Film Update / ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ମୋହନଲାଲ, ‘ବୃଷଭ’ର ନୂଆ ପୋଷ୍ଟର ରିଲିଜ୍

Key Points
ମୋହନଲାଲଙ୍କ ଆଗାମୀ ଫିଲ୍ମ ‘ବୃଷଭ’ର ନୂଆ ପୋଷ୍ଟର ରିଲିଜ୍
ଏହି ଦିନଠୁ କରିବ ପ୍ରେକ୍ଷାଳୟରେ ରାଜ୍
ଖୁସିରେ ଫ୍ୟାନ୍ସ
ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଅଭିନେତା ମୋହନଲାଲ। ଫିଲ୍ମ 'ବୃଷଭ' ମାଧ୍ୟମରେ ବଡ଼ ଭେଟି। ସୁପରଷ୍ଟାର ମୋହନଲାଲ ତାଙ୍କର ଆଗାମୀ ଚଳଚ୍ଚିତ୍ର “ବୃଷଭ” ସହିତ ଫେରୁଛନ୍ତି। ପ୍ରଥମ ପୋଷ୍ଟର ଦେଖିବା ପରେ ମୋହନଲାଲଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ପାଇଁ ବେଶ୍ ଉତ୍ସାହିତ ଥିଲେ। ପୋଷ୍ଟରରେ ସେ ସୁନେଲି ରଙ୍ଗର ଏକ କବଚ ପିନ୍ଧି ଜଣେ ଯୋଦ୍ଧା ଭାବରେ ଦେଖାଯାଇଥିଲେ। ପ୍ରଶଂସକମାନେ ବହୁତ ଦିନ ଧରି ଏହାର ମୁକ୍ତିଲାଭ ପାଇଁ ଅପେକ୍ଷା କରିଥିବା ବେଳେ ଏବେ ଅପେକ୍ଷାର ଅନ୍ତ ଘଟିଛି। ନିର୍ମାତାମାନେ ମୋହନଲାଲଙ୍କ ଚଳଚ୍ଚିତ୍ର “ବୃଷଭ”ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଆସନ୍ତା ନଭେମ୍ବର ୬ ରେ ସିନେମା ହଲରେ ରିଲିଜ୍ ହେବ । ମୋହନଲାଲଙ୍କ ଏହି ଫିଲ୍ମଟି ପାଞ୍ଚଟି ଭାଷାରେ ସିନେମା ହଲରେ ମୁକ୍ତିଲାଭ କରିବ । ତେଲୁଗୁ, ମାଲାୟଲମ, ହିନ୍ଦୀ, ତାମିଲ ଏବଂ କନ୍ନଡ ଭାଷାରେ ହେବ ମୁକ୍ତିଲାଭ । “ବୃଷଭ” ଜରିଆରେ ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର ପ୍ରଥମଥର ଦକ୍ଷିଣ ଭାରତୀୟ ସିନେମାରେ ଡେବ୍ୟୁ କରୁଛନ୍ତି।
ମୋହନଲାଲଙ୍କୁ ଦାଦାସାହେବ ଫାଲକେ:
📱 Get Argus News App
✨ମୋହନଲାଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, “ପୃଥିବୀ ଥରୁଛି। ଆକାଶ ଜଳୁଛି। ଭାଗ୍ୟ ତାର ଯୋଦ୍ଧା ବାଛିଛି। ବୃଷଭ ନଭେମ୍ବର ୬ ତାରିଖରେ ଆସୁଛି।” ମୋହନଲାଲଙ୍କ ଏହି ଚଳଚ୍ଚିତ୍ରଟି ପ୍ରଥମେ ଅକ୍ଟୋବର ୧୬ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ କୌଣସି କାରଣ ବସତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ମୋହନଲାଲଙ୍କ ଜନ୍ମଦିନରେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଥିଲା। ଲମ୍ବା କେଶ, ଘନ ଦାଢ଼ି ଏବଂ ଧଳା ତିଲକ ସହିତ ମୋହନଲାଲଙ୍କ ଫଟୋ ଦେଖି ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଥିଲେ । ସେ ନାକ ମୁଦି ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ଏଥିସହ ପଢ଼ନ୍ତୁ: ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୨୦୨୩ ପାଇଁ ମୋହନଲାଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।
ମୋହନଲାଲ ବିଶ୍ବନାଥନ ନାୟାର ୧୯୬୦ ମେ’ ୨୧ରେ କେରଳର କୋଲ୍ଲାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତିରୁଅନନ୍ତପୁରମସ୍ଥିତ ମହାତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମୋହନଲାଲ ୧୯୭୮ରେ ମାତ୍ର ୧୮ ବର୍ଷ ବୟସରେ ମାଲାୟଲମ ଚଳଚ୍ଚିତ୍ର ‘ଥିରାନୋଟ୍ଟାମ’ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିଥିଲେ। ତେବେ ବିଭିନ୍ନ କାରଣରୁ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ୨୫ ବର୍ଷ ସମୟ ନେଇଥିଲା। ୧୯୮୦ରେ ତାଙ୍କ ଅଭିନୀତ ‘ମଞ୍ଜିଲ ଭିରିଞ୍ଜା ପୋକ୍କାଲ’ ମୁକ୍ତିଲାଭ କରିଥିଲା। କ୍ୟାରିୟରର ପ୍ରଥମ ସୋପାନରେ ମୋହନଲାଲ ଖଳନାୟକ ଏବଂ ସହଯୋଗୀ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଅଶୀ ଦଶକରେ ସେ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories