ଭାଇରାଲ ଗାର୍ଲ ମୋନାଲିସା, ୧୦ ଦିନରେ ୧୦ କୋଟି...

ଅର୍ଗସ ବ୍ୟୁରୋ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା। କିନ୍ତୁ ମହାକୁମ୍ଭ ମେଳାରେ ଅଧିକ ଭାଇରାଲ ହେଉଛନ୍ତି ଜଣେ ଝିଅ। ତାଙ୍କ ନା ହେଉଛି ମୋନାଲିସା। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଅପଡେଟ ଆସୁଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ମୋନାଲିସା ମହାକୁମ୍ଭରେ ୧୦ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି ।
ମୋନାଲିସା ନିଜେ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥିଲି, ତେବେ ମୁଁ ଏଠାରେ କାହିଁକି ରହିବି ଏବଂ କାହିଁକି ମାଳା ବିକିବି?’ ମୋନାଲିସା ଏହିସବୁ କଥାକୁ ମିଥ୍ୟା ବୋଲି କହିଛନ୍ତି। ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ସେ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୁକ୍ତା ହାର ବିକ୍ରି କରୁଛନ୍ତି।
📱 Get Argus News App
✨କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋନାଲିସାଙ୍କ ସମସ୍ୟା ବଢ଼ିଯାଇଛି। ମୋନାଲିସା ମହାକୁମ୍ଭରେ ମାଳା ବିକୁଥିଲେ । ଏହାରି ଭିତରେ ତାଙ୍କର ଶ୍ୟାମଳ ରଙ୍ଗ, ସୁନ୍ଦର ଆଖି… ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମୋନାଲିସାଙ୍କ ନ୍ୟାଚୁରାଲ ବିୟୁଟିକୁ ନେଇ ଏବେ ଅନେକେ ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: