‘ପରମ ସୁନ୍ଦରୀ’ ରେ ଜାହ୍ନବୀଙ୍କ କାଷ୍ଟିଂକୁ ନେଇ ରାଗ ତମ ତମ ପବିତ୍ରା

Key Points
ରାଗରେ ତମ ତମ ମାଲୟାଲୀ ଅଭିନେତ୍ରୀ
କହିଲେ ଜାହ୍ନବୀ କାହିଁକି ?
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଜାହ୍ନବୀ କପୁର। ଅଭିନେତ୍ରୀଙ୍କୁ ନେଇ ଏପରି କହିଛନ୍ତି ମାଲୟାଲୀ ଅଭିନେତ୍ରୀ। ରାଗରେ ତମତମ ହେଉଛନ୍ତି ମାଲୟାଲୀ ଅଭିନେତ୍ରୀ। ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ବିବାଦ ବଢ଼ୁଛି। ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମରେ ଜାହ୍ନବୀଙ୍କ କାଷ୍ଟିଂକୁ ନେଇ ମାଲୟାଲୀ ଅଭିନେତ୍ରୀ ତଥା ଟିଭି ହୋଷ୍ଟ ପବିତ୍ରା ମେନନ୍ ପ୍ରଶ୍ନ ଉଠାଇଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ‘ପରମ ସୁନ୍ଦରୀ’ର ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ଭିଡିଓରେ ପବିତ୍ରା କ୍ରୋଧିତ ହୋଇ କହୁଛନ୍ତି, ”ମୁଁ ଜଣେ ମାଲୟାଲୀ। ‘ପରମ ସୁନ୍ଦରୀ’ ଫିଲ୍ମର ଟ୍ରେଲର ଦେଖିବା ପରେ ମୁଁ ବୁଝିପାରୁନାହିଁ ଏପରି ଫିଲ୍ମରେ କାହିଁକି ଜଣେ ପ୍ରକୃତ ମାଲୟାଲୀ ଅଭିନେତ୍ରୀଙ୍କୁ କାଷ୍ଟ କରାଯାଉ ନାହିଁ।“ ମାଲୟାଲୀ ଅଭିନେତ୍ରୀମାନେ କ’ଣ କମ୍ ପ୍ରତିଭାଶାଳୀ କି ବୋଲି ସେ ନିଜର ଅନୁଗାମୀଙ୍କୁ ପ୍ରଶ୍ନ କରିଛନ୍ତି।
ମାଲୟାଲୀ ଅଭିନେତ୍ରୀମାନେ ମଧ୍ୟ ଭଲ ହିନ୍ଦୀ କହିପାରନ୍ତି। ଏହାସତ୍ତ୍ୱେ ମଧ୍ୟ ବଲିଉଡ୍ ଫିଲ୍ମରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁ ନ ଥିବା ପବିତ୍ରା ଅଭିଯୋଗ ଆଣିଛନ୍ତି।
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା। ଟ୍ରେଲରରେ ଜାହ୍ନବୀଙ୍କୁ ଜଣେ ମାଲୟାଲୀ ଯୁବତୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: