ବିବାହ ପରେ ପ୍ରଥମଥର ମୁହଁ ଖୋଲିଲେ ମଦାଲସା ଶର୍ମା, କହିଲେ ମୋ ଶ୍ୱଶୁର

Key Points
ବିବାହ ପରେ ପ୍ରଥମଥର ମୁହଁ ଖୋଲିଲେ ମଦାଲସା ଶର୍ମା
ଶ୍ୱଶୁର ମିଥୁନଙ୍କର ଖୋଲିଲେ ଗୁମର
ଆକ୍ଟିଂ ବ୍ୟତୀତ ମିଥୁନ କରନ୍ତି ଏହି କାର୍ଯ୍ୟ
ଅଭିନେତ୍ରୀ ମଦାଲସା ଶର୍ମା । ‘ଅନୁପମା’ ଟିଭି ଶୋ’ରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତ୍ରୀ ମଦାଲସା ଶର୍ମା ଏହି ସମୟରେ ନିଜର ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହା ଭିତରେ ମଦାଲସା ଏଭଳି ଏକ କଥା ଖୁଲାସା କରିଛନ୍ତି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ମଦାଲସା ହେଉଛନ୍ତି ଲିଜେଣ୍ଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ। ଆଉ ନିଜ ଶ୍ୱଶୁରଙ୍କ ବିଷୟରେ କିଛି ଏପରି କହିଛନ୍ତି ମଦାଲସା। ଯାହା ଭାଇରାଲ ହେବାରେ ଲାଗିଛି।
‘ଦ ବେଙ୍ଗଲ ଫାଇଲ୍ସ’ର ରିଲିଜ୍ ମଧ୍ୟରେ ମଦାଲସାଙ୍କର ଏକ ଇଣ୍ଟରଭ୍ୟୁ ଚର୍ଚ୍ଚାରେ ରହିଛି। ଇଣ୍ଟରଭ୍ୟୁରେ ମଦାଲସା ନିଜ ଶ୍ୱଶୁର ମିଥୁନ ଚକ୍ରବର୍ତ୍ତୀଙ୍କ କୁକିଂ ଟାଲେଣ୍ଟକୁ ନେଇ କହିଛନ୍ତି।ସ୍ୱତନ୍ତ୍ର କଥାବାର୍ତ୍ତାରେ ମଦାଲସା ପ୍ରଫେସନାଲ ଲାଇଫ୍ସହ ନିଜର ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଖୋଲି କହିଛନ୍ତି। ମଦାଲସା କହିଛନ୍ତି ତାଙ୍କ ଶ୍ୱଶୁର ଖାଇବାକୁ ବହୁତ ପସନ୍ଦ। ଘରେ ମଧ୍ୟ ସେ ଅତି ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରିଥାନ୍ତି ଏବଂ କୋଲକାତା ଯାଇ ପ୍ରକୃତ ବଙ୍ଗାଳୀ ଖାଇବା ମିଳିଥାଏ। ଆମେ ପିତାଜୀଙ୍କ ହାତ ତିଆରି ଅସଲ ବଙ୍ଗାଳୀ ଖାଦ୍ୟ ଖାଇବାକୁ ମିଳିଲା। ମୋତେ ଏହାର ସ୍ୱାଦ ଚାଖିବାର ସୁଯୋଗ ମିଳିଲା, କାରଣ ମୋତେ ପୂର୍ବରୁ ବଙ୍ଗାଳୀ ସଂସ୍କୃତି ପସନ୍ଦ ନଥିଲା। ମୋ ପାଇଁ ଏହା ଖୁବ୍ ଅଲଗା ଥିଲା।
📱 Get Argus News App
✨ମଦାଲସା ଶର୍ମା ବିବାହ ପରେ ନିଜର ସ୍ୱାମୀ ମିମୋହ ଓ ଶ୍ୱଶୁର ଘର ଲୋକଙ୍କ ସହ କୋଲକାତା ଯିବାକୁ ମନେ ପକାଇ କହିଛନ୍ତି , ମୁଁ ଜୀବନରେ କେବଳ ଥରୁଟିଏ କୋଲକାତା ଯାଇଛି। ଯେବେ ମୋର ଓ ମିମୋହିଙ୍କର ବିବାହ ହେଲା , ବିବାହର ପ୍ରଥମ ବର୍ଷ , ପିତାଜୀ (ମିଥୁନ ଚକ୍ରବର୍ତ୍ତୀ) ଓ ମୋର ଶାଶୂ , ଆମେ ସବୁ କୋଲକାତା ଯାଇ ଥିଲୁ। ପିତାଜୀ ଆମକୁ ଦେଖାଇଲେ ଅଭିନେତା ହେବା ପୂର୍ବରୁ ସେ କେଉଁଠି ରହୁଥିଲେ। ଆମେ ସେହି ସ୍ଥାନ ଦେଖିଲୁ ,ଯେଉଁଠି ସେ ରହୁଥିଲେ , ସେହି ଅଞ୍ଚଳ ଯେଉଁଠି ସେ ବଡ଼ ହୋଇଥିଲେ, ପୂରା କଲୋନୀ ଓ ସବୁ କିଛି। ମୁଁ ସେଠାରେ ସବୁକିଛି ଦେଖିଲି।
ପୁରୁଣା ସ୍ମୃତିକୁ ତାଜା କରି , ମଦାଲସା କହିଛନ୍ତି , ମୋତେ କେବଳ ଗୋଟିଏ ଝଲକ ଦେଖିବାକୁ ମିଳିଲା ଯେ, ଅଭିନେତା ହେବା ପୂର୍ବରୁ ତାଙ୍କର ଜୀବନ କେମିତି ରହିଥିବ। ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ ଏବଂ ଶେଷରେ ସେ ଆଜି ଏହି ସଫଳତାରେ ପହଞ୍ଚିବା ପାଇଁ କେତେ ପରିଶ୍ରମ କରିଥିବେ। ଏହା ଏକ ସୁନ୍ଦର ଅନୁଭବ ଥିଲା, ଯାହାକୁ ଆମେ ସମସ୍ତେ ସ୍ୱାଗତ କଲୁ। କୋଲକାତା ଯିବା ମୋର ପ୍ରଥମ ଅନୁଭବ ଥିଲା। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ମଦାଲସାଙ୍କ ଏହି କଥାକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି। ଏହାସହ କହୁଛନ୍ତି ଯେ, ବୋହୂ ହେବ ତ ଏମିତି। ମଦାଲସାଙ୍କର ‘ଦ ବେଙ୍ଗଲ ଫାଇଲ୍ସ’ ୫ ସେପ୍ଟେମ୍ୱରରେ ଫିଲ୍ମ ହଲ୍ରେ ରିଲିଜ୍ହୋଇଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦ ବେଙ୍ଗଲ ଫାଇଲ୍ସ’ ର ବକ୍ସ ଅଫିସରେ ଟାଇଗର ଶ୍ରଫ୍ଙ୍କର ‘ବାଗୀ-୪ ’ସହ ମୁକାବିଲା କରୁଛି।