Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରଣବୀର-କିର୍ତ୍ତୀ ଏକାଠି, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରଣବୀର-କିର୍ତ୍ତୀ ଏକାଠି, ଫ୍ୟାନ୍ସ କହିଲେ...

ରଣବୀରଙ୍କ ସହ ନଜର ଆସିବେ କୀର୍ତ୍ତି । ଏହି ଯୋଡିଙ୍କୁ ଏକାଠି ଦେଖିବେ ଦର୍ଶକ। ଯାହାକୁ ନେଇ ଫ୍ୟାନ୍ସ ବି ଖୁସି। ବଲିଉଡ୍‌ର ହ୍ୟାଣ୍ଡସମ୍‌ ଅଭିନେତା ବରୁଣ ଧୱନ୍‌। ନିକଟରେ ତାଙ୍କ ସହ ‘ବେବି ଜନ୍‌’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ । ଫିଲ୍ମଟି ବକ୍ସ ଅଫିସ୍‌ରେ ବିଫଳ ହୋଇଥିଲା । ହେଲେ ସେଥିରେ କୀର୍ତ୍ତିଙ୍କର ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ଆଗକୁ କୀର୍ତ୍ତି ରଣବୀର କପୁରଙ୍କ ସହିତ ଏକ ପ୍ରୋଜେକ୍ଟରେ କାମ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି ।

ତାହା ଏକ ବିଗ୍‌ ବଜେଟ୍‌ର ଫିଲ୍ମ ହେବ । ଫିଲ୍ମଟି ଏକ ରୋମାଣ୍ଟିକ କମେଡି ହୋଇପାରେ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଉଛି ।ତେବେ କୀର୍ତ୍ତି କିମ୍ବା ରଣବୀରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଏହି ଖବର ସତ ହୋଇଥାଏ ତେବେ ଏହି ଫିଲ୍ମ ମାଧ୍ୟମରେ କୀର୍ତ୍ତି ପୁଣି ବଲିଉଡ୍‌ରେ ନିଜର ଭାଗ୍ୟପରୀକ୍ଷା କରିବେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କୀର୍ତ୍ତିଙ୍କୁ ଆଗକୁ ‘ଆକ୍କା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ରାଧିକା ଆପ୍ତେ, ତନଭି ଆଜମିଙ୍କ ଭଳି କଳାକାର ସ୍କ୍ରିନ୍‌ ସେୟାର କରିବେ । ସେହି ଥ୍ରିଲର ଫିଲ୍ମରେ କୀର୍ତ୍ତି ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ।

ନିକଟରେ କିର୍ତ୍ତୀ ସୁରେଶା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କିର୍ତ୍ତୀ ତାଙ୍କର ପିଲା ଦିନର ସାଙ୍ଗକୁ ବିବାହ କରିଛନ୍ତି। ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏହାସହ ଶୁଣିବାକୁ ମିଳୁଥିଲା କି କିର୍ତ୍ତୀ ଅଭିନୟ ଜଗତକୁ ଅଲବିଦା କହୁଛନ୍ତି। ହେଲେ ସେ ସବୁ ମିଛ ଥିଲା। କାହିଁକି ନା ଖୁବଶୀଘ୍ର କିର୍ତ୍ତୀଙ୍କୁ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମକୁ ନେଇ ଦୁଇ ଷ୍ଟାରକାଷ୍ଟଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored