Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଗୋଟିଏ ଦିନରେ ତାଙ୍କ ରୋଜଗାର କେତେ ଆସନ୍ତୁ ଜାଣିଵା

Rashmita Mishra
Browse all articles by Rashmita Mishra
·2 years ago·1 min read
ଗୋଟିଏ ଦିନରେ ତାଙ୍କ ରୋଜଗାର କେତେ ଆସନ୍ତୁ ଜାଣିଵା

ବିଲ୍ ଗେଟ୍ସଙ୍କୁ ଭେଟିବା ପରେ ଡଲି ଚା ଵାଲାର ଭାଗ୍ୟ ଵଦଳିଯାଇଛି । ଗୋଟିଏ ଦିନରେ ତାଙ୍କ ରୋଜଗାର କେତେ ଆସନ୍ତୁ ଜାଣିଵା । 
ଦୁନିଆର ସଵୁଠାରୁ ଧନୀ ଵ୍ୟକ୍ତି ଡଲିଙ୍କ ଠାରୁ ଚା ପିଇଵାକୁ ଯାଇଥିଲେ । ବିଲ୍ ଗେଟ୍ସଙ୍କୁ ଭେଟିବା ପରେ ଡଲି ଚା ଵାଲାର ଲୋକପ୍ରିୟତା ଵଢିଯାଇଛି । 
ଵର୍ତ୍ତମାନ ଡଲି ଚା ଵାଲା ଅନେକ ଲୋକପ୍ରତା ହାସଲ କରିଛନ୍ତି । ଦୁନିଆର ସଵୁଠାରୁ ଧନୀ ଵ୍ୟକ୍ତି ବିଲ୍ ଗେଟ୍ସଙ୍କୁ  ଡଲିଙ୍କ ଠାରୁ ଚା ପିଇଲା ପରେ ଡଲି ଏଵେ ଇଣ୍ଟରନେଟ୍ ର ସେନ୍ସେସ ପାଲଟିଛନ୍ତି । ତଥାପି ତାଙ୍କର ଚା ତିଆରି କରିଵା ଷ୍ଟାଇଲ,ଡ୍ରେସ ଏଵଂ ହେୟାର ଷ୍ଟାଇଲ ସମସ୍ତଙ୍କଠୁ ସେ ଭିନ୍ନ । ଫେସଵୁକ୍ ଓ ଇଷ୍ଟାଗ୍ରାମରେ ଡଲି ଚା ଵାଲାର ୧ ମିଲିୟନ ରୁ ଅଧିକ ଫୋଲରସ୍ ଅଛନ୍ତି । ବିଲ୍ ଗେଟ୍ସଙ୍କୁ ଭେଟିବା ପରେ ଡଲି ଚା ଵାଲା ବଡ ଵଡ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରୁଛନ୍ତି।

ନାଗପୁରର ସିଭିଲ ଲାଇନ୍ସ ନିକଟରେ ଡଲି ଚା ଵାଲାଙ୍କ ଠେଲା । ପ୍ରତିଦିନ ସକାଳ ଓ ସଂନ୍ଧ୍ୟାରେ ଲୋକଙ୍କ  ଭିଡ ଜମିଥାଏ । ଡଲିଙ୍କ ଚା ଷ୍ଚଲ କୁ ଖାଲି ସାଧାରଣ ଲୋକ ନୁହନ୍ତି ଵଡ ଵଡ କୋଟିପତି ମଧ୍ୟ ଆସିଥାନ୍ତି । ସେ ଗୋଟେ କପ ଚା କୁ ୭ଟଙ୍କା ଵିକ୍ରି କରିଥାନ୍ତି । ଆଉ ପ୍ରତିଦିନ ୪୦୦ରୁ ୫୦୦ କପ୍ ଚା ଵିକ୍ରି କରନ୍ତି । ତେଵେ ଡଲି ପ୍ରତିଦିନ ୨୫୦୦ରୁ ୩୫୦୦ଟଙ୍କା  ପର୍ଯ୍ୟନ୍ତ ରୋଜଗାର । ତେଵେ ଡଲିଙ୍କର ସଂପୂଣ୍ଣ ସଂମ୍ପତି ୧୦ଲକ୍ଷରୁ ଅଧିକ ହେଵ । କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ନିମ୍ରାତ  ତାଙ୍କ ଠେଲାରେ ଚା ପିଇବାକୁ ଆସିଥିଲେ। ଏହା ପରେ ସେ ତାଙ୍କୁ  ବହୁତ ପ୍ରଶଂସା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meet Bill Gates Dolly Chaiwala | Argus News