୫୫ ବର୍ଷ ବସୟରେ ଦୁନିଆକୁ ଅଲବିଦା କହିଲେ KGF ଫେମ୍ ସେଟ୍ଟି ଭାଇ

Key Points
KGF ଫେମ୍ ‘ସେଟ୍ଟି ଭାଇ’ଙ୍କ ମୃତ୍ୟୁ
୫୫ ବର୍ଷ ବୟସରେ ଦୁନିଆକୁ କଲେ ଅଲବିଦା
ଫ୍ୟାନ୍ସ ଶୁଣି ଆଶ୍ଚର୍ଯ୍ୟ
ଆଉ ନାହାନ୍ତି KGFରେ ଡନ୍ । ୫୫ ବର୍ଷ ବୟସରେ ଦୁନିଆକୁ କଲେ ଅଲବିଦା। ବର୍ତ୍ତମାନ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ଭେଟେରାନ ଅଭିନେତା ଦିନେଶ ମାଙ୍ଗାଲୁରୁଙ୍କ ପରଲୋକ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୨୫ ଅଗଷ୍ଟ ସୋମବାର ସକାଳେ ଦିନେଶ ମାଙ୍ଗାଲୁରୁ କର୍ଣ୍ଣାଟକର ଉଡୁପି ଜିଲ୍ଲାର କୁଣ୍ଡପୁରାସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। KGFରେ ଡନ୍ ଭୂମିକାରେ ଅଭିନୟ କରିଛନ୍ତି।
ସୁପରଷ୍ଟାର ୟଶଙ୍କ ବ୍ଲକବଷ୍ଟର ଫିଲ୍ମ 'KGF: ଚାପ୍ଟର ୧'ରେ ସେ ଶେଟ୍ଟି ଭୂମିକାରେ ଅଭିନୟ କରିଥିଲେ, ଯିଏ ଜଣେ ଡନ୍। ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ତାଙ୍କ ଚରିତ୍ର ଫିଲ୍ମର ସବୁଠାରୁ ପ୍ରଭାବଶାଳୀ ଖଳନାୟକମାନଙ୍କ ମଧ୍ୟରୁ ଜଣେ।ଦିନେଶ ମାଙ୍ଗାଲୁରୁଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ପରିବାରର ସୂତ୍ର ଅନୁଯାୟୀ, ସେ ଗତ ଏକ ବର୍ଷ ଧରି ସ୍ୱାସ୍ଥ୍ୟ ସମସ୍ୟା ସହିତ ସଂଘର୍ଷ କରୁଥିଲେ।
📱 Get Argus News App
✨ତାଙ୍କୁ ପୂର୍ବରୁ ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନଥିଲେ। ଦିନେଶଙ୍କ ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ତାଙ୍କର ଅକାଳ ବିୟୋଗରେ ପରିବାର, ବନ୍ଧୁ ଏବଂ କନ୍ନଡ ଫିଲ୍ମ ପାଇଁ ବଡ଼ କ୍ଷତି। କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି। ଦିନେଶ ମାଙ୍ଗାଲୁରୁ ଜଣେ ନେଗେଟିଭ୍ ରୋଲ୍ ଓ କୋ ଆକ୍ଟର ଭାବରେ କନ୍ନଡ ସିନେମାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: