ତାଙ୍କ ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ। କିନ୍ତୁ ଆପଣ ଜାଣନ୍ତି କି ଦିନେ ଫ୍ରିଜରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ। ଅମିତାଭ ପ୍ରନୁଷା ଥାମ୍‌କେ ନାମକ ଜଣେ ପ୍ରତିଯୋଗୀଙ୍କ ସହ କଥା ହୋଇଥିଲେ। ତାଙ୍କ ସହ କଥା ବାର୍ତ୍ତା ବେଳେ ଅମିତାଭ ପିଲାଦିନର ଏକ କାହାଣୀ ଶେୟାର କରି କହିଥିଲେ ଯେ ସେ ଥରେ ଫ୍ରିଜରେ ବନ୍ଦ ହୋଇଯାଇଥିଲେ । ଯେତେବେଳେ ଆମେ ଛୋଟ ଥିଲୁ, ଆମେ ଭାବୁଥିଲୁ ଏହା କ’ଣ। ଆମେ ଆହ୍ଲାବାଦରେ ରହୁଥିଲୁ। ଆମ ପାଖରେ ଏସି ସୁବିଧା ନ ଥିଲା। ତେଣୁ ଆମେ ଟେବୁଲ ଫ୍ୟାନ ଆଗରେ ବରଫର ଏକ ଖଣ୍ଡ ରଖି ଥଣ୍ଡା ପବନ ପାଇବା ପାଇଁ ପଛପଟୁ ଚଳାଇଥାଉ।

ପରେ ଅମିତାଭ କହିଥିଲେ, ତା’ପରେ କିଛି ବର୍ଷ ପରେ ଏକ ବଡ଼ ଫ୍ରିଜ ଘରକୁ ଆସିଲା। ଯେତେବେଳେ ଏହାକୁ ଖୋଲିଲି, ଦେଖିଲି ଯେ ବହୁତ ଥଣ୍ଡା ହେଉଛି। ମୁଁ ଟିକିଏ ଛୋଟ ଥିଲି। ଦିନେ ଫ୍ରିଜ୍‌ ଭିତରେ ପଶିଯାଇଥିଲି। ଡୋର୍‌ ବନ୍ଦ ହୋଇଯାଇଥିଲା। ମୁଁ ଚିତ୍କାର କଲି ଏବଂ ତା’ପରେ ମୋତେ ଉଦ୍ଧାର କରିଥିଲେ। ଏନେଇ ବହୁତ ମାଡ଼ ଖାଇଥିଲି।

ଆଜିକାଲି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍‌-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ ଆସୁଛନ୍ତି। ଏହି ଶୋ’ରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କାହାଣୀ ପ୍ରାୟତଃ ପ୍ରତିଯୋଗୀଙ୍କ ସହ ଶେୟାର କରନ୍ତି। ଏହିପରି ନିଜ ଜୀବନରେ ଘଟିଥିବା ଏକ କାହାଣୀ ସେୟାର କରିଛନ୍ତି ବିଗ ବି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kaun Banega Crorepati 16: Amitabh Bachchan recalls getting locked in a refrigerator in childhood | Argus News