ବିଦେଶରେ ଏକାଠି ନଜର ଆସିଲେ କ୍ରିତି ଏବଂ କବିର

Key Points
ପ୍ରେମରେ ପଡ଼ିଛନ୍ତି ବଲିଉଡ୍ ବ୍ୟୁଟି କ୍ରିତି
ପ୍ରେମିକଙ୍କ ସହ ବୁଲୁଛନ୍ତି ବିଦେଶ
ଲର୍ଡସ ପଡ଼ିଆରେ ବୁଲୁଛନ୍ତି ପ୍ରେମୀ ଯୁଗଳ
ପ୍ରେମରେ ପଡ଼ିଛନ୍ତି ବଲିଉଡର ପରମସୁନ୍ଦରୀ। ମିଛ କହୁଥିଲେ ଏବେ ଧରାପଡିଗଲେ। ପ୍ରେମରେ ପଡିବା କିଛି ବଡ କଥା ନୁହେଁ, କିନ୍ତୁ କାହା ପ୍ରେମରେ ପଡିଛନ୍ତି ସେଟା ହେଉଛି ବଡ ଖବର। ଲର୍ଡସ ଗ୍ରାଉଣ୍ଡରେ ବଲିଉଡ୍ ସୁନ୍ଦରୀ କ୍ରିତି ସନୋନ୍ । ଭାରତ-ଇଂଲଣ୍ଡ ମଧ୍ୟରେ ଜାରିଥିବା ମ୍ୟାଚ୍ ଦେଖିବା ପାଇଁ କ୍ରିତି ପ୍ରେମିକ କବିର ବହିଆଙ୍କ ସହ ମ୍ୟାଚ ଦେଖିବା ପାଇଁ ଯାଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ୍ରିତିଙ୍କ ବୟଫ୍ରେଣ୍ଡକୁ ନେଇ ଯେଉଁ ଗୁଜବ ଚାଲିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । କାରଣ କ୍ରିତିଙ୍କ ଫଟୋକୁ କବିର ଶେୟାର କରିଛନ୍ତି ।
କବିର ବହିଆ ଜଣେ ବ୍ୟବସାୟୀ । ତାଙ୍କ ବାପା କୁଲଜିନ୍ଦର ବହିଆ ସାଉଥଅଲ୍ ଟ୍ର୍ରାଭେଲର ମାଲିକ । ଏହି ବ୍ୟବସାୟକୁ ଏବେ କବିର ଦେଖାଶୁଣା କରୁଥିବା କୁହାଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା କ୍ରିତିଙ୍କ ବାହାଗର ହେବା ନେଇ ମଧ୍ୟ ଖବର ପ୍ରକାଶ ପାଉଛି । ହେଲେ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି କ୍ରିତି । ଯେଉଁଥିରେ ଦୁହେଁ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଦୁଇଜଣଯାକ ମ୍ୟାଚିଂ କଲରର ପୋଷାକ ମଧ୍ୟ ପିନ୍ଧିଥିବା ଫଟୋରୁ ଜଣାପଡ଼ୁଛି ।
📱 Get Argus News App
✨କ୍ରିତି ଓ କବିର ପରସ୍ପରକୁ ଡେଟ୍ କରିବା ନେଇ ଖବର ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ କ୍ରିତି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । କିନ୍ତୁ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। କେହି କେହି କହୁଛନ୍ତି କେବେ ବିବାହ କରିବେ ଅଭିନେତ୍ରୀ, ତ ଆଉ କେହି କହୁଛନ୍ତି ଏହା କଣ କେବଳ ସାଙ୍ଗ ନା ଆଉ କିଛି ?