Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Malaika Arora / ମୁହଁ ଖୋଲିଲେ ମଲାଇକା, କହିଲେ କାହାକୁ ବିବାହ କରିବେ ?

Banajyotshna Ray
Browse all articles by Banajyotshna Ray
·6 months ago·2 min read
ମୁହଁ ଖୋଲିଲେ ମଲାଇକା, କହିଲେ କାହାକୁ ବିବାହ କରିବେ ?
Malaika Arora

Key Points

ବ୍ରେକ୍ଅପର ୨ ବର୍ଷ ପରେ ମୁହଁ ଖୋଲିଲେ ମଲାଇକା
କହିଲେ ମୋଜୀବନରେ କେବଳ ଅର୍ଜୁନ ହିଁ ଗୁରୁତ୍ୱପୂର୍ଣ୍ଣ
ଅନେକ ବିବାଦ ଏବଂ ଆଲୋଚନା ପରେ ଶେଷରେ ମୁହଁ ଖୋଲିଲେ ଅଭିନେତ୍ରୀ ମଲାଇକା ଅରୋରା। କହିଲେ କାହାକୁ ବିବାହ କରିବେ ଏବଂ ତାଙ୍କ ଜୀବନରେ ସବୁଠାରୁ ଅଧିକ କାହାର ଗୁରୁତ୍ୱ ରହିଛି। ଅଭିନେତ୍ରୀ ମଲାଇକା ଆରୋରା ନିଜ ଆଇଟମ୍ ନମ୍ବର ପାଇଁ ଯେତିକି ଚର୍ଚ୍ଚାରେ ନ ଥାନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ସେ ସୁବବେଳେ ଅଲୋଚନାରେ ଥାନ୍ତି। ମିଷ୍ଟ୍ରି ମ୍ୟାନଙ୍କୁ ନେଇ ମଲାଇକା କୁହନ୍ତି, ଲୋକମାନେ କଥା ହେବାକୁ ଭଲ ପାଆନ୍ତି। ଯଦି ମୁଁ କାହା ସହିତ କୁଆଡେ ଯାଏ ଲୋକେ ବଡ଼ ସମସ୍ୟା ହୋଇଯାଏ। ମୁଁ ଏହି ଗୁଜବକୁ ଅଯଥାରେ ପ୍ରସୟ ଦେବାକୁ ଚାହୁଁନାହିଁ। ଏହା ମୋ ପାଇଁ ନିତିଦିନିଆ ଘଟଣା। କିନ୍ତୁ ମୋତେ ଫରକ ପଡ଼େ ନାହିଁ।

ଏହା ବିଷୟରେ ବହୁତ କିଛି ମିଛସତ ଲେଖାଯାଇଛି। ମୁଁ ମୋ ଜୀବନର ଏପରି ଏକ ପର୍ଯ୍ୟାୟରେ ଅଛି ଯେଉଁଠାରେ ମୋତେ କିଛି ପ୍ରମାଣ କରିବାକୁ ନୁହେଁ ବରଂ ମୋତେ ଏପରି କାମ କରିବାକୁ ପଡିବ ଯାହା ମୋତେ ଖୁସି କରେ ଏବଂ ମୁଁ ଚାହେଁ ଯେ ଲୋକମାନେ ତାହା ଦେଖନ୍ତୁ। ୨୦୧୭ରେ ଅରବାଜ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଏକଦା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଥିଲେ। କୁହାଯାଏ, ଉଭୟ ଲିଭ୍ ଇନ୍ରେ ଥିଲେ। କିନ୍ତୁ କ’ଣ ହେଲା କେଜାଣି ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା। ଏବେ ମଲାଇକା ସବୁକିଛି ଭୁଲି ଜଣେ ମିଷ୍ଟ୍ରି ମ୍ୟାନଙ୍କ ପ୍ରେମରେ ଉବୁଟୁବୁ ଥିବା ଚର୍ଚ୍ଚା ହେଉଛି। ମଲାଇକା ଏନେଇ ମୁହଁ ଖୋଲିଛନ୍ତି।

ମୁଁ ଭାବୁଛି ଜୀବନର କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ରାଗ ଏବଂ ଦୁଃଖ ଆସେ। ଏହା ସମସ୍ତଙ୍କ ସହିତ ଘଟେ। ଆମେ ମଣିଷ। ଆମେ ସମସ୍ତେ ବେଳେବେଳେ ନିରାଶାର ସମୟ ଦେଇ ଗତି କରୁ। ଏହା ମାନବ ସ୍ବଭାବ। କିନ୍ତୁ ସମୟ ବିତିବା ସହିତ ସବୁକିଛି ସୁଧୁରିଯାଏ ବୋଲି କୁହନ୍ତି ମଲାଇକା। ଅର୍ଜୁନଙ୍କୁ ନେଇ ନିଜ ମତ ରଖିଛନ୍ତି ମଲାଇକା। ସେ କୁହନ୍ତି, ଅର୍ଜୁନ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ମୋ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ। ଯାହା ହେଉନା କାହିଁକି। ମୁଁ ଆମର ଅତୀତ କିମ୍ବା ଭବିଷ୍ୟତ ବିଷୟରେ ଅଧିକ କଥା ହେବାକୁ ଚାହୁଁନାହିଁ।

ଏଥିସହ ପଢ଼ନ୍ତୁ: ରାକ୍ଷସ ପୁଅ, ମାଆ-ସ୍ତ୍ରୀକୁ ମାରିଦେଲା, ଲୋକଙ୍କ ସାମ୍ନାରେ ଖପୁରୀରୁ ମାଂସ ଖାଇଗଲା

ଗତକିଛି ଦିନ ହେବ ଦ୍ୱିତୀୟ ବିବାହ କରିବେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ବୋଲି ସବୁଠି ଚର୍ଚ୍ଚା ଜୋର ଧରିଥିଲା । ସେ ପୁଣି ୫୨ ବର୍ଷରେ। ମଲାଇକା ମାତ୍ର ୨୫ ବର୍ଷ ବୟସରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। କିନ୍ତୁ, ଏହି ଦମ୍ପତି ଏବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଏହାସହ ଅରବାଜ ଦ୍ୱିତୀୟ ବିବାହ କରିସାରିଛନ୍ତି। ତେବେ ଅରବାର ନିଜ ଜୀବନରେ ଆଗକୁ ବଢ଼ିଥିବାବେଳେ ବର୍ତ୍ତମାନ ମଲାଇକା ମଧ୍ୟ ସେପରି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ୫୨ ବର୍ଷିୟ ଏହି ଅଭିନେତ୍ରୀ ସବୁବେଳେ ତାଙ୍କ ଗ୍ଲାମରସ୍ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ମଲାଇକା ମହିଳାମାନଙ୍କୁ କମ୍ ବୟସରେ ବିବାହ ନ କରିବାକୁ ଅନୁରୋଧ କରିଥିଲେ। ସେପଟେ ମଲାଇକାଙ୍କ ଏହି ବୟାନ ପରେ ଫ୍ୟାନ୍ସ କହୁଛନ୍ତି କି ବୋଧେ ମଲାଇକା ଅର୍ଜୁନ କପୁରଙ୍କୁ ବିବାହ କରିପାରନ୍ତି। ତେବେ ଆଗକୁ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Malaika Arora | Malaika Arora says Arjun Kapoor 'is an integral part of my life' after breakup, breaks silence on 'new mystery man' | Argus News | Argus News