Videos
|
Entertainment

Viral News / ବାହା ହେଲେ କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସା: ପ୍ରେମିକ ଫରମାନ୍ ସହ ଥାନାରେ ଦ୍ୱାରସ୍ଥ ହେଲେ ମୋନାଲିସା

Rashmita Mishra
Browse all articles by Rashmita Mishra
·4 months ago·2 min read
ବାହା ହେଲେ କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସା: ପ୍ରେମିକ ଫରମାନ୍ ସହ ଥାନାରେ ଦ୍ୱାରସ୍ଥ ହେଲେ ମୋନାଲିସା
Viral News

Key Points

ପ୍ରେମ ନା ଲଭ୍ ଜିହାଦ୍ ବାହା ହେଲା ପରେ କାହିଁକି ଥାନାକୁ ଗଲେ ମୋନାଲିସା ?
ବାହା ହେଲେ କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସା
ସାଙ୍ଘାତିକ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ
କହିଲେ ଏହା ପ୍ରେମ ନୁହେଁ ଲଭ୍ ଜିହାଦ୍
ପ୍ରେମିକ ଫରମାନ୍ ସହ ଥାନାରେ ଦ୍ୱାରସ୍ଥ ହେଲେ ମୋନାଲିସା

୨୦୨୫ ମହାକୁମ୍ଭ ମେଳାରେ ଭାଇରାଲ୍ ଗାର୍ଲ ମୋନାଲିସାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା । କାରଣ ହଠାତ୍ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମୋନାଲିସା । ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳି ବିକୁଥିବାବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ତାଙ୍କର ଆଖି, ସୌନ୍ଦର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏମିତିକି "ମଣିପୁର ଡାଏରୀ" ନାମକ ଏକ ଫିଲ୍ମର ସୁଟିଂ ସେଟ୍ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।

ହେଲେ ହଠାତ୍ ତାଙ୍କ ବିବାହ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ମୋନାଲିସା ବୟଫ୍ରେଣ୍ଡ୍ ଫରମାନ୍ ଖାନ୍ କୁ ବିବାହ କରିଛନ୍ତି । ଯାହାର ଭିଡିଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଫରମାନ୍ ଖାନଙ୍କ ସହ ଦେଢ ବର୍ଷ ହେବ ସଂପର୍କରେ ଥିଲେ ମୋନାଲିସା । ହେଲେ ପରିବାର ଲୋକେ ତାଙ୍କ ସଂପର୍କକୁ ଅନୁମତି ଦେଉନଥିଲେ । ଶେଷରେ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଫରମାନ ଖାନଙ୍କୁ ବିବାହ କରିଛନ୍ତି ମୋନାଲିସା । ଆଉ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଘର ଲୋକ ଅନ୍ୟତ୍ର ବିବାହ କରିବାକୁ ଚାପ ପକାଉଥିଲେ...ଧମକାଉଥିଲେ । ଯେଉଁଥିପାଇଁ ସେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: କ୍ରିକେଟ ମୈଦାନରେ ପ୍ରେମିକାଙ୍କ ସହ ରୋମାନ୍ସ, ଜେଲ ଯାଇପାରନ୍ତି ହାର୍ଦ୍ଦିକ !

ଘର ଛାଡି ମୋନାଲିସା କେରଳ ପଳାଇଯାଇଛନ୍ତି । ସେଠାରେ ତିରୁଅନନ୍ତପୁରମର ଅରୁମାନୁର ନୈନାର ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ଫରମାନ ମୋନାଲିସାଙ୍କ ବେକରେ ମଙ୍ଗଳସୁତ୍ର ପିନ୍ଧାଉଥିବାର ଦେଖିବାକୁ ମିଳିଛି । ପରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିବା ଜଣାପଡିଛି ।

ମୋନାଲିସା ଏବଂ ଫରମାନ ଖାନ ପ୍ରାୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ । କିନ୍ତୁ ମୋନାଲିସାଙ୍କ ପରିବାର, ବିଶେଷକରି ତାଙ୍କ ବାପା, ଏହି ସମ୍ପର୍କ ବିରୁଦ୍ଧରେ ଥିଲେ । ଯେଉଁଥିପାଇଁ ଦୁହେଁ ପୋଲିସର ଦ୍ୱାରସ୍ଥ ହୋଇ ସୁରକ୍ଷା ମାଗିଥିଲେ । ବିବାହ ପୂର୍ବରୁ, ବୁଧବାର ମାର୍ଚ୍ଚ ୧୧ ତାରିଖରେ ମୋନାଲିସା ଏବଂ ଫରମାନ ତିରୁଅନନ୍ତପୁରମର ଥାମ୍ପାନୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ମୋନାଲିସା ପୋଲିସକୁ ସୁରକ୍ଷା ମାଗିଥିଲେ । ଏବଂ କହିଥିଲେ ଯେ ତାଙ୍କ ବାପା ତାଙ୍କୁ ଜୋରଜବରଦସ୍ତି ଘରକୁ ନେଇଯିବାକୁ ଚେଷ୍ଟା କରୁଛନ୍ତି । ପୋଲିସର କହିବା କଥା ଯେହେତୁ ମୋନାଲିସା ଓ ଫରମାନ୍ ଦୁହେଁ ପ୍ରାପ୍ତ ବୟସ୍କ । ତାଙ୍କ ଇଚ୍ଛା ଅନୁସାରେ ସେମାନେ ବିବାହ କରିପାରିବେ ।

"ମଣିପୁର ଡାଏରୀ" ସହିତ ମୋନାଲିସାଙ୍କୁ ଚଳଚ୍ଚିତ୍ରରେ ଲଞ୍ଚ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା ମୋନାଲିସାଙ୍କ ହଠାତ୍ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖି ଦାବି କରିଛନ୍ତି ଯେ ମୋନାଲିସା ଲଭ୍ ଜିହାଦର ଶିକାର ହୋଇଛନ୍ତି । ପ୍ରେମ ପାଇଂ ନୁହେଁ ବରଂ ପ୍ରଲୋଭନ ଯୋଗୁଁ ବିବାହର ପଦକ୍ଷେପ ନେଇଛନ୍ତି । ଏହା ମୋ ପାଇଁ ସବୁଠୁ ଖରାପ ଦିନ ବୋଲି କହିଛନ୍ତି ସନୋଜ ମିଶ୍ର ।

ପଢନ୍ତୁ ଏହି ଖବର:  ରାତି ୩ଟାରେ ଅନଲାଇନ ଅର୍ଡର ସାଜିଲା ଆଲାର୍ମ; ଏମିତି ଫ୍ଲାଇଟ୍ ଧରିଲେ ଯୁବତୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Viral News | Viral Kumbh Mela Girl Monalisa Marries Lover Farman, Reaches Police Station | Argus News