Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୁଶାନ୍ତ ସିଂଙ୍କ ପରି ମୋ ଜୀବନ ବିପଦରେ ଅଛି

Ritu Das
Browse all articles by Ritu Das
·11 months ago·2 min read
ସୁଶାନ୍ତ ସିଂଙ୍କ ପରି ମୋ ଜୀବନ ବିପଦରେ ଅଛି

Key Points

୫ବର୍ଷ ହେଲାଣି ହଇରାଣ ହେଲିଣି

ମୋତେ ସାହାଯ୍ୟ କରନ୍ତୁ

ମୋତେ ମୋ ନିଜ ଘରେ ନିର୍ଯାତନା ଦେଉଛନ୍ତି

କାନ୍ଦି କାନ୍ଦି ସୋସିଆଲ ମିଡିଆରେ ପୋଷ୍ଟ କଲେ ତନୁଶ୍ରୀ ଦତ୍ତ

ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ନିକଟରେ ସେ କାନ୍ଦି କାନ୍ଦି ଏକ ଭିଡିଓ କରି ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ତାଙ୍କ କହିବାନୁସ‌ାରେ, ୨୦୧୮ ମସିହାର ମିଠୁ ପ୍ରସଙ୍ଗ ପରେ ପରେ ତାଙ୍କୁ ଖୁବ୍‌ ହଇରାଣ କରାଯାଉଛି। ତା‌ଙ୍କ ଜୀବନ ଏବେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରି ବିପଦରେ ରହିଛି। ସେ ଏକ ମିଡିଆ ସହ କଥା ହୋଇ କହିଛନ୍ତି ଯେ, ବଲିଉଡ୍‌ରେ ଜଣେ ଏପରି ବ୍ୟକ୍ତି ଅଛନ୍ତି, ଯିଏକି ତାଙ୍କ ପଛରେ ପୁରାପୁରି ଭାବେ ପଡ଼ି ଯାଇଛନ୍ତି।



ଯେଉଁଭଳି ୨୦୨୦ ମସିହାରେ ସୁଶା‌ନ୍ତ ସିଂହ ରାଜପୁତଙ୍କ ଘରେ ତାଙ୍କ ମୃତଦେହ ମିଳିଥିଲା, ସେଇଭଳି ମୋ ମୃତଦେହ ବି କେବେ ମିଳିବ ବୋଲି ତନୁଶ୍ରୀ କହିଛନ୍ତି। ତାଙ୍କ କହିବାନୁସାରେ, ସୁଶାନ୍ତଙ୍କ ଭଳି ତାଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରାଯାଉଛି। ବଲିଉଡ୍‌ରେ ଏକ ବଡ଼ ମାଫିଆ ଗ୍ୟାଙ୍ଗ୍‌ ରହିଛି। ସେମାନେ ମୋତେ ଛାଡ଼ିବେନି। ଅନ୍ୟପକ୍ଷେ ତନୁଶ୍ରୀ ନିଜ ଏକ୍ସରେ କାନ୍ଦି କାନ୍ଦି କହିଛନ୍ତି 'ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ଆଉ ହେବନି। ମୋତେ ସାହାଯ୍ୟ କରନ୍ତୁ।' ସେ ଦାବି କରିଛନ୍ତି ଯେ, ତାଙ୍କୁ ଗତ ୪-୫ ବର୍ଷ ଧରି ତାଙ୍କ ଘରେ ନିର୍ଯାତନା ଦେଉଛନ୍ତି। ଏନେଇ ତାଙ୍କୁ ମଙ୍ଗଳବାର ଦିନ ପୋଲିସକୁ ଫୋନ୍ କରିବାକୁ ପଡିଥିଲା। ସୂଚନା ପାଇ ପୋଲିସ ଆସିଥିଲା ଏବଂ ତାଙ୍କୁ ଉପଯୁକ୍ତ ଉପାୟରେ ଅଭିଯୋଗ କରିବାକୁ କହିଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ଏହା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ ବୋଲି ସେ ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଭିଡିଓ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, "ମୁଁ ଏହି ନିର୍ଯାତନା ସହି ସହି ବିରକ୍ତ ହୋଇଗଲାଣି। ଏହା ୨୦୧୮ ମସିହାରୁ ଚାଲିଛି। ହ୍ୟାସଟ୍ୟାଗ୍ ମିଟୁ। ଆଜି ବିରକ୍ତ ହୋଇ ମୁଁ ପୋଲିସକୁ ଫୋନ୍ କଲି। ଦୟାକରି କେହି ମୋତେ ସାହାଯ୍ୟ କରନ୍ତୁ। ବହୁତ ବିଳମ୍ବ ହେବା ପୂର୍ବରୁ କିଛି କରନ୍ତୁ।" "ମୁଁ ଏବେ ଭଲ ନାହିଁ। ଗତ ୪-୫ ବର୍ଷ ମଧ୍ୟରେ ମୁଁ ଏତେ ହଇରାଣର ଶିକାର ହୋଇଛି ଯେ ମୋର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ମୁଁ କୌଣସି କାମ କରିପାରୁନାହିଁ। ମୋ ଘର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭାବେ ପଡ଼ିଛି। ନିଜ ଘରେ ମୁଁ ଚାକର ରଖିପାରୁନି। କାରଣ ସେମାନେ ନିଜ ହିସାବରେ ଚାକର ରଖିଛନ୍ତି, ଯେଉଁମାନେ ମୋ ଘରୁ ଅଧା ଜିନିଷ ଚୋରି କରି ନେଲେଣି। ଅଧିକ ବିଳମ୍ବ ହେବା ପୂର୍ବରୁ ମୋତେ ସାହାଯ୍ୟ କରନ୍ତୁ।


ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଲୋକେ ପୋଲିସ ଓ ବଲିଉଡକୁ ଅନୁରୋଧ କରିଛନ୍ତି। ଏହା ସହ ଅଭିନେତ୍ରୀ ମିଛ କହୁଛନ୍ତି ଏବଂ ଅଭିନୟ କରୁଛନ୍ତି ବୋଲି କିଛି ଲୋକ ଦାବି କରିଛନ୍ତି। କିଛି ୟୁଜର୍ସ କହିଛନ୍ତି ବୋଧେ ତାଙ୍କ ସହ ଘରୋଇ ହିଂସା ଚାଲିଛି। କିଛି କହୁଛନ୍ତି ଭ୍ୟୁଜ ପାଇଁ ଲୋକ କିଛି ବି କରନ୍ତି। ତେବେ ଏହି ଭିଡିଓ ସତରେ କି କଣ ତାହା ଆମେ ଜାଣି ନାହୁଁ। ତନୁଶ୍ରୀ ଦତ୍ତ ୨୦୦୫ ମସିହାରେ ‘ଆଶିକ ବନାୟା ଆପନେ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ। ସେ ମିଟୁ ଆନ୍ଦୋଳନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଠାରେ ସେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି ଘଟଣା ତାଙ୍କୁ ୨୦୧୮ରେ ବ୍ୟାପକ ଚର୍ଚ୍ଚାକୁ ଆଣିଥିଲା।

Sponsored
like-sushant-singh-my-life-is-in-danger | Argus News