Videos
|
Entertainment

ସିରାଜଙ୍କ ସହ ସମ୍ପର୍କକୁ ନେଇ ମାହିରା କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସିରାଜଙ୍କ ସହ ସମ୍ପର୍କକୁ ନେଇ ମାହିରା କହିଲେ...

ବିଗ୍‌ବସ ଫେମ ମାହିରା ଶର୍ମା ଏବଂ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ଭିତରେ କିଛି ଅଛି କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଅନେକ ଦିନ ଧରି ଦୁହିଁଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। ଏବେ ଏଥିରେ ସ୍ପେଟ ଉତ୍ତର ଦେଇଛନ୍ତି ମାହିରା। ସବୁ ସତ କହିଦେଲା ମାହିରା। ମାହିରା ଶର୍ମାଙ୍କୁ କିଛି ଦିନ ଧରି କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ହେଉଥିଲା। କିନ୍ତୁ ଏବେ ଏକ ସାକ୍ଷାତକାରରେ ସେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ଏହା ସହିତ ଡେଟିଂ ଏବଂ ଏପରି ଜିନିଷ ଠାରୁ ଦୂରେଇ ରହିଥିବା କଥା ସ୍ପଷ୍ଟ ଭାବରେ କହିଛନ୍ତି।

ବିଗ୍‌ବସ ଫେମ ମାହିରା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହା ପରେ ତାଙ୍କ ନାମ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଥିଲା। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ଉଠିଥିଲା। ଏବେ ପ୍ରଥମ ଥର ପାଇଁ ମାହିରା ଶର୍ମା ଏହି ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ ଏହି ଗୁଜବଗୁଡ଼ିକୁ ଅସ୍ବୀକାର କରିଛନ୍ତି।

ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ମହମ୍ମଦ ସିରାଜଙ୍କୁ ଡେଟ୍‌ କରୁଛନ୍ତି କି, ସେ କହିଲେ ଯେ ଏହି ଖବର ସତ୍ୟ ନୁହେଁ, ସେ କାହାକୁ ଡେଟ୍‌ କରୁନାହାଁନ୍ତି। ମାହିରା ଏହା ମଧ୍ୟ କହିଛନ୍ତି, ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ଏପରି ଗୁଜବକୁ ଏଡାଇବା କଷ୍ଟକର । ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ସହ-କଳାକାରଙ୍କ ସହିତ ମଧ୍ୟ ଯୋଡନ୍ତି । ଆଉ ସେ ଏପରି ଗୁଜବକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି କହିଛନ୍ତି।

୨୦୨୩ରୁ ମାହିରା ଏବଂ ସିରାଜଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଥିଲେ । ୨୦୨୪ରେ ସିରାଜ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ମାହିରାଙ୍କ ଏକ ପୋଷ୍ଟକୁ ଲାଇକ କରିବା ପରେ ଏହି ଗୁଜବ ଜୋର ଧରିଥିଲା ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: