Videos
|
Entertainment

କୁମ୍ଭମେଳାରେ ବୁଡ଼ ଦେଲା କୋହଲିଙ୍କ ଜର୍ସି, ହେ ଭଗବାନ RCBକୁ ଜିତେଇଦିଅ…

Ritu Das
Browse all articles by Ritu Das
·1 year ago·1 min read
କୁମ୍ଭମେଳାରେ ବୁଡ଼ ଦେଲା କୋହଲିଙ୍କ ଜର୍ସି, ହେ ଭଗବାନ RCBକୁ ଜିତେଇଦିଅ…

ସୋସିଆଲ ମିଡିଆରେ ନାନାଦି ଭିଡିଓ ଘୁରିବୁଲୁଥିବାବେଳେ ଏବେ ଗୋଟିଏ ଭିଡିଓ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରୟାଗରାଜର ସଙ୍ଗମରେ ଜଣେ ଯୁବକ ବୁଡ଼ ପକାଉ ଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବିରାଟ କୋହଲିଙ୍କର ଜଣେ ପ୍ରଶଂସକ ହାତରେ କୋହଲିଙ୍କ ଜର୍ସିକୁ ଧରି ସଙ୍ଗମରେ ବୁଡ଼ ପକାଉଛନ୍ତି । କ୍ରିକେଟ ପାଇଁ ଆମ ଦେଶରେ ବହୁତ କ୍ରେଜ ରହିଛି। ଆଉ ବିରାଟଙ୍କ ଫ୍ୟାନଙ୍କ କଥା ନ କହିଲେ ଭଲ। ବିରାଟ କୋହଲି ଆରସିବି ପାଇଁ ଜଣେ ବିଶ୍ବାସଯୋଗ୍ୟ ଖେଳାଳି। ଆରସିବି ଟିମ ପାଇଁ ସେ ବହୁତ ଲୟାଲ। ଆଉ ଏହି ଲୟାଲିଟି ପାଇଁ ଫ୍ୟାନ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି।


ଆରସିବି ଯେତେଥର ହାରିଲେ ବି ଫ୍ୟାନମାନେ ଆରସିବିକୁ ହିଁ ସପୋର୍ଟ କରନ୍ତି। ଆଉ ଷ୍ଟ୍ରଙ୍ଗ ଫ୍ୟାନ କହିଲେ ଆରସିବି ଟିମକୁ ହିଁ ବୁଝାଏ। ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଜର୍ସି ଧରି ବୁଡ଼ ପକାଉଥିବା ଯୁବକ ଜଣକ କହିଛନ୍ତି, ହେ ଭଗବାନ ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲିଙ୍କ ଫର୍ମ ଫେରେଇଦିଅ । ଏଥିର କପ୍ ଆରସିବିକୁ ଜିତେଇଦିଅ ବୋଲି ଭାଇରାଲ ଭିଡିଓରେ ଯୁବକଜଣକ କହୁଥିବାର ଦେଖିବାକୁ ମିଳିଥିଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ପକ୍ଷରୁ ଚଳିତବର୍ଷ କୋହଲିଙ୍କ ବଦଳରେ ରଜତ ପଟିଦାରଙ୍କୁ ଦଳର କ୍ୟାପ୍ଟେନ୍ ଭାବେ ବଛାଯାଇଛି । ଯାହାକୁ ନେଇ କ୍ରିକେଟ ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷ ଚିନ୍ତାରେ ପଡ଼ିଯାଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଚଳିତବର୍ଷ କୋହଲିଙ୍କ ବଦଳରେ ରଜତ ପଟିଦାରଙ୍କୁ ଦଳର କ୍ୟାପ୍ଟେନ୍ ଭାବେ ବଛାଯାଇଛି । ଯାହାକୁ ନେଇ କ୍ରିକେଟ ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷ ଚିନ୍ତାରେ ପଡ଼ିଯାଇଛନ୍ତି ।

Kohli's jersey got soaked at the Kumbh Mela, oh God, please make him win once... | Argus News Odia