ବିଦେଶରେ ଗଜରା ଲଗାଇ ଫାଇନ ଗଣିଲେ ମାଲାୟାଲାମ ଅଭିନେତ୍ରୀ

Key Points
ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ’ଣ ହେବ? ଆପଣ କ’ଣ ଆଉ ଗଜରା ପିନ୍ଧିବାକୁ ଚାହିଁବେ।
ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ’ଣ ହେବ? ଆପଣ କ’ଣ ଆଉ ଗଜରା ପିନ୍ଧିବାକୁ ଚାହିଁବେ। ହଁ ଆଜ୍ଞା କଥାଟି ସତ ଗଜରା ପାଇଁ ଟଙ୍କାଟେ କି ଦୁଇ ଟଙ୍କା ନୁହେଁ ଏକାଥରେ ଦେଢ଼ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି ଜଣେ ଅଭିନେତ୍ରୀଙ୍କୁ। ଏକଥା ଆମେ କହୁନାହୁଁ ଫାଇନ୍ ଦେଇଥିବା ଅଭିନେତ୍ରୀ ଜଣକ ଏକଥା ନିଜେ କହିଛନ୍ତି। ଯିଏ ନିକଟରେ ଏକ ଗଜରା ଯୋଗୁଁ ଅସୁବିଧାରେ ପଡ଼ିଥିଲେ ଏବଂ ଏଥିପାଇଁ ତାଙ୍କୁ ପ୍ରାୟ ଲକ୍ଷାଧିକ ଟଙ୍କା ଫାଇନ୍ ଦେବାକୁ ପଡିଥିଲା। ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନଭ୍ୟା ନାୟାର ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେ ମାଲାୟଲି ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଓନମ ଉତ୍ସବରେ ଅଂଶଗ୍ରହଣ କରିବାକୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ସହିତ ଏପରି ଏକ ଘଟଣା ଘଟିଗଲା ଯାହା ସେ କେବେ କଳ୍ପନା କରିନଥିଲେ।
ନଭ୍ୟା ମେଲବୋର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ହ୍ୟାଣ୍ଡବ୍ୟାଗରେ ଜସ୍ମିନ୍ ଫୁଲ ଥିବାରୁ ଅଷ୍ଟ୍ରେଲିଆର ସୀମା ସୁରକ୍ଷା ତାଙ୍କୁ ଅଟକାଇଥିଲା। ୧୫ ସେମି ଲମ୍ବର ଏକ ଛୋଟ ଜସ୍ମିନ୍ ମାଳା ପାଇଁ ତାଙ୍କୁ ୧୯୮୦ ଅଷ୍ଟ୍ରେଲୀୟ ଡଲାର ପ୍ରାୟ ୧.୨୫ ଲକ୍ଷର ଏକ ବଡ଼ ଜରିମାନା ଦେବାକୁ ପଡିଥିଲା। ସେ ନିଜେ ଓନମ୍ ଉତ୍ସବର ମଞ୍ଚରୁ ଏହି ଘଟଣା ସେୟାର କରିଥିଲେ। ନଭ୍ୟା କହିଥିଲେ ଯେ ତାଙ୍କ ବାପା କୋଚି ବିମାନବନ୍ଦରରୁ ତାଙ୍କ ପାଇଁ ଏହି ଗଜରା କିଣିଥିଲେ।
📱 Get Argus News App
✨ସେ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ଗଜରାକୁ ଖଣ୍ଡ ଖଣ୍ଡ କରିଦିଆଯାଇଥିଲା। ନଭ୍ୟା କୋଚିରୁ ସିଙ୍ଗାପୁର ଯାଉଥିବା ବିମାନରେ ଗୋଟିଏ ପିସ୍ ପିନ୍ଧିଥିଲେ, କିନ୍ତୁ ସିଙ୍ଗାପୁର ପହଞ୍ଚିବା ବେଳକୁ ତାହା ଶୁଖି ଯାଇଥିଲା। ସେ ଦ୍ୱିତୀୟ ପିସକୁ ତାଙ୍କ ହ୍ୟାଣ୍ଡବ୍ୟାଗରେ ଏକ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗରେ ରଖିଥିଲେ ସେ ସେଠାରେ ପହଞ୍ଚିବା ପରେ ଆଉଥରେ ପିନ୍ଧିବେ ବୋଲି ଭାବିଥିଲେ। କିନ୍ତୁ ନଭ୍ୟା ଜାଣି ନଥିଲେ ଯେ ଏହିପରି ଭାବରେ ଅଷ୍ଟ୍ରେଲିଆକୁ ଫୁଲ ଆଣିବା ଆଇନ ବିରୁଦ୍ଧ ବୋଲି। ବିମାନବନ୍ଦରର ଅଧିକାରୀମାନେ ତାଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ ଜସ୍ମିନ୍ ଫୁଲ ଦେଖିବା ପରେ ସେମାନେ ତାଙ୍କୁ ଅଟକାଇ ତୁରନ୍ତ ଜରିମାନା କରିଥିଲେ।
ମଞ୍ଚ ଉପରେ ଭାଷଣ ଦେଇ ନଭ୍ୟା କହିଥିଲେ, ‘ମୁଁ ଜାଣିଛି ମୁଁ ଭୁଲ କରିଛି, କିନ୍ତୁ ଏହା ଜାଣିଶୁଣି କରି ନଥିଲା। ମୁଁ କେବଳ ମୋ ବାପାଙ୍କ କଥା ରଖି ସେହି ଗଜରା ପିନ୍ଧିଥିଲି। ହେଲେ ସେମାନେ ମୋତେ ୨୮ ଦିନ ମଧ୍ୟରେ ଜରିମାନା ଦେବାକୁ କହିଛନ୍ତି।’ ତେବେ ସାମାନ୍ୟ ଫୁଲ ଲଗାଇବା କଣ ପାଇଁ ଫାଇନ ଦେଲେ ନିଶ୍ଚିତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ। ଚାଲନ୍ତୁ ଜାଣିବା ଏହାର କାରଣ।
ଅଷ୍ଟ୍ରେଲିଆର ଜୈବ-ସୁରକ୍ଷା ଆଇନ ଏହି କ୍ଷେତ୍ରରେ ବହୁତ ଷ୍ଟ୍ରିକ୍ଟ। ଅଷ୍ଟ୍ରେଲିଆନ ସୀମା ବଳ ୱେବସାଇଟ୍ ଅନୁଯାୟୀ ସରକାରୀ ଅନୁମତି ବିନା ଦେଶକୁ ‘ଉଦ୍ଭିଦ, ଫୁଲ ଏବଂ ବିହନ’ ଭଳି ଜୈବିକ ସାମଗ୍ରୀ ଆଣିବା ନିଷେଧ। କାରଣ ଏହି ସାମଗ୍ରୀଗୁଡ଼ିକ କୀଟପତଙ୍ଗ, ରୋଗ ଏବଂ ଜୈବିକ ଅସନ୍ତୁଳନ ସୃଷ୍ଟି କରିପାରେ। ଏହି ଘଟଣା ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ। ଆଇନର ଅଜ୍ଞତା ଯୋଗୁଁ ଏପରି ଏକ ଛୋଟ ଛୋଟ ଭୁଲ ବି ମହଙ୍ଗା ସାବ୍ୟସ୍ତ ହୋଇପାରେ। ଯେପରି ନାଭ୍ୟା ନାୟାରଙ୍କ ସହିତ ଘଟିଲା।
ଓ୍ବାର୍କ ଫ୍ରଣ୍ଟ କଥା କହିଲେ ମାଲୟାଲି ଅଭିନେତ୍ରୀ ୨୦୦୧ ମସିହାରେ ଇସ୍ତମ ମୁଭିରେ ଡେବ୍ୟୁ କରିଥିଲେ। ବହୁତ ସାରା ମାଲାୟାଲି ମୁଭି କରିବାପରେ ସେ ତାମିଲ ଏବଂ କନ୍ନଡ ମୁଭିରେ ବି ନଜର ଆସିଛନ୍ତି। ବିବାହ କରିବା ପରେ କିଛି ସମୟ ବ୍ରେକ ନେଇଥିଲେ ଏହାପରେ ପୁଣି ଦମଦାର ରିଟର୍ଣ୍ଣ କରିଥିଲେ।