Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Humane Sagar / ଟିଟିଲାଗଡ଼ ଭିଟାମାଟିରେ ହେବ ହ୍ୟୁମାନଙ୍କ ଶେଷ କୃତ୍ୟ

Rashmita Mishra
Browse all articles by Rashmita Mishra
·7 months ago·2 min read
ଟିଟିଲାଗଡ଼ ଭିଟାମାଟିରେ ହେବ ହ୍ୟୁମାନଙ୍କ ଶେଷ କୃତ୍ୟ

Key Points

ବଲାଙ୍ଗିରର ଭିଟାମାଟି ଟିଟିଲାଗଡ଼ରେ ହେବ ଶେଷ କୃତ୍ୟ ।
ଭୋର ୪ଟା ବେଳେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସ ଭବନରୁ ଟିଟିଲାଗଡ଼ ବାହାରିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର ।

ଆଉ ନାହାନ୍ତି ହ୍ୟୁମାନ ସାଗର । ଓଡ଼ିଶା ମାଟିର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ହ୍ୟୁମାନ ସାଗର । ତାଙ୍କର ସଂଗୀତ ଓଡ଼ିଶା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ୧୪ ତାରିଖରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ବଲାଙ୍ଗିରର ଭିଟାମାଟି ଟିଟିଲାଗଡ଼ରେ ହେବ ଶେଷ କୃତ୍ୟ । ଭୋର ୪ଟା ବେଳେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସ ଭବନରୁ ଟିଟିଲାଗଡ଼ ବାହାରିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର । କଟକରେ ଶେଷ ଦର୍ଶନ କଲେ ଅନେକ ବିଶିଷ୍ଟ ବ୍ୟକ୍ତି । ପ୍ରାୟ ଦଶନ୍ଧି ଧରି ଶେଷ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଆ ସଙ୍ଗୀତଜଗତର ଶୀର୍ଷସ୍ଥାନର ତାରକାକଣ୍ଠଶିଳ୍ପୀ । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଏକ ଉଦୀୟମାନ ଶିଳ୍ପୀଙ୍କୁ ହରାଇଛି ।

ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୟୂରଣୀୟ କ୍ଷତି କହିଲେ ଭୁଲ ହେବନି। ଗତକାଲି ହ୍ୟୁମାନଙ୍କ ଚେତନା ଶକ୍ତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଥିଲା । ଡାକ୍ତର କହିଥିଲେ, ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ତାପରେ ପୁଣି ବିଗିଡ଼ିଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ୧୪ ତାରିଖରେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଲିଭର ସିରୋସିସ୍ ହେଉଛି ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଯକୃତର ସ୍ୱାଭାବିକ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ସେହି ସ୍ଥାନରେ କ୍ଷତିଗ୍ରସ୍ତ ତନ୍ତୁ ସୃଷ୍ଟି ହୁଏ । ଏହି କ୍ଷତିଗ୍ରସ୍ତ ତନ୍ତୁକୁ 'ଫାଇବ୍ରୋସିସ୍' କୁହାଯାଏ। ଏହି କାରଣରୁ ଯକୃତ କଠିନ ହୋଇଯାଏ ଏବଂ ତା'ର ସ୍ୱାଭାବିକ କାର୍ଯ୍ୟ କରିବା କ୍ଷମତା କମିଯାଏ । ଯକୃତର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଖାଦ୍ୟରୁ ପୁଷ୍ଟିକର ତତ୍ତ୍ୱ ପ୍ରକ୍ରିୟାକରଣ କରିବା ଏବଂ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ପ୍ରୋଟିନ୍ ତିଆରି କରିବା । ସିରୋସିସ୍ ହେଲେ ଏହି ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ରୋଗ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଯକୃତର ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଏହାର ଲକ୍ଷଣ ଜଣାପଡ଼ିଥାଏ । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ଅତ୍ୟଧିକ ମଦ୍ୟପାନ କରିବା ଲିଭର ସିରୋସିସର ଏକ ମୁଖ୍ୟ କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Humane Sagar | Last Rites to Be Performed at Bhatamati, Titilagarh in Balangir | Argus News