Bollywood Celebrity News / ଶାଶୁ ହେବେ ମାଧୁରୀ ଦୀକ୍ଷିତ…ବୋହୁ ସାଙ୍ଗରେ ସେଲିବ୍ରେଟ କରିବେ ଦୀପାବଳି…ପୁଅର ସମ୍ପର୍କରେ ଲଗାଇଲେ ମୋହର
·3 hours ago·2 min read

Key Points
ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ପରିବାରକୁ ନେଇ ଏକ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି
ବଲିଉଡ୍ରେ ଏବେ ଦୀପାବଳି ପାର୍ଟିର ମାହୋଲ। ଷ୍ଟାର୍ମାନଙ୍କ ଗ୍ଲାମରସ୍ ଲୁକ୍ ସହ ସେମାନଙ୍କ ପରିବାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏହାରି ଭିତରେ ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ପରିବାରକୁ ନେଇ ଏକ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଧୁରୀଙ୍କ ବଡ଼ ପୁଅ ଅରିନ୍ ନେନେ ନିଜର ରୁମର୍ଡ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଦିୱାଲି ପାର୍ଟିରେ ନଜର ଆସିଛନ୍ତି। ଆଉ ଏହି ପାର୍ଟିରେ ମାଧୁରୀ ମଧ୍ୟ ପୁଅ ଓ ତାଙ୍କ ସହ ଆସିଥିବା ଯୁବତୀଙ୍କ ସହ ଫଟୋ ପୋଜ୍ ଦେଇଛନ୍ତି। ଯାହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।
ନଭେମ୍ବର ୫ ତାରିଖରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମୁମ୍ବାଇସ୍ଥିତ ନିଜ ବାସଭବନରେ ଏକ ଗ୍ରାଣ୍ଡ ଦିୱାଲି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଐଶ୍ୱର୍ଯ୍ୟା ରାୟ, ମାଧୁରୀ ଦୀକ୍ଷିତ ଓ ମଲାଇକା ଆରୋରାଙ୍କ ସମେତ ଅନେକ ନାମୀଦାମୀ ସେଲିବ୍ରିଟି ସାମିଲ ହୋଇଥିଲେ।
ମାଧୁରୀ ନିଜ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେଙ୍କ ସହ ପାର୍ଟିରେ ପହଞ୍ଚିଥିଲେ। କିଛି ସମୟ ପରେ ତାଙ୍କ ବଡ଼ ପୁଅ ଅରିନ୍ ମଧ୍ୟ ଜଣେ ଯୁବତୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଅରିନ୍ ଉକ୍ତ ଯୁବତୀଙ୍କ ହାତ ଧରି ପାର୍ଟିକୁ ଆସିଥିବା ଦେଖିବାକୁ ମିଳିଥିଲା। ପରେ ଦୁହେଁ ମାଧୁରୀ ଓ ଶ୍ରୀରାମଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲେ।
ଏହି ପାର୍ଟିର କିଛି ଫଟୋ ମାଧୁରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ସେ ସ୍ୱାମୀ, ପୁଅ ଓ ତାଙ୍କ ସହ ଆସିଥିବା ଯୁବତୀଙ୍କ ସହ ଖୁସିରେ ପୋଜ୍ ଦେଉଥିବା ଦେଖାଯାଇଛି। ଏହା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାଧୁରୀ ପୁଅଙ୍କ ସମ୍ପର୍କକୁ ସମର୍ଥନ କରୁଛନ୍ତି।
ତେବେ ଏହି ସମ୍ପର୍କକୁ ନେଇ ମାଧୁରୀ କିମ୍ବା ଅରିନ୍ଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ସେହିପରି ବିବାହ କିମ୍ବା ନିର୍ବନ୍ଧକୁ ନେଇ ମଧ୍ୟ କୌଣସି ଖବର ନାହିଁ। ତେଣୁ ମାଧୁରୀ ଖୁବ୍ଶୀଘ୍ର ଶାଶୂ ହେବେ ବୋଲି ଚର୍ଚ୍ଚା ଚାଲିଛି।
- ମାଧୁରୀଙ୍କ ସହ ନଜର ଆସିଲେ ପୁଅ ଅରିନ୍ ଓ ରୁମର୍ଡ ଗର୍ଲଫ୍ରେଣ୍ଡ
ନଭେମ୍ବର ୫ ତାରିଖରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମୁମ୍ବାଇସ୍ଥିତ ନିଜ ବାସଭବନରେ ଏକ ଗ୍ରାଣ୍ଡ ଦିୱାଲି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଐଶ୍ୱର୍ଯ୍ୟା ରାୟ, ମାଧୁରୀ ଦୀକ୍ଷିତ ଓ ମଲାଇକା ଆରୋରାଙ୍କ ସମେତ ଅନେକ ନାମୀଦାମୀ ସେଲିବ୍ରିଟି ସାମିଲ ହୋଇଥିଲେ।
ମାଧୁରୀ ନିଜ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେଙ୍କ ସହ ପାର୍ଟିରେ ପହଞ୍ଚିଥିଲେ। କିଛି ସମୟ ପରେ ତାଙ୍କ ବଡ଼ ପୁଅ ଅରିନ୍ ମଧ୍ୟ ଜଣେ ଯୁବତୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଅରିନ୍ ଉକ୍ତ ଯୁବତୀଙ୍କ ହାତ ଧରି ପାର୍ଟିକୁ ଆସିଥିବା ଦେଖିବାକୁ ମିଳିଥିଲା। ପରେ ଦୁହେଁ ମାଧୁରୀ ଓ ଶ୍ରୀରାମଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲେ।
- ପୁଅଙ୍କ ସମ୍ପର୍କକୁ ମିଳିଛି କି ମାଧୁରୀଙ୍କ ସମର୍ଥନ?
ଏହି ପାର୍ଟିର କିଛି ଫଟୋ ମାଧୁରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ସେ ସ୍ୱାମୀ, ପୁଅ ଓ ତାଙ୍କ ସହ ଆସିଥିବା ଯୁବତୀଙ୍କ ସହ ଖୁସିରେ ପୋଜ୍ ଦେଉଥିବା ଦେଖାଯାଇଛି। ଏହା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାଧୁରୀ ପୁଅଙ୍କ ସମ୍ପର୍କକୁ ସମର୍ଥନ କରୁଛନ୍ତି।
ତେବେ ଏହି ସମ୍ପର୍କକୁ ନେଇ ମାଧୁରୀ କିମ୍ବା ଅରିନ୍ଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ସେହିପରି ବିବାହ କିମ୍ବା ନିର୍ବନ୍ଧକୁ ନେଇ ମଧ୍ୟ କୌଣସି ଖବର ନାହିଁ। ତେଣୁ ମାଧୁରୀ ଖୁବ୍ଶୀଘ୍ର ଶାଶୂ ହେବେ ବୋଲି ଚର୍ଚ୍ଚା ଚାଲିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କିଏ ଏହି ଯୁବତୀ?
ଅରିନ୍ଙ୍କ ସହ ନଜର ଆସିଥିବା ଯୁବତୀଙ୍କୁ କିଛି ରିପୋର୍ଟରେ ଖୁସି ବୋଲି ଚିହ୍ନଟ କରାଯାଇଛି। ଉଭୟଙ୍କୁ ପୂର୍ବରୁ ଆମେରିକାରେ ଏକାଠି ସମୟ ବିତାଉଥିବାର ଝଲକ ସୋସିଆଲ ମିଡିଆରେ ସେୟାର କରିଥିବା ମଧ୍ୟ ଦେଖାଯାଇଛି। ଖୁସିଙ୍କ ଏକ ପୋଷ୍ଟରେ ‘#2years#bless’ କ୍ୟାପସନ୍ ଥିବାବେଳେ ଅରିନ୍ ଏହାର ଉତ୍ତରରେ ‘My heart’ ଲେଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି କମେଣ୍ଟ ମଧ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ାଇଛି।
ଅନ୍ୟପଟେ, ମାଧୁରୀଙ୍କ ପିଙ୍କ୍ ରଙ୍ଗର ସାର୍ଟିନ୍ ଫିନିସ୍ ଶାଢ଼ି ଓ ଷ୍ଟାଇଲିସ୍ ଲୁକ୍ ମଧ୍ୟ ପାର୍ଟିରେ ଆକର୍ଷଣର କେନ୍ଦ୍ର ରହିଥିଲା। ତେବେ ଏଥର ତାଙ୍କ ଫ୍ୟାଶନ୍ ଅପେକ୍ଷା ପୁଅ ଅରିନ୍ଙ୍କ ସହ ଆସିଥିବା ଯୁବତୀଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି।
Related Topics
Explore more stories