|
logo
Live
Argus News App
GET APP

Argus News - ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Entertainment

Dadasaheb Phalke Award / ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·6 months ago·3 min read
ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Key Points

ସାଉଥ୍‌ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର

PM ମୋଦି ଜଣାଇଲେ ଶୁଭେଚ୍ଛା

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ କଳାକାରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ପାଇଛନ୍ତି ପ୍ରଖ୍ୟାତ ମାଲାୟାଲାମ ଅଭିନେତା ମୋହନଲାଲ । ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ମୋହନଲାଲଙ୍କ ଅଭିନୟ ଦର୍ଶକ ଖୁବ ପସନ୍ଦ କରନ୍ତି, ଯାହାର ଉଦାହରଣ ସ୍ୱରୂପ ଆଜି ସେ ଏହି ସ୍ଥାନରେ ଅଛନ୍ତି। ସେ ନିଜର ଅଭିନୟ ଯାଦୁରେ ପ୍ରତ୍ୟେକଟି ଚରିତ୍ରକୁ ନିଖୁଣତାର ସହିତ ଅଭିନୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ମାଧ୍ୟମରେ ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ମୋହନଲାଲ ଜୀ ଉତ୍କର୍ଷତା ଓ ବହୁମୁଖୀ ପ୍ରତିଭାର ପ୍ରତୀକ। ଦଶନ୍ଧି ଧରି ଚାଲିଥିବା ତାଙ୍କର ଅସାଧାରଣ କ୍ୟାରିୟର ତାଙ୍କୁ ମାଲୟାଲମ ସିନେମା ଓ ଥିଏଟରର ସବୁଠାରୁ ଉଜ୍ଜ୍ୱଳ ତାରକା କରିଛି। ସେ କେରଳର ସଂସ୍କୃତି ପ୍ରତି ଅତ୍ୟନ୍ତ ଉତ୍ସାହୀ ଏବଂ ନିଜ କାର୍ଯ୍ୟ ମାଧ୍ୟମରେ ଏହାକୁ ସର୍ବଦା ଆଗକୁ ନେଇଛନ୍ତି। ସେ ତେଲୁଗୁ, ତାମିଲ, କନ୍ନଡ଼ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି।”



ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ରହିଛନ୍ତି ମୋହନଲାଲ। ମୋହନଲାଲ ବିଶ୍ବନାଥନ ନାୟାର ୧୯୬୦ ମେ’ ୨୧ରେ କେରଳର କୋଲ୍ଲାମ (ବର୍ତ୍ତମାନ ପଠନମଥିଟ୍ଟା) ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତିରୁଅନନ୍ତପୁରମସ୍ଥିତ ମହାତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମୋହନଲାଲ ୧୯୭୮ରେ ମାତ୍ର ୧୮ ବର୍ଷ ବୟସରେ ମାଲାୟଲମ ଚଳଚ୍ଚିତ୍ର ‘ଥିରାନୋଟ୍ଟାମ’ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିଥିଲେ। ତେବେ ବିଭିନ୍ନ କାରଣରୁ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ୨୫ ବର୍ଷ ସମୟ ନେଇଥିଲା। ୧୯୮୦​‌ରେ ତାଙ୍କ ଅଭିନୀତ ‘ମଞ୍ଜିଲ ଭିରିଞ୍ଜା ପୋକ୍କାଲ’ ମୁକ୍ତିଲାଭ କରିଥିଲା। କ୍ୟାରିୟରର ପ୍ରଥମ ସୋପାନରେ ମୋହନଲାଲ ଖଳନାୟକ ଏବଂ ସହଯୋଗୀ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।


ଦୀର୍ଘ ପାଞ୍ଚ ଦଶନ୍ଧିର କ୍ୟାରିୟରରେ ସେ ମାଲାୟାଲମ, ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ କିରିଦମ୍‌, ଭାରତମ୍‌, ଦୃଶ୍ୟମ, ବାନପ୍ରସ୍ଥମ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା। ବାନପ୍ରସ୍ଥମ ଚଳଚ୍ଚିତ୍ର ୧୯୯୯ କ୍ୟାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ମୋହନଲାଲ ଇତିମଧ୍ୟରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୦୯ରେ ମୋହନଲାଲଙ୍କୁ ଭାରତୀୟ ପ୍ରାଦେଶିକ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟା ପ୍ରଦାନ କରାଯାଇଥିଲା। ୧୯୬୯ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଚଳିତ ହୋଇଥିବାବେଳେ ଦେବିକା ରାଣୀ ହେଉଛନ୍ତି ପ୍ରଥମ ବିଜେତା। ଏ ପର୍ଯ୍ୟନ୍ତ ୫୫ ଜଣଙ୍କୁ ଏହି ପୁରସ୍କାର ମିଳିସାରିଛି। ପୁରସ୍କାର ବାବଦରେ ବିଜେତାଙ୍କୁ ସ୍ବର୍ଣ୍ଣକମଳ, ଶାଲ ଓ ନଗଦ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ଚଳିତବର୍ଷର ମନୋନୟନ କମିଟିରେ ମିଠୁନ ଚକ୍ରବର୍ତ୍ତୀ, ଶଙ୍କର ମହାଦେବନ ଓ ଆଶୁତୋଷ ଗୋୱାରିକର ସଦସ୍ୟ ରହିଥିଲେ।


ଅଶୀ ଦଶକରେ ସେ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା। ସେବେଠୁ ହିଁ ଗୋଟିଏ ପରେ ଗୋଟିଏ ଫିଲ୍ମ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ଶେଷରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଯବାନ ଫିଲ୍ମରେ ଅଭିନୟ ପାଇଁ ଶାହରୁଖ ଖାନ୍ ଏବଂ 12th ଫେଲ୍ ଫିଲ୍ମ ପାଇଁ ବିକ୍ରାନ୍ତ ମାସେ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ରାନୀ ମୁଖାର୍ଜୀ । ଫିଲ୍ମ 'ମିସେସ୍ ଚାଚାର୍ଜୀ ଭର୍ସେସ୍ ନରୱେ'ରେ ଭଲ ଅଭିନୟ ପାଇଁ ରାନୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।


ଟ୍ଏଲଭେଥ୍ ପାସ୍ ଫିଲ୍ମ ଶ୍ରେଷ୍ଠ ଫିଚର ଫିଲ୍ମ ଓ କଥଲ- ଏ ଜ୍ୟାକଫ୍ରୁଟ୍ ମିଷ୍ଟ୍ରି ଫିଲ୍ମ ପାଇଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ।ଦି କେରଳା ଷ୍ଟୋରୀ ଫିଲ୍ମରେ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା ଓ ଶ୍ରେଷ୍ଠ ସିନେମାଗ୍ରାଫି ପାଇଁ ପୁରସ୍କୃତ ହୋଇଛନ୍ତି ସୁଦୀପ୍ତ ସେନ। ବିଭିନ୍ନ ଭାଷାର ବହୁ ଫିଲ୍ମ ଓ ଚଳଚ୍ଚିତ୍ର ଜଗତ ସହ ବହୁ ବ୍ୟକ୍ତି ପୁରସ୍କୃତ ହୋଇଛନ୍ତି । ଓଡ଼ିଆ ଫିଲ୍ମ ପୁଷ୍କରା ଓ ସମୁଦ୍ର ଓ ସାତଭାୟାକୁ ପୁରସ୍କାର ପ୍ରଦାନ କରାଯାଇଛି ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Dadasaheb Phalke Award: ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ | Argus News