Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଖୁବଶୀଘ୍ର OTTରେ ରିଲିଜ ହେବ ଲଭ୍‌ୟାପା

Ritu Das
Browse all articles by Ritu Das
·1 year ago·1 min read
ଖୁବଶୀଘ୍ର OTTରେ ରିଲିଜ ହେବ ଲଭ୍‌ୟାପା

ଅର୍ଗସ ବ୍ୟୁରୋ: ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ । ନିକଟରେ 'ଲଭ୍‌ୟାପା'ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମଟି ଭାଲେଣ୍ଟାଇନ୍ ଡେ' ଦିନ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି। ‘ଲଭ୍‌ୟାପା’ ହଲ୍‌ରେ ରିଲିଜ୍ ପୂର୍ବରୁ ଓଟିଟି ପ୍ଲାଟ୍‌ଫର୍ମରେ କେବେ ରିଲିଜ୍ ହେବ ଜାଣିରଖନ୍ତୁ। ସୂଚନା ଅନୁସାରେ, ଅଦ୍ୱୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ୟାପା’ ଫେବୃଆରି ୭ରେ ଥିଏଟରରେ ରିଲିଜ ହେବ। ଏହି ଫିଲ୍ମଟି ୨୦୨୨ ତାମିଲ ଚଳଚ୍ଚିତ୍ର 'ଲଭ୍ ଟୁଡେ'ର ରିମେକ୍ ଅଟେ ।


ଏସବୁ ମଧ୍ୟରେ ସୂଚନା ଥାଉକି, ‘ଲଭ୍‌ୟାପା’ ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ଓଟିଟି ପ୍ଲାଟ୍‌ଫର୍ମର ଡିଜନି ପ୍ଳସ ହଟଷ୍ଟାରରେ ଆସିବ ବୋଲି ଅନୁମାନ କରାଯାଉଛି । ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ । ‘ଲଭ୍‌ୟାପା’ର ଟ୍ରେଲର ଆସିବା ପରେ ଏହି ଫିଲ୍ମ ବିଷୟରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ରହିଛି । ଏହି ଫିଲ୍ମ ରୋମାଣ୍ଟିକ୍ ଓ ଭରପୁର କମେଡି ଦ୍ୱାରା ନିର୍ମିତ ହୋଇଛି। ଏଥିରେ ଗ୍ରୁଶା କପୁର, ଆଶୁତୋଷ ରାଣା, ତନବିକା ପାର୍ଲିକର, କିକୁ ଶାରଦା ଏବଂ କୁଞ୍ଜ ଆନନ୍ଦଙ୍କ ପରି ଅନେକ କଳାକାର କାମ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Love Yapa will be released on OTT soon. | Argus News