Videos
|
Entertainment

ଚାଲିଥିଲା ସୁଟିଂ, ନିର୍ଦ୍ଦେଶକଙ୍କୁ ମାରିଲେ ଗାଁ ଲୋକେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚାଲିଥିଲା ସୁଟିଂ, ନିର୍ଦ୍ଦେଶକଙ୍କୁ ମାରିଲେ ଗାଁ ଲୋକେ...

Key Points

ବନ୍ଦ ହେଲା ସୁଟିଂ

ନିର୍ଦ୍ଦେଶକଙ୍କୁ ମାରିଲେ ଗାଁ ଲୋକେ

ଭାଇରାଲ ହେଉଛି ଭିଡିଓ

ନିର୍ଦ୍ଦେଶକଙ୍କୁ ମାରିଲେ ଗାଁଲୋକେ। ଯାହାକୁ ନେଇ ସୋସିଆଲ ମିଡିଆ ହଇଚଇ। ବଲିଉଡ୍ ଷ୍ଟାର ଆୟୁଷ୍ମାନ ଖୁରାନା ଏବଂ ସାରା ଅଲି ଖାନ। ଦୁହେଁ ତାଙ୍କର ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । 'ପତି ପତ୍ନୀ ଔର ୱୋଃ ୨'ର ସୁଟିଂ ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୦୨୬ରେ ବଡ଼ ପରଦାକୁ ଆସିବ। ଭାଇରାଲ୍ ଭିଡିଓ ଅନୁଯାୟୀ, କିଛି ଲୋକ ଫିଲ୍ମ କ୍ରୁ ସଦସ୍ୟଙ୍କୁ ମାଡ ମାରୁଥିବା ଦେଖାଯାଉଛି। ଯାହା ପରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଅନଲାଇନରେ ସେୟାର ହେଉଥିବା ଏହି କ୍ଲିପ୍ କଳାକାର ଏବଂ କ୍ରୁଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି।


ହେଲେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଫିଲ୍ମ ଟିମ୍ ଏବଂ କିଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି। ଏହି ଘଟଣା ପରେ ସୁଟିଂ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଫୁଟେଜରେ ଝଗଡା-ମାଡ ସ୍ପଷ୍ଟ ଭାବରେ ଦେଖାଯାଉଛି। କିନ୍ତୁ ଝଗଡ଼ାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 'ପତି ପତ୍ନୀ ଔର ୱୋହ 2' ରେ ଆୟୁଷ୍ମାନ, ରାକୁଲ ପ୍ରୀତ ସିଂହ ଏବଂ ସାରା ଅଲି ଖାନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଭିଡିଓରେ ଏହା ମଧ୍ୟ ଦାବି କରାଯାଇଛି ଯେ ଯାହାକୁ ମାଡ଼ ଦିଆଯାଉଥିଲା ସେ ଫିଲ୍ମର ନିର୍ଦ୍ଦେଶକ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରିସ୍ଥିତି ଶାନ୍ତ ହେବା ବ୍ୟତୀତ ଲୋକ ଝଗଡ଼ାରେ ସାମିଲ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ, ନିର୍ମାତା କିମ୍ବା "ପତି ପତ୍ନୀ ଔର ୱୋଃ ୨" ର କାଷ୍ଟମାନେ ଏହି ଘଟଣା ବିଷୟରେ କୌଣସି ଅଫିସିଆଲି ସୂଚନା ଜାରି କରିନାହାଁନ୍ତି।