ସୁଟିଂ ସେଟରେ ଆହତ ହେଲେ କିଙ୍ଗ ଖାନ୍

Key Points
କିଙ୍ଗ୍’ ସେଟରେ ଆହତ ହେଲେ କିଙ୍ଗ ଖାନ୍
ସୁଟିଙ୍ଗ ସେଟରେ ଷ୍ଟଣ୍ଟ ବେଳେ ଆହତ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ
ବଲିଉଡ ବାଦଶାହ ଶାହରୁଖ ଖାନ ଆହତ। ନିଜର ଆଗାମୀ ଫିଲ୍ମ କିଙ୍ଗର ଗୋଟିଏ ଆକ୍ସନ ଦୃଶ୍ୟ ଶୁଟିଂ କରିବା ବେଳେ ଶାହରୁଖ ଆହତ ହୋଇଛନ୍ତି। ତାଙ୍କ ଅଣ୍ଠା ଓ ପିଠିରେ ଆଘାତ ଲାଗିଛି। ଏଥିଯୋଗୁ ଆକ୍ସନ ଦୃଶ୍ୟକୁ ଅଧାରେ ବନ୍ଦ କରି ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ, ଶାହରୁଖ ଶୁଟିଂ ସେଟରେ ଆହତ ହୋଇଥିଲେ ହେଁ ଏହା ଆଦୌ ଗୁରୁତର ନୁହେଁ। କିଛି ଦିନ ତଳେ ଏପରି ଘଟଣା ଘଟିଥିଲା। ଏବେ ଶାହରୁଖ ଧୀରେଧୀରେ ବ୍ୟାକ ଇଞ୍ଜୁରୀରୁ ମୁକୁଳିବା ଆରମ୍ଭ କରିଛନ୍ତି। କିନ୍ତୁ ଅଧାରେ ରହିଥିବା ସିନର ଶୁଟିଂ ଆରମ୍ଭ ହୋଇନାହିଁ।
ଶାହରୁଖ ଶୁଟିଂ ସେଟରେ ଆହତ ହୋଇଥିବାରୁ ଏହା ପ୍ରଡକ୍ସନର ସୂଚୀକୁ ପ୍ରଭାବିତ କରିଛି। ଏବେ ଶୁଟିଂ ବନ୍ଦ ରହିଥିବା ବେଳେ ଏହା ପୁଣି ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆହତ ହେବା ପରେ ଶାହରୁଖ ଆମେରିକା ଚାଲି ଯାଇଥିଲେ। ଏହାପରେ ସେ ବ୍ରିଟେନ ଯାଇଛନ୍ତି। ସେଠାରେ ଏବେ ସେ ପରିବାର ଲୋକଙ୍କ ସହ ସମୟ କାଟୁଛନ୍ତି ଓ ଯଥା ସମ୍ଭବ ବିଶ୍ରାମ ନେଉଛନ୍ତି।
ଶାହରୁଖ ବ୍ରିଟେନରୁ ଶ୍ରୀଲଙ୍କା ଯିବାର ଥିଲା। ହେଲେ ଆହତ ସମସ୍ୟା ଯୋଗୁ ଏହି ଗସ୍ତକୁ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ଶାହରୁଖ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହିଁ କିଙ୍ଗର ବାକି ଦୃଶ୍ୟର ଶୁଟିଂ ହେବ।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ କିଙ୍ଗ ଜରିଆରେ ଶାହରୁଖଙ୍କ ଝିଅ ସୁହାନ ଖାନ ବଡ଼ ପରଦାରେ ଡେବ୍ୟୁ କରିବେ। ଏହାପୂର୍ବରୁ ସୁହାନା ନେଟଫ୍ଲିକ୍ସରେ ରିଲିଜ ହୋଇଥିବା 'The Archies'ରେ ନଜର ଆସିଥିଲେ। ଶାହରୁଖ ଓ ସୁହାନାଙ୍କ ବ୍ୟତୀତ କିଙ୍ଗରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଜୟଦୀପ, ଅନୀଲ କପୁର ଓ ଅଭୟ ବର୍ମା ପ୍ରମୁଖ ରହିଛନ୍ତି।
ଆହତ କାରଣରୁ ଫିଲ୍ମ ଶୁଟିଂ ବନ୍ଦ ରହିଥିଲେ ହେଁ କିଙ୍ଗକୁ ନେଇ ଏବେ ଠାରୁ ଶାହରୁଖଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ଶାହରୁଖଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।