Ollywood News / 'ମାଳିପୁଟ ମେଲୋଡିଜ୍' IFFI 2025 ଭାରତୀୟ ପାନୋରାମାରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର

Key Points
ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ଭୁଲ ହେବ ନାହିଁ । 'ମାଳିପୁଟ ମେଲୋଡିଜ୍' ମୁଭି ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ଭାରତୀୟ ପାନୋରାମାରେ ଆନୁଷ୍ଠାନିକ ଭାବେ ମନୋନୀତ ହୋଇଛି। ଏହି ବର୍ଷ ୨୫ଟି ଫିଚର ଫିଲ୍ମ ମଧ୍ୟରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ମନୋନୀତ ହୋଇଛି। ଯାହାକି ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
'ମାଳିପୁଟ ମେଲୋଡିଜ୍' ହେଉଛି ପାଞ୍ଚଟି ପରସ୍ପର ସହିତ ଜଡିତ କ୍ଷୁଦ୍ର ଚଳଚ୍ଚିତ୍ରର ଏକ ସଂକଳନ । ଯାହା ଦକ୍ଷିଣ ଓଡ଼ିଶାର ଆଦିବାସୀ ଏବଂ ଗ୍ରାମୀଣ ସମ୍ପ୍ରଦାୟର ସଂସ୍କୃତି, ଭାବନା ଏବଂ ଅକଥିତ କାହାଣୀକୁ ପ୍ରତିଫଳିତ କରୁଛି। ଏହି ଫିଲ୍ମ ଦକ୍ଷିଣ ଓଡ଼ିଶାବାସୀଙ୍କ ନିତିଦିନିଆ କାହାଣୀ କହୁଛି। ଯେଉଁଥିରେ ରହିଛି ସେହି ଲୋକମାନଙ୍କର ସରଳ ନିଷ୍କପଟ ଜୀବନର କାହାଣୀ । ଏହି ଚଳଚ୍ଚିତ୍ରଟି ସେମାନଙ୍କର ପ୍ରାମାଣିକ କାହାଣୀ କହିବା ସହ ଆତ୍ମାପୂର୍ଣ୍ଣ ସଙ୍ଗୀତ ଏବଂ ସ୍ଥାନୀୟ ଜୀବନର ବିଶ୍ୱସ୍ତ ଉପସ୍ଥାପନା ପାଇଁ ପ୍ରଶଂସିତ ହୋଇଛି।
ଏହାସହ ପଢ଼ନ୍ତୁ: ଗାୟିକା ପଲକ ମୁଛଲ ୩,୮୦୦ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇ ଗିନିଜ୍ ରେକର୍ଡରେ ପ୍ରବେଶ
ବିଶାଲ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ, ସୁଧାକର ପଟ୍ଟନାୟକଙ୍କ ଲିଖିତ ଏବଂ କୌଶିକ ଦାସଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ତୋଷ ନନ୍ଦଙ୍କ ସଙ୍ଗୀତ ମତୁଆଲା କରୁଛି। ସ୍ୱଳ୍ପ ବଜେଟ୍ରେ ଏହି ଫିଲ୍ମକୁ ପ୍ରଯୋଜନା କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପୁରା ଟିମ୍ର ଉତ୍ସର୍ଗୀକତା ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରଦାନ କରିଛି ବୋଲି କୁହାଯାଉଛି ।
ଚଳଚ୍ଚିତ୍ରଟି ୨୨ ନଭେମ୍ବର ୨୦୨୫ରେ ଗୋଆର ପଞ୍ଜିମ ଠାରେ ୫୬ତମ IFFIରେ ଏହାର ବିଶ୍ୱ ପ୍ରିମିୟର ହେବ ଏବଂ ଏହା ପରେ ବିଭିନ୍ନ ମହୋତ୍ସବସ୍ଥଳିରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରଦର୍ଶନ କରାଯିବ।
ମୁଖ୍ୟ ଅଭିନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି
ମୁଖ୍ୟ ଅଭିନେତା ପ୍ରସାନ୍ତ କୁମାର ମିଶ୍ର ଏବଂ କାର୍ତ୍ତିକ ରାଉତଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଯାହାଙ୍କ ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ସମାଜରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେମାନଙ୍କର ଅଭିନୟକୁ ଏହି ଚଳଚ୍ଚିତ୍ର ସବୁଦିନ ପାଇଁ ମନେରଖିବ।
📱 Get Argus News App
✨Related Topics
Explore more stories