Videos
|
Entertainment

Celebrity Marriage Controversy / ସ୍ୱାମୀ ଓଭରଓ୍ବେଟ, ବୟସରେ ୨୦ ବର୍ଷ ବଡ଼… ତଥାପି କାହିଁକି ବିବାହ କଲେ ମହାଲକ୍ଷ୍ମୀ?

Ritu Das
Browse all articles by Ritu Das
·1 hour ago·2 min read
ସ୍ୱାମୀ ଓଭରଓ୍ବେଟ, ବୟସରେ ୨୦ ବର୍ଷ ବଡ଼… ତଥାପି କାହିଁକି ବିବାହ କଲେ ମହାଲକ୍ଷ୍ମୀ?
India

Key Points

ସାଉଥ ଅଭିନେତ୍ରୀ ମହାଲକ୍ଷ୍ମୀ ଶଙ୍କରନ ଏବଂ ତାଙ୍କ ପ୍ରଡ୍ୟୁସର ସ୍ବାମୀ ରବିନ୍ଦର ଚନ୍ଦ୍ରଶେଖରନ ପୁଣିଥରେ ଚର୍ଚ୍ଚାରେ
ଫିଲ୍ମ ସେଟରୁ ଆରମ୍ଭ ହୋଇଥିଲା ଆମ ଲଭଷ୍ଟୋରୀ
ସାଉଥ ଅଭିନେତ୍ରୀ ମହାଲକ୍ଷ୍ମୀ ଶଙ୍କରନ ଏବଂ ତାଙ୍କ ପ୍ରଡ୍ୟୁସର ସ୍ବାମୀ ରବିନ୍ଦର ଚନ୍ଦ୍ରଶେଖରନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ମହାଲକ୍ଷ୍ମୀଙ୍କର ଏକ ରୋମାଣ୍ଟିକ ପୋଷ୍ଟ। ଯାହାକୁ ପୋଷ୍ଟ କରି ସେ ନିଜର ପୁରୁଣା ଦିନର ଭଲପାଇବାକୁ ମନେ ପକାଇଛନ୍ତି। ତିରୁପତିର ଏକ ଫଟୋ ସହିତ ଅଭିନେତ୍ରୀ ଜଣକ ଏକ ପ୍ରେମଭରା ମେସେଜ ଲେଖିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କ ରିଲେଶନକୁ ପୁଣି ଥରେ ର୍ଚ୍ଚା ଆରମ୍ଭ ହୋଇଯାଇଛି।

ମହାଲକ୍ଷ୍ମୀ ଲେଖିଛନ୍ତି, ସବୁକିଛି ତିରୁପତିରୁ ହିଁ ଆରମ୍ଭ ହୋଇଛି। ମୋ ଜୀବନ, ମୋ ଯାତ୍ରା ଏହି ଜାଗାରୁ ହିଁ ଆରମ୍ଭ ହୋଇଥିଲା। ୨୦୨୨ ମସିହା ସେପ୍ଟେମ୍ବର ମାସରେ ଏହି କପଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହକୁ ୪ବର୍ଷ ବିତିଗଲାଣି। ମହାଲକ୍ଷ୍ମୀ ଏହା ବି ଲେଖିଛନ୍ତି ଯେ, ପ୍ରେମର ମାନେ ଏହା ନୁହେଁ ଅନ୍ୟ ଲୋକ ଆମକୁ କିଭଳି ଦେଖୁଛନ୍ତି। କଣ କହୁଛନ୍ତି କି କଣ କମେଣ୍ଟ କରୁଛନ୍ତି। ସତ ଭଲ ପାଇବା ତ ତାକୁ କୁହନ୍ତି ଯିଏ ଉଭୟ ଉଭୟଙ୍କର ଧ୍ୟାନ ରଖନ୍ତି ଏବଂ ବିପଦ ସମୟରେ ଉଭୟ ଉଭୟଙ୍କ ସହିତ ଛିଡ଼ା ହୁଅନ୍ତି। ସେ ସଫା ଭାବେ କହିଛନ୍ତି ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ। ଉଭୟ ଉଭୟଙ୍କର ଯତ୍ନ ନେଉ।

  • ଫିଲ୍ମ ସେଟରୁ ଆରମ୍ଭ ହୋଇଥିଲା ଆମ ଲଭଷ୍ଟୋରୀ

ମହାଲକ୍ଷ୍ମୀ ଏବଂ ରବିନ୍ଦରଙ୍କ ପ୍ରଥମ ଦେଖା “Vidiyum Varai Kaathiru” ସେଟରୁ ହୋଇଥିଲା। ଏଡି ଫିଲ୍ମର ପ୍ରଯୋଜକ ଥିଲେ ରବିନ୍ଦର। ମହାଲକ୍ଷ୍ମୀ ଏହି ମୁଭିରେ ଅଭିନୟ କରୁଥିଲେ। ଏକାସାଥୀରେ କାମ କରୁ କରୁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଯାଇଥିଲା। ରବିନ୍ଦର ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ବିବାହ ପୂର୍ବରୁ ଉଭୟ ଦେଢ଼ବର୍ଷ ହେଲା ରିଲେଶନସିପରେ ଥିଲେ। ଶେଷରେ ଭଲପାଇବା ବିବାହ ବନ୍ଧନରେ ପରିଣତ ହୋଇଥିଲା। ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧ ତାରିଖରେ ତିରୁପତି ମନ୍ଦିରରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା।

ଏହି ବିବାହ ଉଭୟଙ୍କର ହେଉଛି ଦ୍ବିତୀୟ ବିବାହ। ମହାଲକ୍ଷ୍ମୀ ପ୍ରଥମେ ଅନିଲ କୁମାରଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ କୌଣସି ମତାନ୍ତର ହେବାରୁ ୨୦୧୯ ମସିହାରେ ଉଭୟ ଅଲଗା ହୋଇଯାଇଥିଲେ। ପ୍ରଥମ ବିବାହରୁ ମହାଲକ୍ଷ୍ମୀଙ୍କର ଏକ ପୁତ୍ରସନ୍ତାନ ଅଛି। ତେବେ ରବିନ୍ଦରଙ୍କ ପ୍ରଥମ ବିବାହକୁ ନେଇ କୌଣସି ତଥ୍ୟ ସାର୍ବଜନିକ କରାଯାଇ ନାହିଁ।

ଏଥି ସହ ପଢନ୍ତୁ:  ସାରାଙ୍କ ସହ ଓରିଙ୍କର ହେଲା ବ୍ରେକଅପ୍‌: ଭାଙ୍ଗିଗଲା ସମ୍ପର୍କ, ରାଗରେ ଏମିତି କହିଲେ ଓରି...


  • ଓଜନ ଏବଂ ଲୁକକୁ ନେଇ କରାଯାଉଥିଲା ଟ୍ରୋଲିଂ

୨୦୨୨ ମସିହାରେ ଦୁହିଁଙ୍କ ବିବାହ ଫଟୋ ସାମ୍ନାକୁ ଆସିଥିଲା। ପରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ଖୁବ ସାରା ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ମହାଲକ୍ଷ୍ମୀଙ୍କ ସୁନ୍ଦରତା ଏବଂ ରବିନ୍ଦରଙ୍କ ଓଜନକୁ ନେଇ ବହୁ ସାରା କମେଣ୍ଟ କରାଯାଇଥିଲା। ଏମିତି ବି କୁହାଯାଇଥିଲା କି ମହାଲକ୍ଷ୍ମୀ କେବଳ ପଇସା ପାଇଁ ରବିନ୍ଦରଙ୍କୁ ବିବାହ କରିଛନ୍ତି। ରବିନ୍ଦର ମହାଲକ୍ଷ୍ମୀଙ୍କ ଠାରୁ ୨୦ବର୍ଷ ବଡ଼। ତାଙ୍କୁ ୫୨ ବର୍ଷ ହୋଇଥିବାବେଳେ ଅଭିନେତ୍ରୀଙ୍କୁ ୩୨ ବର୍ଷ। ପରେ ଅଭିନେତ୍ରୀ କହିଥିଲେ ଯେ, ଏହା ମିଛ କଥା ସେ ମୋ ଠାରୁ ମାତ୍ର ୬ବର୍ଷ ବଡ଼।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହଲକ୍ଷ୍ମୀ କହିଥିଲେ ଯେ, ଆପଣ କାହାର ଓଜନ ଏବଂ ଲୁକ୍ସକୁ ନେଇ କହିବା ସମ୍ପୂର୍ଣ୍ଣ ଭୁଲ କଥା। ରବିନ୍ଦର ଶେଷରେ କହିଲେ ଆମର ସିନା ଦ୍ବିତୀୟ ବିବାହ କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ ସେତିକି ଭଲ ପାଇବା ଥିବାରୁ ଆମେ ବିବାହ କରିଛୁ। ମୁଁ ଭାବୁଛି ଯେ, ଲୋକଙ୍କର କିଛି ବି ଯାଉନି।