Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାଦ ବଢ଼ିବାରୁ ମହାମଣ୍ଡଳେଶ୍ବର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି

Ritu Das
Browse all articles by Ritu Das
·1 year ago·1 min read
ବିବାଦ ବଢ଼ିବାରୁ ମହାମଣ୍ଡଳେଶ୍ବର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି

ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ପୁଣି ଥରେ ଚର୍ଚ୍ଚାରେ। ସେ ନିକଟରେ ମହାକୁମ୍ଭରେ ତାଙ୍କ ପିଣ୍ଡ ଦାନ କରିଥିଲେ। ଏହା ପରେ, ତାଙ୍କୁ କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। କିନ୍ତୁ ଏହାକୁ ନେଇ ବହୁତ ବିବାଦ ହୋଇଥିଲା। ଏବେ ବିବାଦ ଦେଖି ସେ ଏହି ପଦବୀରୁ ଇସ୍ତଫା ଦେଉଥିବା ଘୋଷଣା କରିଛନ୍ତି। ସେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇ କହିଛନ୍ତି, "ମୁଁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଉଛି। ହେଲେ ସାରା ଜୀବନ ସାଧ୍ବୀ ହୋଇ ରହିବି। ମୁଁ ପିଲାଦିନରୁ ସାଧ୍ୱୀ ହୋଇ ରହିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ରହିବି।" ଉଲ୍ଲେଖଯୋଗ୍ୟ, ପ୍ରୟାଗରାଜ ମହାକୁମ୍ଭରେ ମମତା କିନ୍ନର ଅଖଡ଼ାରେ ପୂର୍ଣ୍ଣ ଦୀକ୍ଷା ନେଇଥିଲେ ଏବଂ ତା’ପରେ ତାଙ୍କୁ ତୁରନ୍ତ ମହାମଣ୍ଡଳେଶ୍ୱର କରାଯାଇଥିଲା।


ସେ ପିଣ୍ଡଦାନ କରିଥିଲେ, ସଙ୍ଗମରେ ସ୍ନାନ କରିଥିଲେ, ତା’ପରେ ତାଙ୍କ ଅଭିଷେକ କରାଯାଇ ମହାମଣ୍ଡଳେଶ୍ୱର କରାଯାଇଥିଲା। ହେ‌ଲେ ମମତା ମହାମଣ୍ଡଳେଶ୍ୱର ହେବା ମାତ୍ରେ ଅନେକ ପ୍ରକାରର ପ୍ରଶ୍ନ ଉଠିବା ଆରମ୍ଭ ହେଲା। ବାବା ରାମଦେବଙ୍କଠାରୁ ଆରମ୍ଭ କରି ଅନେକ ସନ୍ଥ ଏବଂ ଅଖଡ଼ାର ଲୋକମାନେ ଏହାକୁ ବିରୋଧ କରିଥିଲେ। କିଛି ଲୋକ ସମାଲୋଚନା କରି କହିଥିଲେ ଯେ ଗତକାଲି ପର୍ଯ୍ୟନ୍ତ ଯିଏ ସାଂସାରିକ ସୁଖରେ ଲିପ୍ତ ଥିଲେ, ସେ ହଠାତ୍ କେମିତି ଗୋଟିଏ ଦିନରେ ସନ୍ଥ ହୋଇଗଲେ ଏବଂ ମହାମଣ୍ଡଳେଶ୍ୱର ଭଳି ଉପାଧି ଗ୍ରହଣ କଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata Kulkarni resigns from the post of Mahamandaleswar as the controversy escalates | Argus News