Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Kriti Sanon / ହାତକୁ ଦି ହାତ ହେବେ କ୍ରିତିଙ୍କ ଭଉଣୀ

Rashmita Mishra
Browse all articles by Rashmita Mishra
·6 months ago·2 min read
ହାତକୁ ଦି ହାତ ହେବେ  କ୍ରିତିଙ୍କ ଭଉଣୀ
Kriti Sanon

Key Points

କ୍ରିତି ସାନନଙ୍କ ସାନ ଭଉଣୀ ନୂପୁର ସାନନ ତାଙ୍କ ପ୍ରେମିକ ତଥା ଲୋକପ୍ରୟ ଗାୟିକ ଷ୍ଟେବିନ୍ ବେନଙ୍କ ସହ ସରିଲା ନିର୍ବନ୍ଧ ।

ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କ ଘରେ ଖୁସିର ମାହୋଲ । କ୍ରିତି ସାନନଙ୍କ ସାନ ଭଉଣୀ ନୂପୁର ସାନନ ତାଙ୍କ ପ୍ରେମିକ ତଥା ଲୋକପ୍ରୟ ଗାୟିକ ଷ୍ଟେବିନ୍ ବେନଙ୍କ ସହ ନିର୍ବନ୍ଧ କରିଛନ୍ତି ।

ସୂଚନାମୁତାବକ ଗାୟକ ଷ୍ଟେବିନ୍ ବେନ୍ ତାଙ୍କୁ ସମୁଦ୍ର ମଝିରେ ଏକ ଜାହାଜରେ ରୋମାଣ୍ଟିକ ଉପାୟରେ ପ୍ରସ୍ତାବ ଦେଇଥିଲେ । ଆଣ୍ଠୁ ମାଡ଼ି ନିଜ ପ୍ରେମ ଓ ବିବାହର ପ୍ରସ୍ତାବ ଦେଇଥିଲେ ଷ୍ଟେବିନ୍‌ ବେନ୍‌ । ସେହି ମୁହୂର୍ତ୍ତଟି କୌଣସି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା । ଏହି ଅବସରରେ ଷ୍ଟେବିନ୍ ନୂପୁରଙ୍କୁ ଏକ ବହୁ ମୂଲ୍ୟ ହୀରା ମୁଦି ମଧ୍ୟ ଉପହାର ଦେଇଥିଲେ ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ନୂପୁର ଏବଂ ଷ୍ଟେବିନ୍‌ଙ୍କ ଏହି ଝଲକ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି ।


ନୂପୁର ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଗ୍ରାଣ୍ଡ ୟାଟ୍ ପ୍ରସ୍ତାବର ଅନେକ ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଗାୟକ ନୀଳ ଆକାଶ ତଳେ ନୂପୁରଙ୍କ ସାମ୍ନାରେ ଆଣ୍ଠୁମାଡ଼ି ବସିଥିବାର ଦେଖାଯାଉଛି। ସେମାନଙ୍କ ପଛରେ କିଛି ଲୋକ ବ୍ୟାନର ଧରି ଅଛନ୍ତି ଯେଉଁଥିରେ ଲେଖା ଅଛି, “ତୁମେ ମୋତେ ବିବାହ କରିବ?” ପରବର୍ତ୍ତୀ ଫଟୋରେ, ନୂପୁର ତାଙ୍କର ସୁନ୍ଦର ମାର୍କ୍ୟୁଇଜ୍-କଟ୍ ହୀରା ନିର୍ବନ୍ଧ ମୁଦି ଦେଖାଇଛନ୍ତି। ଅନ୍ୟ ଏକ ଫଟୋରେ, ନୂପୁର ତାଙ୍କ ପିତାମାତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ସ୍ୱପ୍ନର ପ୍ରସ୍ତାବର ଏକ ଝଲକ ଦେଉଛନ୍ତି ।

କୁହାଯାଉଛି କି ଜାନୁଆରି ୧୧, ୨୦୨୬ ରେ ଉଦୟପୁରରେ ଅନୁଷ୍ଠିତ ହେବ ସେମାନଙ୍କ ବାହାଘର । ଉତ୍ସବ ଜାନୁଆରି ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହେବ ଯେଉଁଥିରେ କେବଳ ନିକଟତର ପରିବାର ଓ ବନ୍ଧୁମାନେ ଯୋଗଦେବେ । ବାହାର ଲୋକ ବହୁତ କମ୍ ଯୋଗଦେବେ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ । ବିବାହ ପରେ, ଜାନୁଆରି ୧୩ରେ ମୁମ୍ବାଇରେ ଏକ ଅଲଗା ରିସେପ୍ସନ ଯୋଜନା କରାଯାଇଛି । ଯେଉଁଠାରେ ବନ୍ଧୁ ଏବଂ ସହକର୍ମୀମାନେ ଉପସ୍ଥିତ ରହିବେ । ନୂପୁର ଏବଂ ଷ୍ଟେବିନ୍ ବେନ୍ ୨୦୨୩ ମସିହାରୁ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kriti Sanon | Kriti’s Sister Set to Tie the Knot Soon | Argus News