Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫିଲ୍ମ ସୁଟିଂ ପାଇଁ ବଢ଼ିଆ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦେଓମାଳି ଆସିବେ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ !

Entertainment

ଫିଲ୍ମ ସୁଟିଂ ପାଇଁ ବଢ଼ିଆ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦେଓମାଳି ଆସିବେ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ !

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଫିଲ୍ମ ସୁଟିଂ ପାଇଁ ବଢ଼ିଆ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦେଓମାଳି ଆସିବେ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ !

ବଣ, ପାହାଡ଼ ସାଙ୍ଗକୁ ଭଳିକି ଭଳି ପ୍ରାକୃତିକ ଶୋଭାରାଜି । ଟନେଲ୍ ଭିତରେ ଟ୍ରେନ୍ ଆଉ ପାର୍ଶ୍ଵରେ ପାହାଚ ପରି ପାହାଡ଼ । ପ୍ରତିଟି ଦୃଶ୍ୟ ଯାହା ମନ ମୋହିନିଏ, ମନ ଜିଣିନିଏ । ଓଡ଼ିଶାର ଏହି ଭୂ-ସ୍ଵର୍ଗ ଏବେ ଫିଲ୍ମମେକରଙ୍କ ନଜରରେ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ ସିନେମା ନିର୍ମାତାଙ୍କ ଲାଗି ପାଲଟିଛି ପ୍ରଥମ ପସନ୍ଦ ।


ଗତବର୍ଷ ଫେବ୍ରୁଆରୀରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଓ ରମ୍ୟା କ୍ରିଷ୍ଣନ ବିଗ୍ ବଜେଟ୍‌ରେ ତିଆରି ବହୁଭାଷୀ ଚଳଚ୍ଚିତ୍ର 'ଘାଟି'ର ସୁଟିଂ କୋରାପୁଟରେ କରିଥିଲେ । ଦେଓମାଳି ସହ ଜୟପୁର, ଲମତାପୁଟ ଏବଂ କୋଲାବ ଜଳଭଣ୍ଡାରରେ ସୁଟିଂ ହୋଇଥିଲା ଫିଲ୍ମର ଅନେକ ଦୃଶ୍ୟ । ଏହା ଛଡ଼ା ଜୟପୁର ସହର, ସୂର୍ଯ୍ୟ ମହର ଏବଂ ଜୟନଗର ସହ ଜଗନ୍ନାଥ ସସାଗର ନିକଟରେ ଥିବା ପାହାଡ଼ ବି ନଜର ଆସିଥିଲା ।


ଏବେ ଏହି ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ଜିଲ୍ଲା କୋରାପୁଟରେ ସୁଟିଂ ହେବାକୁ ଯାଉଛି ଆଉ ଏକ ଫିଲ୍ମ । ଜିଲ୍ଲାରେ ଥିବା ଜଳପ୍ରପାତ ସାଙ୍ଗକୁ ଶୀତୁଆ ସକାଳରେ ସୁଟିଂ ହେବ ଫିଲ୍ମ । ଏଥିପାଇଁ ଏସ୍ଏସ୍ ରାଜମୌଲିଙ୍କ ପ୍ରଡକ୍ସନ୍ ହାଉସ୍ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇଛି । ମାର୍ଚ୍ଚ ୧ରୁ ୨୯ ତାରିଖ ପାଇଁ ସଂସ୍ଥା ନେଇଛି ଫିଲ୍ମ ସୁଟିଂ ଲାଗି ଅନୁମତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସ୍ଏସ୍ ରାଜମୌଲିଙ୍କ ପ୍ରଡକ୍ସନ୍ ହାଉସ୍‌ର ଆଗାମୀ ଫିଲ୍ମର ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଖବର ଅନୁସାରେ, କୋରାପୁଟର ଦେଓମାଳି ଏବଂ ଅନ୍ୟ ସ୍ଥାନରେ ଫିଲ୍ମର ସୁଟିଂ ହେବ । କୋରାପୁଟର ସୌନ୍ଦର୍ଯ୍ୟ, ପାଣିପାଗ ଏବଂ ଆକୃଷ୍ଟ କରୁଥିବା ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ ହେବା ନେଇ ଏସ୍ଏସ୍ ରାଜମୌଲିଙ୍କ ପ୍ରଡକ୍ସନ୍ ହାଉସ୍ର ପ୍ରଡକ୍ସନ ମ୍ୟାନେଜର ନାଗା ପ୍ରଣୀତ ସୂଚନା ଦେଇଛନ୍ତି ।


ଫିଲ୍ମର ସୁଟିଂ ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ରାଜମୌଲିଙ୍କ କୋରାପୁଟର ସେମିଳିଗୁଡ଼ା ପରିଦର୍ଶନ କରିଥିଲେ । ଏହା ପୂର୍ବରୁ କୋରାପୁଟରେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ହୋଇଥିବା ବେଳେ ଏବେ ସାଉଥ୍ ଓ ବଲିଉଡ୍ ସିନେ ନିର୍ମାତାଙ୍କ ଧ୍ୟାନ ଆକର୍ଷଣ କରିଛି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ମନୋରମ ପାହାଡ଼ ଓ ଘଞ୍ଚ ଜଙ୍ଗଲ । ନିକଟରେ କୋରାପୁଟର ବିଭିନ୍ନ ସ୍ଥାନରେ ପୁଷ୍ପା-୨ର ମଧ୍ୟ ସୁଟିଂ ହୋଇଥିଲା । ଚର୍ଚ୍ଚା ସାଉଣ୍ଟିବା ସହ ପୁରସ୍କୃତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ କୋରାପୁଟରେ ସୁଟିଂ ହୋଇଥିଲା ।

Sponsored
Koraput Scenic Natural Beauty Attracts Filmmakers To Shoot Movies | Argus News