Videos
|
Entertainment

୭୦୦ କୋଟି ପାଇଁ ସୁଟିଂ ହେଇ ପାରୁନି କ୍ରିଶ୍‌-୪

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୭୦୦ କୋଟି ପାଇଁ ସୁଟିଂ ହେଇ ପାରୁନି କ୍ରିଶ୍‌-୪

ଆଗକୁ ବଢି ପାରୁନି ବହୁ ପ୍ରତୀକ୍ଷିତ କ୍ରିଶ୍‌-୪ ର କାମ। ବକ୍ସ ଅଫିସକୁ ବିଗ୍ ବଜେଟର ହିଟ୍ ଦେବାକୁ ଯୋଜନା କରୁଥିବା ହ୍ରିତିକ୍ ରୋସନଙ୍କ ହାତ ଛାଡ଼ି ଦେଉଛନ୍ତି ସମସ୍ତେ। ଚଳିତ ବର୍ଷ ସିନେମାର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଥିଲା। ହେଲେ ଯାହା ଜଣା ପଡ଼ିଛି ଏବର୍ଷ ବି ହୋଇ ପାରିବନି ସୁଟିଂ। ସିନେମା ନିର୍ମାଣ ପାଇଁ ୭୦୦ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ପ୍ରଡ଼କ୍ସନ ହାଉସ ଏତେ ଟଙ୍କା ଲଗାଇବାକୁ ରାଜି ହେଉନଥିବାରୁ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ଭଳି ସିନେମାର ସୁଟିଂ ଡେଟ୍‌ ଘୁଞ୍ଚୁଛି। କ୍ରିଶ୍- ୩ କୁ ଏ ଭିତରେ ୧୦ ବର୍ଷରୁ ଅଧିକ ସମୟ ହୋଇ ସାରିଥିବା ବେଳେ କ୍ରିଶ୍‌-୪ ପାଇଁ ଏତେ ଟଙ୍କା ବଜେଟ୍‌ ଖର୍ଚ୍ଚ କରିବାକୁ କେହି ରାଜି ହେଉ ନାହାନ୍ତି।


ସେପଟେ ଷ୍ଟୁଡ଼ିଓ ନିର୍ମାଣରେ ବି ବିଳମ୍ବ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟୁଡ଼ିଓ ନିର୍ମାଣ କାର୍ଯ୍ୟ ସିଦ୍ଧାର୍ଥ ଆନନ୍ଦଙ୍କୁ ଦେଇଥିଲେ ହ୍ରିତିକ୍। ହେଲେ ଏବେ ଶୁଣିବାକୁ ମିଳୁଛି ସିଦ୍ଧାର୍ଥ ଆନନ୍ଦ ପ୍ରୋଜେକ୍ଟର ପ୍ରେଯୋଜନାରୁ ଓହରି ଯାଇଛନ୍ତି। ବଲିଉଡ୍‌ ହଙ୍ଗାମାର ରିପୋର୍ଟ କହୁଛି ହ୍ରିତିକ୍ ରୋଶନ ଓ ତାଙ୍କ ବାପା ରାକେଶ ରୋଶନ ଅନ୍ୟ ଷ୍ଟୁଡ଼ିଓ ସହ ଯୋଗାଯୋଗରେ ରହିଛନ୍ତି। ହେଲେ ବଜେଟ୍‌ ପାଇଁ କୌଣସି ଡିଲ୍‌ ଫାଇନାଲ ହୋଇ ପାରୁନି। ଫିଲ୍ମ କ୍ରାଫ୍ଟ ନାମକ ଏକ ଷ୍ଟୁଡ଼ିଓ ସହ କଥା ଆଗେଇ ଥିବା ଚର୍ଚ୍ଚା ହେଉଛି। ୨୦୨୫ ଜୁନ୍ ବେଳକୁ ସିନେମାର ସୁଟିଂ ହେବାକୁ ପୂର୍ବ ଯୋଜନା ଥିବା ବେଳେ ବଜେଟ୍‌ ପାଇଁ ସିନେମାର ସୁଟିଂ ୨୦୨୬ କୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି। ସେପଟେ ସିଦ୍ଧାର୍ଥ ଆନନ୍ଦ ପ୍ରୋଜେକ୍ଟ ଛାଡ଼ିବା ପରେ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା କରନ ମଲହୋତ୍ରା ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱରୁ ଓହରି ଯାଇଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: