Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମହାକୁମ୍ଭ ମେଳାରୁ ହିରୋଇନ ହେଲେ ମୋନାଲିସା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହାକୁମ୍ଭ ମେଳାରୁ ହିରୋଇନ ହେଲେ ମୋନାଲିସା

Key Points

ବବଦଳିଗଲା ମୋନାଲିସାଙ୍କ ଭାଗ୍ୟ
ଲକ୍ଷ ଲକ୍ଷ ଟଙ୍କାର କରୁଛନ୍ତି ରୋଜଗାର

ଏବେ ଆଉ ମାଳ ବିକି ବେନି ହିରୋଇନ ହେବେ

କୁମ୍ଭମେଳାରୁ ଏବେ ହିରୋଇନ। ସତରେ ଭାଗ୍ୟ କେମିତି ବଦଳିଯାଏ ତାହା କିଏ ବା କହିବ। ସମୟ କେତେବେଳେ କାହାକୁ ସହାୟ ହେବ ତାହା କିଏ ବା କହିବ। ଏଇ ଯେମିତି କୁମ୍ଭମେଳା ଭାଇରାଲ ଝିଅ ମୋନାଲିସାଙ୍କୁ ଦେଖନ୍ତୁ। କେମିତି ତାଙ୍କ ଭାଗ୍ୟ ବଦଳିଯାଇଛି। ଏବେ ଭାଇରାଲ୍‌ ଗାର୍ଲଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି ଏବଂ ସେ ସେଥିମଧ୍ୟରୁ କେତେକ ପ୍ରୋଜେକ୍ଟ ଶେଷ ମଧ୍ୟ କରିଛନ୍ତି। ଏତିକି ନୁହେଁମୋନାଲିସା ଏବେ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର କାର୍‌ରେ ଯାତ୍ରା କରୁଛନ୍ତି।

ସେ ଜଣେ ଅଭିନେତ୍ରୀ ହେବା ରାସ୍ତାରେ ଅଛନ୍ତି ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ଡେବ୍ୟୁ ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ମୋନାଲିସାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ଗାର୍ଲଙ୍କ ଆୟ ଶୁଣିବା ପରେ ଯେକେହି ବି ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏହି ଭାଇରାଲ୍‌ ଭିଡିଓରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ଏବେ ତୁମେ ଲକ୍ଷ୍-ଲକ୍ଷ ଟଙ୍କା ରୋଜଗାର କରୁଛ, ସେତେବେଳେ ମୋନାଲିସା କହିଥିଲେ ଯେ ଏହା ମାତା ଗଙ୍ଗାଙ୍କ ଆଶୀର୍ବାଦରୁ ଆସୁଛି। ଏହାର ଅର୍ଥ ହେଉଛି ଭାଇରାଲ୍ ଗାର୍ଲଙ୍କ ଭାଗ୍ୟ ବଦଳିଯାଇଛି ।

ମହାକୁମ୍ଭ ୨୦୨୫ ସମୟରେ ରୁଦ୍ରାକ୍ଷ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସାଙ୍କର ଭାଗ୍ୟ ବଦଳି ଯାଇଛି। ସେ ଆଉ ଆଗ ଭଳି ନାହାନ୍ତି। ନିଜର ସୁନ୍ଦର ଆଖିକୁ ନେଇ ସାରା ଦେଶରେ ଭାଇରାଲ୍‌ ହୋଇଥିବା ମୋନାଲିସଙ୍କର ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
monalisa-a-garland-seller-at-the-maha-kumbh-mela-gained-fame-and-is-set-to-star-in-a-bollywood-film-after-becoming-a-viral-sensation | Argus News