Videos
|
Entertainment

Kiara Advani / କିଆରା ଆଡଭାନୀଙ୍କ ବେବି ଶାୱର ? ଭାଇରାଲ ହେଉଛି କେକ୍‌ର ଫଟୋ

Rashmita Mishra
Browse all articles by Rashmita Mishra
·27 mins ago·2 min read
କିଆରା ଆଡଭାନୀଙ୍କ ବେବି ଶାୱର ? ଭାଇରାଲ ହେଉଛି କେକ୍‌ର ଫଟୋ
Kiara Advani

Key Points

ପୁଣି ମା' ହେବେ କିଆରା 
କିଆରା ଆଡଭାନୀଙ୍କ ବେବି ଶାୱର ?
ଭାଇରାଲ ହେଉଛି କେକ୍‌ର ଫଟୋ

ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଏବେ ନିଜର ଦ୍ୱିତୀୟ ପ୍ରେଗ୍ନାନ୍ସି ଫେଜ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ କିଆରା ନିଜ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରଣ ୯'ରେ ନଜର ଆସିଥିଲେ । ଏହି ସମୟରେ ସେ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ମଧ୍ୟ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରିଥିଲେ ।

ଏବେ ଅଭିନେତ୍ରୀଙ୍କ ବେବି ଶାୱରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଖବର ଅନୁସାରେ, ଅତି ଗୁପ୍ତ ଭାବେ କିଆରାଙ୍କ ବେବି ଶାୱର ସେରିମନି ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଜଣାପଡ଼ିନଥିଲା । ତେବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କେକ୍‌ର ଫଟୋକୁ ନେଇ ଚର୍ଚ୍ଚା ବଢ଼ିଛି ।

ଭାଇରାଲ ହେଉଛି କେକ୍‌ର ଫଟୋ
ପ୍ରକୃତରେ କିଆରା ନିକଟରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କେକ୍‌ର ଫଟୋ ସେୟାର କରିଥିଲେ । ଏହା ସହ କେକ୍ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଟ୍ୟାଗ୍ କରି ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଏହି କେକ୍‌ରେ ନୀଳ ରଙ୍ଗର ଫୁଲ ଲାଗିଥିବା ବେଳେ ଗୋଟିଏ ଫୁଲ ଗୋଲାପୀ ରଙ୍ଗର ଥିଲା । କେକ୍‌ରେ ଥିବା ଏହି ଗୋଲାପୀ ଫୁଲଟି ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ଏହି କେକ୍ କିଆରାଙ୍କ ବେବି ଶାୱର ପାଇଁ ପ୍ରସ୍ତୁତ କରାଯାଇଥିଲା । ଏପରିକି କେକ୍‌ରେ ଥିବା ଗୋଲାପୀ ଫୁଲ ଜରିଆରେ ଅଭିନେତ୍ରୀ ନିଜ ଆଗାମୀ ସନ୍ତାନର ଲିଙ୍ଗ ସମ୍ପର୍କରେ ସଙ୍କେତ ଦେଇଥିବା ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ଏହି ଖବରକୁ ନେଇ କିଆରା କିମ୍ବା ସିଦ୍ଧାର୍ଥଙ୍କ ପକ୍ଷରୁ କୌଣସି ଅଧିକାରିକ ପ୍ରତିକ୍ରିୟା ମିଳିନାହିଁ ।

ସାଙ୍ଗମାନେ ଆୟୋଜନ କରିଥିଲେ ବେବି ଶାୱର

ସୂଚନା ଅନୁଯାୟୀ, ଏହି ବେବି ଶାୱର ସେରିମନିକୁ କପଲଙ୍କ ଘନିଷ୍ଠ ବନ୍ଧୁମାନେ ଆୟୋଜନ କରିଥିଲେ । ଏଥିରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ସାମିଲ ହୋଇଥିବା କୁହାଯାଉଛି । ଏହି ସେରିମନି ସହ ଜଡ଼ିତ ଅନ୍ୟ କୌଣସି ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସେୟାର ହୋଇନାହିଁ । କେବଳ କେକ୍‌ର ଫଟୋକୁ ନେଇ ହିଁ ଚର୍ଚ୍ଚା ଚାଲିଛି । ବିଶେଷ କରି ଗୋଲାପୀ ଫୁଲକୁ ଦେଖି ଫ୍ୟାନ୍ସ ବିଭିନ୍ନ ଅନୁମାନ ଲଗାଉଛନ୍ତି ।

କେବେ କରିଥିଲେ ଦ୍ୱିତୀୟ ପ୍ରେଗ୍ନାନ୍ସିର ଘୋଷଣା ?
କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଚଳିତ ବର୍ଷ ଅକ୍ଟୋବର ୭ ତାରିଖରେ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଥିବା ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ପ୍ରଥମ ପ୍ରେଗ୍ନାନ୍ସି ଭଳି ଏଥର ମଧ୍ୟ ଏକ ନିଆରା ଢଙ୍ଗରେ ଏହି ଖୁସି ଖବର ଜଣାଇଥିଲେ ଏହି ଯୋଡ଼ି । ଦୁହେଁ ହାତରେ ଛୋଟ ଛୋଟ ଶିଶୁଙ୍କ ମୋଜା ଧରି ଦ୍ୱିତୀୟ ପ୍ରେଗ୍ନାନ୍ସିର ଘୋଷଣା କରିଥିଲେ । ଏହି ଫଟୋରେ ସେମାନଙ୍କ ଝିଅ ସାରାୟା ମଲହୋତ୍ରାଙ୍କ ହାତ ମଧ୍ୟ ଦେଖିବାକୁ ମିଳିଥିଲା ।

କହିରଖୁଛୁ, ଏହି ଦମ୍ପତିଙ୍କ ଝିଅ ସାରାୟାଙ୍କ ଜନ୍ମ ଜୁଲାଇ ୨୦୨୫ରେ ହୋଇଥିଲା । ଏବେ ଦ୍ୱିତୀୟ ସନ୍ତାନକୁ ନେଇ ଉଭୟଙ୍କ ପରିବାର ଓ ପ୍ରଶଂସକ ଖୁସି ଥିବା ବେଳେ ବେବି ଶାୱରର ଭାଇରାଲ କେକ୍ ଫଟୋ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: