Videos
|
Entertainment

CelebrityRumours / ପୁଣି ପ୍ରେମରେ ପଡ଼ିଛନ୍ତି ମଲାଇକା ଆରୋରା? ଗ୍ରୀସ୍‌ରୁ ଭାଇରାଲ ଫଟୋରେ ଦେଖାଗଲେ ମିଷ୍ଟ୍ରି ମ୍ୟାନ୍…

Ritu Das
Browse all articles by Ritu Das
·2 months ago·3 min read
ପୁଣି ପ୍ରେମରେ ପଡ଼ିଛନ୍ତି ମଲାଇକା ଆରୋରା? ଗ୍ରୀସ୍‌ରୁ ଭାଇରାଲ ଫଟୋରେ ଦେଖାଗଲେ ମିଷ୍ଟ୍ରି ମ୍ୟାନ୍…
Movie

Key Points

ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି।
ପୁଣି ଥରେ ପ୍ରେମର ପଡ଼ିଯାଇଛନ୍ତି ୨ ଛୁଆର ମା’ ତଥା ସଲମାନ ଖାନଙ୍କ ପୂର୍ବତନ ଭାଉଜ ମଲାଇକା ଅରୋରା
ବଲିଉଡର ସବୁଠାରୁ ଫିଟ୍ ଏବଂ ସବୁଠାରୁ ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ପୁଣି ଥରେ ପ୍ରେମର ପଡ଼ିଯାଇଛନ୍ତି ୨ ଛୁଆର ମା’ ତଥା ସଲମାନ ଖାନଙ୍କ ପୂର୍ବତନ ଭାଉଜ ମଲାଇକା ଅରୋରା। ଆଜି ତାଙ୍କ ବିଷୟରେ ଚର୍ଚ୍ଚା ହେବାର କାରଣ କି, ସେ ତାଙ୍କ ଗ୍ରୀସ୍ ଛୁଟିର କିଛି ସୁନ୍ଦର ଏବଂ ଚମତ୍କାର ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଗ୍ରୀସର ନୀଳ ସମୁଦ୍ର, ଧଳା କାନ୍ଥ ସହିତ ପାରମ୍ପରିକ ଘର, ସୁନ୍ଦର ସୂର୍ଯ୍ୟାସ୍ତ ଏବଂ ମଲାଇକାଙ୍କ ଅବିଶ୍ୱସନୀୟ ଛୁଟିଦିନ ଏବଂ କ୍ଲଥ ଓ୍ବାର୍ଡରୋବ ସ୍ପଷ୍ଟ ଭାବରେ ଦେଖାଯାଉଛି। ସବୁବେଳ ପରି, ମଲାଇକାଙ୍କ ନୂଆ ଛୁଟିଦିନ ଲୁକ୍ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି, କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଫଟୋରେ ଜଣେ ରହସ୍ୟମୟ ପୁରୁଷଙ୍କ ଝଲକ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏବେ, ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଏହି ମିଷ୍ଟ୍ରୀ ମ୍ୟାନ କିଏ?

ଏହାସହ ପଢ଼ନ୍ତୁ: ଛାଡ଼ପତ୍ର ପରେ ଅର୍ଜୁନଙ୍କୁ ଡେଟ କରୁଛନ୍ତି ମୌନୀ ରୟ…ଏଭଳି ଶୁଣି ରାଗିଲେ କ୍ରିଷ୍ଟଲ…କହିଲେ କିଛି ବି କୁହନି

ମୋନୋକିନି ଠାରୁ ଆରମ୍ଭ କରି ହଲ୍ଟର-ନେକ୍ ଡ୍ରେସ୍ ପର୍ଯ୍ୟନ୍ତ, ପ୍ରତ୍ୟେକ ଲୁକ୍ ଚମତ୍କାର ଥିଲା। ଏହି ଛୁଟିଦିନ ଫଟୋ ଡମ୍ପରେ, ମଲାଇକା ଅନେକ ଚମତ୍କାର ଲୁକ୍ ସେୟାର କରିଛନ୍ତି। ଗୋଟିଏ ଫଟୋରେ, ସେ ଏକ ପାରମ୍ପରିକ ଗ୍ରୀକ୍ ଶୈଳୀର ଘର ଭିତରେ ଆରାମଦାୟକ ସମୟ ଉପଭୋଗ କରୁଥିବାର ଦେଖାଯାଇଛି। ସେ ଏକ ଭାଇବ୍ରାଣ୍ଟ ଗୋଲାପୀ ଏବଂ ଲାଲ ମୋନୋକିନି ପିନ୍ଧିଛନ୍ତି, ଯାହା ଧଳା ଓ୍ବାଲ ଏବଂ ନୀଳ ଝରକା ସହିତ ସୁନ୍ଦର ଭାବେ ମ୍ୟାଚ କରୁଛି। ଅନ୍ୟ ଏକ ଫଟୋରେ ମଲାଇକା ସମୁଦ୍ର କୂଳରେ ପଥର ଉପରେ ପୋଜ୍ ଦେଉଥିବା ଦେଖାଯାଇଛି। ପେଷ୍ଟଲ ପିଙ୍କ ବିକିନିରେ ତାଙ୍କର ଫିଟ୍ ଏବଂ ଟୋଣ୍ଡ ଫିଗର ସ୍ପଷ୍ଟ ଭାବରେ ଦେଖାଯାଉଛି। ସନ୍ଧ୍ୟା ପାଇଁ, ମଲାଇକା ଏକ ଡାର୍କ ମରୁନ୍ ହଲ୍ଟର-ନେକ୍ ଡ୍ରେସ୍ ବାଛିଥିଲେ, ଯାହା ଅସ୍ତଗାମୀ ସୂର୍ଯ୍ୟର ବ୍ୟାକଗ୍ରାଉଣ୍ଡ ସହିତ ଖୁବ ଷ୍ଟାଇଲିସ ଲାଗୁଛନ୍ତି।

ଏମିତି ଦେଖିବାକୁ ଗଲେ ମଲାଇକାଙ୍କ ସବୁ ଫଟୋ ଲାଜବାବ ହୋଇଥାଏ। କିନ୍ତୁ ଫ୍ୟାନ୍ସଙ୍କ ନଜର ଗୋଟିଏ ଫଟୋରେ ଅଟକିଛି । ଏହି ଫଟୋରେ, ମଲାଇକା ସମୁଦ୍ର ମଝିରେ ଜଣେ ଅଜଣା ପୁରୁଷଙ୍କ ସହ ଠିଆ ହୋଇଥିବାର ଦେଖାଯାଉଛି। ଦୁହେଁ ପଛରୁ ଅଣ୍ଟାକୁ ଧରି ଡ୍ରିଙ୍କ୍ସ ଉପଭୋଗ କରୁଛନ୍ତି। ଯେହେତୁ ଫଟୋରେ ପୁରୁଷ ବନ୍ଧୁଙ୍କ ମୁହଁ ଦେଖାଯାଉନାହିଁ, ଏବଂ ମଲାଇକା ତାଙ୍କର ପରିଚୟ ଏଯାଏ ଦେଇ ନାହାନ୍ତି। ତେଣୁ ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଚାଲିଛି। ଜଣେ ବ୍ୟକ୍ତି ଲେଖିଛନ୍ତି, "ତାଙ୍କ ସହ ଦେଖାଯାଇଥିବା ପୁରୁଷ କିଏ?" ଅନ୍ୟ ଜଣେ ଲେଖିଛନ୍ତି, "ମଲାଇକା ତାଙ୍କ ନୂତନ ପ୍ରେମିକଙ୍କ ସହ ସମୟ ବିତାଉଛନ୍ତି।" ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ସ୍ପଷ୍ଟ ଯେ ତାଙ୍କ ସହିତ ଦେଖାଯାଇଥିବା ପୁରୁଷ ହର୍ଷ ମେହେଟା ବ୍ୟତୀତ ଆଉ କେହି ନୁହଁନ୍ତି।" ତଥାପି, ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ସରକାରୀ ସୂଚନା ନାହିଁ, ତେଣୁ ଏହାକୁ କେବଳ ଏକ ଛୁଟିଦିନ ଫଟୋ ଭାବରେ ଦେଖିବା ଭଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଲାଇକା ଏହି ସୁନ୍ଦର ଫଟୋଗୁଡ଼ିକୁ ସେୟାର କରି କ୍ୟାପସନ ଦେଇଛନ୍ତି, "ଏକ ସୁନ୍ଦର ଗ୍ରୀକ୍ ଗ୍ରୀଷ୍ମ ଋତୁର ଏକ ଛୋଟ ଅଂଶ ଯାହାକୁ Airbnb ସାହାଯ୍ୟରେ ଷ୍ଟାଇଲ୍ କରାଯାଇଛି।" ସେ "ହଲିଡେ ମୁଡ୍," "ଗ୍ରୀସ୍ ଗେଟୱେ," ଏବଂ "ସମର ଏସ୍କେପ୍" ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି, ଯାହା ସୂଚାଇ ଦିଏ ଯେ ପୋଷ୍ଟଟି ଟ୍ରାଭେଲ୍ ପ୍ଲାଟଫର୍ମ Airbnb ସହିତ ଏକ ପ୍ରମୋସନାଲ୍ କୋଲାବରେସନର ଏକ ଅଂଶ। କିନ୍ତୁ ଏହା କେତେଦୂରସତ ତାହା ଫ୍ୟାନ୍ସମାନେ ମଧ୍ୟ ଜାଣିନାହାନ୍ତି।

ହର୍ଷ ମେହେଟ୍ଟା କିଏ?
ଅର୍ଜୁନ କପୁରଙ୍କ ସହ ତାଙ୍କର ବ୍ରେକଅପ୍ ପରେ, ମଲାଇକା ଆରୋରା ହୀରା ବ୍ୟବସାୟୀ ହର୍ଷ ମେହେଟ୍ଟା ନାମକ ଜଣେ ବ୍ୟବସାୟୀଙ୍କ ସହ ଯୋଡା ହୋଇଥିଲା। ମଲାଇକା ଏବଂ ହର୍ଷଙ୍କୁ ଅନେକ ଥର ଏକାଠି ଦେଖାଯାଇଛି। ସେମାନେ ପ୍ରାୟତଃ ଏକାଠି ଦେଖାଯାଆନ୍ତି ଏବଂ ଏକାଠି ଛୁଟିରେ ମଧ୍ୟ ଯାଇଛନ୍ତି। ଯଦିଓ ସେମାନେ ଅଫିସିଆଲି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି, ଗୁଜବ ଅଛି ଯେ ସେମାନେ ଏକ ସମ୍ପର୍କରେ ଅଛନ୍ତି। ହର୍ଷ ମେହେଟା ମଲାଇକାଙ୍କ ଠାରୁ ବୟସରେ ବହୁତ ସାନ।

ପ୍ରକାଶ ଥାଉ କି, ଅରବାଜ ଖାନଙ୍କ ସହ ଦୀର୍ଘ ୧୯ ବର୍ଷର ସମ୍ପର୍କକୁ ଭାଙ୍ଗି ଉଭୟ ଛାଡ଼ପତ୍ର ନେଇଥିଲେ। ଏହାପରେ ମଲାଇକା ନିଜଠୁ ୧୨ ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଯାଇଥିଲେ। ୨୦୨୪ରେ ପୁଣି ଉଭୟଙ୍କର ବ୍ରେକଅପ ହୋଇଥିଲା। ଏବେ ଆଉ ଜଣେ ମିଷ୍ଟ୍ରୀମ୍ୟାନଙ୍କ ପ୍ରେମରେ ମଲାଇକା ପଡ଼ିଯାଇଛନ୍ତ ବୋଲି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।
Malaika Arora Spotted With Mystery Man During Greece Vacation | Argus News