Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Mahi Vij / ଛାଡପତ୍ର ଚର୍ଚ୍ଚା: ହସ୍ପିଟାଲରେ ଭର୍ତ୍ତି ହେଲେ ମାହି, ଫ୍ୟାନ୍ସ କହୁଛନ୍ତି...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଛାଡପତ୍ର ଚର୍ଚ୍ଚା: ହସ୍ପିଟାଲରେ ଭର୍ତ୍ତି ହେଲେ ମାହି, ଫ୍ୟାନ୍ସ କହୁଛନ୍ତି...

Key Points

ହସ୍ପିଟାଲରେ ଭର୍ତ୍ତି ହେଲେ ମାହି ବିଜ୍‌
ଛାଡପତ୍ର ଚର୍ଚ୍ଚା ମଧ୍ୟରେ ହସ୍ପିଟାଲରେ ମାହି
ହସ୍ପିଟାଲରେ ଭର୍ତ୍ତି ହେଲେ ଟିଭି ଷ୍ଟାର ତଥା ଜୟ ଭାନୁଶାଲିଙ୍କ ପତ୍ନୀ ମାହି ବିଜ । ତାଙ୍କୁ ପ୍ରବଳ ଜ୍ୱର ଏବଂ ଗୁରୁତର ଦୁର୍ବଳତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଜୟ ଏବଂ ମାହିଙ୍କ ଛାଡପତ୍ରର ଗୁଜବ ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ । ଜୟ କିମ୍ବା ମାହି କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି । ପ୍ରକୃତରେ, ସେମାନଙ୍କ ସମ୍ପର୍କକୁ ସମର୍ଥନ କରି, ମାହି ସମ୍ପ୍ରତି କୌଣସି ପ୍ରମାଣ ବିନା ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ମାମଲା ରୁଜୁ କରିବାକୁ ଧମକ ଦେଇଛନ୍ତି । ମାହିଙ୍କ ପିଆର ଟିମ୍ ଗୁରୁବାର ଏନେଇ ସୂଚନା ଦେହା ସହ ହସ୍ପିଟାଲରୁ ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ଅଭିନେତ୍ରୀ ହସ୍ପିଟାଲ ବେଡରେ ଶୋଇଥିବାର ନଜର ଆସିଛନ୍ତି ।ତେବେ ଏହି ଖବର ଆସିବା ପରେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ମାହିଙ୍କ ପିଆର ଅବନ୍ତିକା ସିହ୍ନା କହିଛନ୍ତି, ମାହିଙ୍କୁ ପ୍ରବଳ ଜ୍ୱର ଏବଂ ଗୁରୁତର ଦୁର୍ବଳତା ଅଛି, ଯାହା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ବର୍ତ୍ତମାନ ତାଙ୍କର ପରୀକ୍ଷା କରୁଛନ୍ତି । ଆମେ ବର୍ତ୍ତମାନ ଅଧିକ ବିବରଣୀ ସେୟାର କରିପାରିବୁ ନାହିଁ।" ତେବେ ଏହି ଖବର ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ମାହି ସ୍ୱାମୀ ଜୟ ଭାନୁଶାଲିଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ଶିରୋନାମାରେ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ଛାଡ଼ପତ୍ର ଖବରକୁ ନେଇ ବର୍ଷିଲେ ମାହି ବିଜ....କହିଲେ କାର୍ଯ୍ୟାନୁଷ୍ଠାନ ନେବି

ସୂଚନାନୁସାରେ, ଟିଭି ଜଗତର ଲୋକପ୍ରିୟ କପଲମାନଙ୍କ ମଧ୍ୟରୁ ଜଣେ, ଜୟ ଭାନୁଶାଳୀ ଏବଂ ମାହି ବିଜ୍। ପ୍ରାୟତଃ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଜୟ ଟିଭି ଏବଂ OTT ଜଗତର ଏକ ଅଂଶ ହୋଇ ରହିଛନ୍ତି। କିନ୍ତୁ ମାହି ଛୋଟ ପରଦାରୁ ଦୁରେଇ ଯାଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି। ପ୍ରାୟତଃ ସେମାନଙ୍କର YouTube ଚ୍ୟାନେଲରେ ଭ୍ଲଗ୍ ସେୟାର କରନ୍ତି। ଏବେ ସବୁଠୁ ବଡ ଖବର ଆସିଛି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିବ। ଜୟ ଭାନୁଶାଳୀ ଏବଂ ମାହି ବିଜ୍ ଛାଡପତ୍ର ନେବେ ବୋଲି ରିପୋର୍ଟ ହୋଇଛି।
ରିପୋର୍ଟ ଅନୁଯାୟୀ, ଜୟ ଭାନୁଶାଳୀ ଏବଂ ମାହି ବିଜ୍‌ ବିବାହ ଭାଙ୍ଗିବାକୁ ଯାଉଛି।

ଏକ ସୂତ୍ର ଗଣମାଧ୍ୟମକୁ କହିଛି ଯେ ମାହି ଏବଂ ଜୟ ସେମାନଙ୍କ ସମ୍ପର୍କକୁ ସୁଧାରିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ବି ବଦଳିନଥିଲା। ଏହି କାରଣ ଯୋଗୁଁ ଏହି ଦମ୍ପତି କିଛି ମାସ ପୂର୍ବରୁ ଅଲଗା ହୋଇଯାଇଥିଲେ। ଏହି ବର୍ଷ, ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଜୁଲାଇ ଏବଂ ଅଗଷ୍ଟରେ, ଦମ୍ପତି ଛାଡପତ୍ର ପତ୍ରରେ ସାଇନ୍‌ କରିଦେଇଛନ୍ତି। ପିଲାମାନଙ୍କର କଷ୍ଟଡିର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମାହି ଏବଂ ଜୟଙ୍କ ଛାଡପତ୍ରର ଏକ ପ୍ରମୁଖ କାରଣ ଭରସା ଓ ବିଶ୍ଵାସ। ସେମାନେ ଏକାଠି ଫଟୋ ସେୟାର କରିବା ବନ୍ଦ କରିଦେଇଥିଲେ। ଜୁନ୍ ୨୦୨୪ରେ ଜୟ ଏବଂ ମାହିଙ୍କର ଏକାଠି ଥିବା ଫଟୋ ଦେଖାଯାଇଥିଲା। ବର୍ତ୍ତମାନ ଏହି ଖବର ଉପରେ ଜୟ କିମ୍ବା ମାହିଙ୍କର କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mahi Vij | Mahi Vij Hospitalized Amid Resignation Rumours | Argus News | Argus News