Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

‘Kingdom’ ବିରୋଧରେ ପ୍ରତିବାଦ, ରାସ୍ତାକୁ ଓହ୍ଳାଇଲେ ଲୋକେ

Sudeshna Mishra
Browse all articles by Sudeshna Mishra
·11 months ago·2 min read
‘Kingdom’ ବିରୋଧରେ ପ୍ରତିବାଦ, ରାସ୍ତାକୁ ଓହ୍ଳାଇଲେ ଲୋକେ

Key Points

‘କିଙ୍ଗଡମ୍’ କୁ ନେଇ କାହିଁକି ହେଲା ବିବାଦ ?

ଚଳଚ୍ଚିତ୍ର ବିରୋଧରେ କାହିଁକି ରାସ୍ତାକୁ ଓହ୍ଳାଇଲେ ଲୋକେ?

ମଦୁରାଇ ଓ ତ୍ରିଚିରେ ହେଲା ପ୍ରତିବାଦ

ତାମିଳନାଡୁରେ ବିଜୟ ଦେବରକୋଣ୍ଡାଙ୍କ 'କିଙ୍ଗଡମ୍' ଚଳଚ୍ଚିତ୍ର ବ୍ୟାନ୍ କରିବାକୁ ଦାବି,ଜାଣନ୍ତୁ କଣ ପୂରା ମାମଲା...

ବକ୍ସ ଅଫିସରେ ଏବେ ସୈୟାରା ଓ ମହାବତାର ନରସିମହାର ବୋଲବାଲା ଚାଲିଥିବା ବେଳେ, ସନ ଅଫ ସରଦାର-୨ ସହ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ପ୍ରିଜନ ଡ୍ରାମା ଫିଲ୍ମ 'କିଙ୍ଗଡମ୍' ବି କାଣ୍ଟେ-କି-ଟକ୍କର ଦେଉଛି। 'କିଙ୍ଗଡମ୍' ଓପନିଙ୍ଗ ଡେରେ ୧୮କୋଟିର କଲେକ୍ଶନ କରିଛି। ହେଲେ ଫିଲ୍ମର କ୍ରେଜ ବଢ଼ିବା ସହ ଏବେ ନୂଆ କଂଟ୍ରୋର୍ଭସି ବି ଜୋର ଧରିଛି। ବିବାଦରେ ଫସିଛି ବିଜୟ ଦେବରକୋଣ୍ଡାଙ୍କ 'କିଙ୍ଗଡମ୍' । ଫିଲ୍ମକୁ ତାମିଳନାଡୁରେ ବ୍ୟାନ୍ କରିବାକୁ ମଧ୍ୟ ଦାବି ହେଉଛି। ଆସନ୍ତୁ ଜାଣିବା, କଣ ଏହି ପୂରା ମାମଲା...



'କିଙ୍ଗଡମ୍' ଯାହାକି ହିନ୍ଦୀରେ ‘ସାମ୍ରାଜ୍ୟ’ ନାମରେ ରିଲିଜ୍ ହୋଇଛି । ଏବେ ସିନେମାଘରେ ଚହଳ ପକାଇଛି। ଏହାରି ଭିତରେ ମଦୁରାଇ ଓ ତ୍ରିଚି ଅଞ୍ଚଳରେ ତାମିଲ ସମର୍ଥକ ଦଳ-ନାମ୍ ତମିଲର କାଚ୍ଚି (NTK) ତରଫରୁ ଫିଲ୍ମକୁ ନେଇ ପ୍ରତିବାଦ ଦେଖିବାକୁ ମିଳୁଛି। ଦଳ ଅଭିଯୋଗ କରିଛି ଯେ ଏହି ଚଳଚ୍ଚିତ୍ର ଶ୍ରୀଲଙ୍କାର ତାମିଲମାନଙ୍କୁ ଓ ଲିବେରେସନ୍ ଟାଇଗର୍ସ ଅଫ୍ ତମିଲ ଈଳମ୍ (LTTE) ସଦସ୍ୟଙ୍କୁ ଅପମାନଜନକ ଭାବେ ଦେଖାଇଛି।


ସିନେମାଘର ସାମ୍ନାରେ ପ୍ରଦର୍ଶନ, ହଟିଲା ବ୍ୟାନର

ନାମ୍ ତମିଲର କାଚ୍ଚି (NTK)ର ରାଜ୍ୟ ପ୍ରଚାର ସଚିବ ସରବନନ୍ କହିଛନ୍ତି ଯେ, "ଏହି ଚଳଚ୍ଚିତ୍ର LTTE ଯୋଦ୍ଧାମାନଙ୍କୁ ପାହାଡ଼ିଆ ଅଂଚଳରେ ରହୁଥିବା ଗୋଲାମ ଭାବେ ପ୍ରଦର୍ଶନ କରିଛି। ସେମାନେ 30 ବର୍ଷ ଧରି ସଂଘର୍ଷ କରି ଶହୀଦ ହେଲେ, ହେଲେ ତାଙ୍କୁ ଏଭଳି ଦେଖାଇବା ଏକ ଐତିହାସିକ ତଥ୍ୟକୁ ତ୍ରୁଟିପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯିବାର ଉଦ୍ୟମ।"ଏହି ଯୋଦ୍ଧାମାନଙ୍କୁ ଏଯାଁଏ ନ୍ୟାୟ ମିଳି ନାହିଁ ଏବଂ ବହୁ ଲୋକମାନେ ଏବେ ବି ନିଖୋଜ ଅଛନ୍ତି। ଏହାର ପ୍ରତିବାଦ କରି ତ୍ରିଚିର ଗୋଟିଏ ମୁଖ୍ୟ ଥିଏଟରରେ ଦଳର କାର୍ଯ୍ୟକର୍ତ୍ତାମାନେ 'କିଂଗଡମ୍' ଚଳଚ୍ଚିତ୍ର ର ପୋଷ୍ଟର୍ ବ୍ୟାନର୍ ହଟାଇଦେଲେ।


କ’ଣ ରହିଛି ଦାବି ?

NTK ଫିଲ୍ମକୁ ନିନ୍ଦା କରିଛି ଓ ଏହି ଫିଲ୍ମରେ ଦେଖାଇଥିବା କିଛି ଦୃଶ୍ୟ ଉପରେ ଆପତ୍ତି ଜଣାଇଛନ୍ତି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛି NTK ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାମିଲ୍ ସଂସ୍କୃତିକୁ ବଦନାମ ଉଦ୍ୟମ ଅଭିଯୋଗ

ଗୌତମ ତିନ୍ନାନୁରି ନିର୍ଦ୍ଦେଶିତ ଏହି ଫିଲ୍ମ କିଙ୍ଗଡ଼ମରେ ବିଜୟ ଦେବରକୋଣ୍ଡା, ସତ୍ୟଦେବ୍ ଓ ଭେଙ୍କଟେଶ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଶ୍ରୀଲଙ୍କାର ପୃଷ୍ଠଭୂମିରେ ଆଧାରିତ ଏବଂ ଏକ ପୋଲିସ୍ ଅଫିସରରୁ ଗୁଇନ୍ଦାଗିରି କରୁଥିବା ବ୍ୟକ୍ତିର ଏହା କାହାଣୀ । ତେବେ ବିବାଦ ହୋଇଛି ଖଳନାୟକଙ୍କ ନାଁକୁ ନେଇକି। ଫିଲ୍ମରେ ଖଲନାୟକଙ୍କ ନାମ ‘ମୁରୁଗନ୍’ ରଖାଯାଇଛି, ଯିଏ ତାମିଳନାଡୁରେ ଏକ ପୂଜ୍ୟ ଦେବତା ଭାବରେ ପ୍ରତିଷ୍ଠିତ। ଏହାକୁ ନେଇ ଲୋକେ ଅସନ୍ତୁଷ୍ଟ ହେବା ସହ ଫିଲ୍ମ ବିରୋଧରେ ପ୍ରର୍ଦଶନ କରୁଛନ୍ତି। NTK ଦଳର କହିବା ଅନୁସାରେ ଏହି ଫିଲ୍ମ ତାମିଲ ଲୋକଙ୍କ ପରିଚୟ, ସଂସ୍କୃତି ଓ ଐତିହ୍ୟକୁ ବଦନାମ କରିବାର ଏକ ଚେଷ୍ଟା।


ପୋଲିସ୍ ସୁରକ୍ଷା ପାଇଁ ଦାବି କଲେ ଡିଷ୍ଟ୍ରିବ୍ୟୁଟର

ଫିଲ୍ମକୁ ନେଇ ବଢ଼ୁଥିବା ବିରୋଧ ଭିତରେ ତାମିଲନାଡ଼ୁରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟରମାନେ ପୋଲିସ୍ ସୁରକ୍ଷାର ଦାବି ଉଠାଇବା ସହ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଯାହା ପରେ ଏହି ମାମଲା ଆହୁରି ଘନେଇବାରେ ଲାଗିଛି।


ଏପର୍ଯ୍ୟନ୍ତ କେତେ ଆୟ କରିଛି ‘କିଙ୍ଗଡମ୍’?

ଗୌତମ ତିନ୍ନାନୁରିଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ‘କିଂଗଡମ୍’ ରେ ବିଜୟ ଦେଭରକୋଣ୍ଡାଙ୍କ ଅଦ୍ଭୁତ ଟ୍ରାନ୍ସଫର୍ମେସନ୍ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ବିଜୟ ସହିତ ଭାଗ୍ୟଶ୍ରୀ ବୋରସେ ମଧ୍ୟ ଅଭିନୟ କରିଛନ୍ତି। ୧୩୦ କୋଟିରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ଭାରତରେ ପାଖାପାଖି ୫୦ କୋଟି ଟଙ୍କାର ବିଜନେସ କରିଛି ।


Sponsored
kingdom-Movie-protest-in-tamilnadu | Argus News