Videos
|
Entertainment

Bollywood Gossip / ମା'ଙ୍କ ଘରେ ୧୯ବର୍ଷ ସାନ ପ୍ରେମିକଙ୍କ ସହ ଓନମ ପାଳିଲେ ମଲାଇକା ….ଫ୍ୟାନ୍ସ କହିଲେ ସମ୍ପର୍କ ପକ୍କା କରିବାକୁ ଆସିଥିଲେ

Ritu Das
Browse all articles by Ritu Das
·23 mins ago·2 min read
ମା'ଙ୍କ ଘରେ ୧୯ବର୍ଷ ସାନ ପ୍ରେମିକଙ୍କ ସହ ଓନମ ପାଳିଲେ ମଲାଇକା ….ଫ୍ୟାନ୍ସ କହିଲେ ସମ୍ପର୍କ ପକ୍କା କରିବାକୁ ଆସିଥିଲେ
India

Key Points

ବଲିଉଡ ଅଭିନେତ୍ରୀ ମଲାଇକା ଏବେ ତାଙ୍କର ୧୯ବର୍ଷ ସାନ ପ୍ରେମିକଙ୍କୁ ନେଇ ଖବରରେ ଅଛନ୍ତି। 
ବଲିଉଡ ଏବଂ ଫ୍ୟାଶନ ଜଗତର ଚର୍ଚ୍ଚିତ ଚେହେରା ହେଉଛନ୍ତି ମଲାଇକା ଅରୋରା। କିଛି ଦିନ ହେଲା ଖୁବ ଚର୍ଚ୍ଚାରେ ବି ଅଛନ୍ତି। ଫ୍ୟାଶନ ସେନ୍ସ କଥା କୁହନ୍ତୁ କି ପର୍ସନାଲ ଲାଇଫ କଥା ମଲାଇକା ସବୁବେଳେ ଲାଇମଲାଇଟରେ ରୁହନ୍ତି। ନିକଟରେ ଓନମ ପର୍ବ ସେଲିବ୍ରେଟ କରିଛନ୍ତି। ଏହି ପର୍ବରେ ମଲାଇକାଙ୍କ ବୟଫ୍ରେଣ୍ଡ ହର୍ଷ ମେହଟ୍ଟା ତାଙ୍କ ଘରେ ପହଞ୍ଚିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ମଲାଇକାଙ୍କ ଠାରୁ ୧୯ବର୍ଷ ସାନ ଡାଏମଣ୍ଡ ବ୍ୟବସାୟୀ ହର୍ଷ ମେହଟ୍ଟାଙ୍କୁ ଏବେ ମଲାଇକା ଡେଟ କରୁଛନ୍ତି। ଅଗଷ୍ଟ ୨୬ ତାରିଖରେ ମଲାଇକା ତାଙ୍କ ମା’ଙ୍କ ଘରେ ଓନମ ସେଲିବ୍ରେଟ କରିଛନ୍ତି। ଓନମ ସେଲିବ୍ରେଶନ ଅବସରରେ ମଲାଇକାଙ୍କ ବୟଫ୍ରେଣ୍ଡଙ୍କୁ ତାଙ୍କ ଘରେ ଦେଖିବାକୁ ମିଳିଥିଲା। ମଲାଇକାଙ୍କ ଘରେ ହର୍ଷଙ୍କୁ ଦେଖି ପାପାରାଜିମାନେ ତାଙ୍କୁ କଏଦ କରିବାକୁ ଧାଇଁ ଆସିଥିଲେ, କିନ୍ତୁ ସେ କ୍ୟାମେରାକୁ ଏଡାଇ ଯାଉଥିବାର ଦେଖାଯାଇଥିଲା।

ଯେତେବେଳେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଲା, ଲୋକମାନେ କମେଣ୍ଟରେ ସେମାନଙ୍କର ମତ ଦେବାର ଦେଖାଯାଇଥିଲା। ଜଣେ ଲେଖିଛନ୍ତି "ଏପରି ଲାଗୁଛି ସମ୍ପର୍କ ନିଶ୍ଚିତ ହୋଇଗଲା।" ଆଉ ଜଣେ ପଚାରିଲେ, "ବିବାହ କେବେ ହେବ?" ଅନ୍ୟମାନେ କହିଲେ, "ସେମାନେ ଏକ ସ୍ବିଟ କପଲ। କେତେକ କହିଲେ, "ସେମାନେ ଏକ ଭଲ କପଲ।" କେତେକ ଅନୁମାନ କରିଥିଲେ ଯେ ହର୍ଷ ଓନମରେ ମଲାଇକାଙ୍କ ମାଆଙ୍କୁ ଭେଟି ରିଲେଶନ ପକ୍କା କରୁଥିଲେ। କେତେକ ବ୍ୟବହାରକାରୀ ଏହି ଦମ୍ପତିଙ୍କୁ ସୁନ୍ଦର ବୋଲି କହିଥିଲେ, ଯେତେବେଳେ ଅନ୍ୟମାନେ ସେମାନଙ୍କୁ ଓନମର ଶୁଭକାମନା ଜଣାଇଥିଲେ।

ମଲାଇକା ଆରୋରା ବଲିଉଡରେ ତାଙ୍କର ଆଇଟମ୍ ଗୀତ ଏବଂ ଡ୍ୟାନ୍ସ ପାଇଁ ଜଣାଶୁଣା। ତାଙ୍କର ଫିଟନେସ୍ ଏବଂ ୱାର୍କଆଉଟ୍ ଭିଡିଓଗୁଡ଼ିକ ମଧ୍ୟ ବହୁତ ଲୋକପ୍ରିୟ। ତାଙ୍କ ବ୍ୟକ୍ତିଗତ ଜୀବନରେ, ମଲାଇକା ହର୍ଷ ମେହେଟ୍ଟାଙ୍କ ସହିତ ଦୀର୍ଘକାଳୀନ ସମ୍ପର୍କରେ ଅଛନ୍ତି। ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ, ଇଭେଣ୍ଟରେ ହେଉ କିମ୍ବା କେବେ ବାହାରକୁ ଯିବା ହେଉ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓନମର ଏହି ସ୍ୱତନ୍ତ୍ର ଅବସରରେ ମଲାଇକାଙ୍କ ଘରକୁ ଯାଇ ହର୍ଷ କେବଳ ପର୍ବର ଖୁସି ବାଣ୍ଟି ନଥିଲେ ବରଂ ପ୍ରଶଂସକମାନଙ୍କୁ ଏହା ମଧ୍ୟ ଅନୁଭବ କରାଇଥିଲେ ଯେ ପର୍ବଗୁଡ଼ିକ ପରିବାର ଏବଂ ପ୍ରିୟଜନଙ୍କ ସହିତ ପାଳନ କରିବା ପାଇଁ ଉଦ୍ଦିଷ୍ଟ। ମଲାଇକା ଏବଂ ହର୍ଷଙ୍କୁ ଏକାଠି ଦେଖିବା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ରିଲେଶନସିପରେ ଅଛନ୍ତି, କିନ୍ତୁ ସେମାନେ କେବେ ସେମାନଙ୍କର ସମ୍ପର୍କକୁ କେବେ ଅଫିସିଆଲ କରିବେ ତାହା ସମୟ ହିଁ କହିବ।