ଏହି କ୍ରିକେଟରଙ୍କ ପ୍ରେମରେ ମଲାଇକା...

ଚର୍ଚ୍ଚାରେ ବଲିଉଡ୍ ହଟ୍ ଷ୍ଟାର୍ ମଲାଇକା ଆରୋରା । ପୁଣି ପ୍ରେମରେ ପଡିଛନ୍ତି ଅଭିନେତ୍ରୀ। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍ଅପ୍ ପରେ ମଲାଇକା ଜଣେ କ୍ରିକେଟର୍ଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଏକାଠି ବସିଥିବାର ଦେଖିବାକୁ ମିଳିଛି। ଦୁହିଁଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ମଲାଇକା ମଧ୍ୟ ରାଜସ୍ଥାନ ରୟାଲ୍ସର ଜର୍ସିରେ ନଜର ଆସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ଚର୍ଚ୍ଚା ହେଉଛି।
ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ରାଜସ୍ଥାନ ୬ ରନରେ ବିଜୟୀ ହୋଇଥିଲା। କିନ୍ତୁ CSKର ପରାଜୟ ଅପେକ୍ଷା ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅଧିକ ଚର୍ଚ୍ଚାକୁ ଆସିଛନ୍ତି। ଚେନ୍ନାଇ-ରାଜସ୍ଥାନ ମ୍ୟାଚ ସମୟରେ, ମଲାଇକାଙ୍କୁ ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ସହ ବସିଥିବାର ଦେଖାଯାଇଥିଲା। ସାଙ୍ଗାକାରା ଆରଆର ଦଳର କ୍ରିକେଟ ନିର୍ଦ୍ଦେଶକ। ତେବେ ମଲାଇକା ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କହିନଥିବା ଜଣାପଡିଛି। ମଲାଇକା ଅରୋରାଙ୍କ ଅର୍ଜୁନ କପୁରଙ୍କ ସହ ବ୍ରେକ ଅପ୍ ପରେ ସେ ପ୍ରଥମ ଥର କୌଣସି ଏକ କ୍ରିକେଟରଙ୍କ ସହ ନଜର ଆସିଛନ୍ତି। ଫ୍ୟାନ୍ସଙ୍କ ମହଲରେ ଏହି ଯୋଡିକୁ ନେଇ ଖୁବ ଚର୍ଚ୍ଚା।
