ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପୁଣି ହତ୍ୟା ଧମକ
·1 year ago·1 min read

ଅର୍ଗସ ବ୍ୟୁରୋ:ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ପୁଣି ଥରେ ଏହି ଧମକପୂର୍ଣ୍ଣ ସନ୍ଦେଶ ଆସିଛି। ଏହି ସନ୍ଦେଶରେ କୁହାଯାଇଛି, ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇ ଉପରେ ଏକ ଗୀତ ଲେଖାଯାଇଛି। ଏହି ଗୀତ ଲେଖିଥିବା ବ୍ୟକ୍ତିକୁ ଏକମାସ ଭିତରେ ହତ୍ୟା କରାଯିବ। ଏହା ସହିତ ଧମକପୂର୍ଣ୍ଣ ସନ୍ଦେଶରେ ଆହୁରି କୁହାଯାଇଛି, ଗୀତ ଲେଖିଥିବା ବ୍ୟକ୍ତିର ଏବସ୍ଥା ଏପରି ହେବ ଯେ, ସେ କେବେ ବି ନିଜ ନାମରେ ଗୀତ ଲେଖିପାରିବନି। ଯଦି ସଲମାନ ପାରୁଛନ୍ତି ତାଙ୍କୁ ବଞ୍ଚାନ୍ତୁ। ଗତ ଏକ ମାସ ଭିତରେ ସଲମାନ ଖାନଙ୍କୁ ଏକାଧିକ ଥର ହତ୍ୟା ଧମକ ମିଳି ସାରିଲାଣି। ମୁମ୍ବାଇ ପୋଲିସ ଝମକ ଦେଇଥିବା ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଥିବା ବେଳେ ମୋବାଇଲ ନମ୍ବରକୁ ଟ୍ରେସ କରୁଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: