୧୨ ବର୍ଷ କଥା ହୋଇ ନଥିଲେ ଲତା ଓ ଆଶା, କାରଣ ଶୁଣିଲେ...

Key Points
ବଲିଉଡର ବେଶ ଚର୍ଚ୍ଚିତ ଗାୟିକା ଲତା ଓ ଆଶା
୧୨ ବର୍ଷ କଥା ହୋଇ ନଥିଲେ ଦୁଇ ଭଉଣୀ
କାରଣ ଜାଣିଲେ ଉଡ଼ିଯିବ ହୋସ୍
ବଲିଉଡର ବେଶ୍ ଚର୍ଚ୍ଚିତ ଗାୟିକା ଭାବେ ସୁନାମ ଅର୍ଜନ କରିଥିବା ଲତା ମଙ୍ଗେସକରଙ୍କ ନାଁ ସର୍ବପ୍ରଥମେ ଆସିଥାଏ । ଲତାଙ୍କ ଭଉଣୀ ଆଶା ମଧ୍ୟ ଏଣ୍ଟରନେଟମେଣ୍ଟ ଇଣ୍ଡଷ୍ଟ୍ରୀର ବେଶ୍ ନାମକରା କଣ୍ଠଶିଳ୍ପୀ ଭାବେ ଜଣାଯାଆନ୍ତି । ଏହି ଦୁଇ ଭଉଣୀଙ୍କୁ ନେଇ ଏଭଳି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଶୁଣିବା ପରେ ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ଦୁଇ ଭଉଣୀ କଥା ହେଉନଥିଲେ। ଆଉ ଯାହାର ମୁଖ୍ୟ କାରଣ ହେଉଛି ଇର୍ଷା। ୧୯୩୩ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର ତାଙ୍କ ବାପାଙ୍କ ଠାରୁ ଶୀତ ଶୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଲତା ଭଉଣୀ ଆଶାଙ୍କୁ ଗୀତ ଶିଖାଇଥିଲେ ।
ଏମିତିବି ସମୟ ଆସିଥିଲା ଯେଉଁଥିରେ ଲତା ଓ ଆଶାଙ୍କ ଦବଦବା ପୂରା ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ରହିଥିଲା ।
ଦୁଇ ଭଉଣୀ ବେଶ୍ ହିଟ୍ ଓ ହୃଦୟସ୍ପର୍ଶୀ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି । ଲତା ମଙ୍ଗେସକର ଆଶାଙ୍କୁ ଗୀତ ଶିଖାଇଥିଲେ। ଲତା କୁଆଡ଼େ ଚାହୁଁ ନଥିଲେ ଆଶା ନିଜ କ୍ୟାରିୟରରେ ଆଗକୁ ବଢ଼ନ୍ତୁ । ଆଶା ଓ ଲତା ପରସ୍ପର ନିଜ ଲୋକପ୍ରିୟତାକୁ ନେଇ ଅସହିଷ୍ଣୁ ଥିଲେ ବୋଲି କୁହାଯାଉଛି। ଆଶା ଓ ଲତା ପରସ୍ପର ନିଜ ଲୋକପ୍ରିୟତାକୁ ନେଇ ଅସହିଷ୍ଣୁ ଥିଲେ । ଲତା ଚାହୁଁ ନଥିଲେ ଆଶା ନିଜ କ୍ୟାରିୟରରେ ଆଗକୁ ବଢ଼ନ୍ତୁ ।ଦୁଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କିନ୍ତୁ ସବୁ ଭାଇ ଭଉଣୀ ଭଳି ସେମାନଙ୍କ ଭିତରେ ମୁହଁ ଫୁଲାଫୁଲି ହୋଇଥିଲା । ଯାହାପାଇଁ ୨ ଭଉଣୀ ୧୨ ବର୍ଷ କାଳ କଥା ହୋଇ ନ ଥିଲେ ପରସ୍ପର ସହିତ । ଏକଥା ଯେତେବେଳେ ବହୁଳମାତ୍ରାରେ ଚର୍ଚ୍ଚା ହେବାକୁ ଲାଗିଲା ସେତେବେଳେ ଲତା ମଙ୍ଗେସକର ଏ ସମ୍ପର୍କରେ ମୁହଁ ଖୋଲି କହିଥିଲେ ଯେ, ଦୁଇ ଭଉଣୀ କଥା ନ ହେବାର ପ୍ରକୃତ ସତ କଥା ହେଲା ବିବାହ ।
ଆଶା ୧୬ ବର୍ଷ ବୟସରେ ଯାହାଙ୍କୁ ବିବାହ କରିଥିଲେ, ସେ ପୂର୍ବରୁ ବିବାହିତ ଥିଲେ; ଯାହା ଲତାଙ୍କୁ ଆଦୌ ପସନ୍ଦ ଆସି ନ ଥିଲା ।
📱 Get Argus News App
✨ଏହାପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ଘରର ଦାୟିତ୍ୱ ଲତାଙ୍କ କାନ୍ଧରେ ଥିଲା, ସେ ଚାହୁଁଥିଲେ ଭାଇ-ଭଉଣୀ ଭଲ ବାଟରେ ଯାଆନ୍ତୁ । କିନ୍ତୁ କିଛି ବର୍ଷ ବିବାହ ବନ୍ଧନରେ ରହିବା ପରେ ଆଶା ନିଜ ଭୁଲ ବୁଝିପାରି ଲତାଙ୍କ ପାଖକୁ ଫେରି ଆସିଥିଲେ । ଯାହାପରେ ଦୁଇ ଭଉଣୀ ପୁଣିଥରେ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ । ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି ସତ... ହେଲେ ସେ ଛାଡ଼ିଦେଇଯାଇଥିବା ସେ ସୁନ୍ଦର ଗୀତ ଆଜି ଆମେ ଶୁଣି ମନ୍ତ୍ରମୁଗ୍ଧ ହେଉଛି। ଆଶା ଭୋସଲେ ମଧ୍ୟ ଲତାଙ୍କୁ ଖୁବ ଭଲ ପାଆନ୍ତି। ସବୁ ପରିବାରରେ ଯେମିତି ଭାଇଭଉଣୀଙ୍କ ମଧ୍ୟରେ ଛୋଟମୋଟ ଝଗଡା ଥାଏ, ବାସ୍ ସେମିତି କିଛି ଥିଲା ଏହି ଦୁଇ ଭଉଣୀଙ୍କ ଭିତରେ।