ସୋନୁ ସୁଦଙ୍କ ପାଇଁ ବଢିଲା ଅଡ଼ୁଆ

ସୋନୁ ସୁଦଙ୍କ ପାଇଁ ବଢିଲା ଅଡ଼ୁଆ । ବଲିଉଡ ଅଭିନେତା ସୋନୁ ସୁଦ ଙ୍କୁ ଗିରଫ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଲୁଧିଆନାର ଏକ କୋର୍ଟ ସୋନୁଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି । ଏକ ରିଏଲ୍ ଇଷ୍ଟେଟ୍ କାରବାରରେ ଜାଲିଆତି ମାମଲାରେ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ବାରମ୍ବାର ନୋଟିସ ସତ୍ତ୍ବେ କୋର୍ଟରେ ହାଜର ହୋଇନଥିଲେ ଅଭିନେତା । ତେଣୁ ବାଧ୍ୟ ହୋଇ ତାଙ୍କୁ ଗିରଫ କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ସ୍ଥିତ ଲୁଧିଆନା ଆଦାଲତ ଠକେଇ ସହ ଜଡ଼ିତ ଏକ ମାମଲାରେ ସୋନୁଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । ଲୁଧିଆନା ଜୁଡିସିଆଲ ମାଜିଷ୍ଟ୍ରଟ୍ ରମଣପ୍ରୀତ କୌର ଏହି ୱାରେଣ୍ଟି ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ରେ ଅନୁଷ୍ଠିତ ହେବ ।
ମାମଲା କ’ଣ:
ଏହି ମାମଲା ଲୁଧିଆନାର ଜଣେ ଓକିଲ ରାଜେଶ ଖାନ୍ନାଙ୍କ ଠକେଇ ଅଭିଯୋଗ ସହ ଜଡ଼ିତ । ତାଙ୍କ ଅଭିଯୋଗ ଅନୁଯାୟୀ ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ‘ରିଜିକା’ କଏନ୍ ରେ ନିବେଶ କରିବାକୁ ପ୍ରଲୋଭିତ କରାଇ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ ।ଏହି ମାମଲାରେ ସୋନୁଙ୍କୁ ସାକ୍ଷ୍ୟ ଦେବାକୁ କୁହାଯାଇଥିଲା । କିନ୍ତୁ ସମନ ପରେ ମଧ୍ୟ ସୋନୁ ଅଦାଲତ ପହଞ୍ଚିନଥିଲେ । ଲୁଧିଆନା ଅଦାଲତ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିନେତା ସୋନୁଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
📱 Get Argus News App
✨ଆଦେଶ ଅନୁଯାୟୀ ସେନୁ ସୁଦଙ୍କ ବାସଭବନ ସଂଖ୍ୟା ୬୦୫/୬୦୬ କୈସାବ୍ଲାଙ୍କା ଆପାର୍ଟମେଣ୍ଟ ଠିକଣାରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଯଦି ସେ ଅଦାଲତରେ ଉପସ୍ଥିତ ହେବାକୁ ବିଫଳ ହୁଅନ୍ତି ତେବେ ତାଙ୍କୁ ଗିରଫ କରିବା ସହ ଅଦାଲରେ ପ୍ରସ୍ତୁତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୱାରେଣ୍ଟକୁ ୧୦-୦୨-୨୫ରେ କିମ୍ବା ତା’ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଅଦାଲତରେ ଏକ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯିବ ଯେଉଁଥିରେ ଉଲ୍ଲେକ ରହିବ କି ଏହା କେଉଁ ଦିନ ଓ କିପରି କାର୍ଯ୍ୟକାରୀ ହୋଇଥିଲା । ତେବେ ଏଖବରକୁ ନେଇ ଅଭିନେତା ସୋନୁଙ୍କ ପକ୍ଷରୁ କୌଣସି ମତ ଆସିନାହିଁ। ନିକଟରେ ଅଭିନେତାଙ୍କର ଏକ ଫିଲ୍ମ 'ଫତେହ' ରିଲିଜ ହୋଇଥିଲା। ଯାହା ଖୁବ ଲୋକପ୍ରିୟ ହୋଇପାରିଛି। ଏହାସହ ଅଭିନେତା ଜଣଙ୍କ କୋଭିଡ ସମୟରେ ଅନେକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: