Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବଦଳିଗଲା ମୋନାଲିସାଙ୍କ ଭାଗ୍ୟ: ଫୁଲ୍‌ଡ୍ରେସରୁ ଟପ୍ସ ସର୍ଟ ଫ୍ୟାଣ୍ଟ ପିନ୍ଧି ନାଚିଲେ

Ritu Das
Browse all articles by Ritu Das
·1 year ago·1 min read
ବଦଳିଗଲା ମୋନାଲିସାଙ୍କ ଭାଗ୍ୟ: ଫୁଲ୍‌ଡ୍ରେସରୁ ଟପ୍ସ ସର୍ଟ ଫ୍ୟାଣ୍ଟ ପିନ୍ଧି ନାଚିଲେ

କୁମ୍ଭମେଳା (୨୦୨୫)ରେ ରାତାରାତି ଭାଇରାଲ ହୋଇଥିଲେ ମୋନାଲିସା। କୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସା ନିଜର ଆଖି ପାଇଁ ଭାଇରାଲ ହୋଇଥିଲେ। ପରେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ତେବେ କେବଳ ତାଙ୍କ ଭାଗ୍ୟ ନୁହେଁ ଜୀବନଶୈଳୀରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ମହାକୁମ୍ଭରେ ଅନେକ ବାବା ମଧ୍ୟ ଭାଇରାଲ ହୋଇଥିଲେ। ତେବେ ନିଜ ନିଆରା ଆଖି ପାଇଁ ମାଳା ବିକୁଥିବା ମୋନାଲିସାକୁ ସମସ୍ତେ ପସନ୍ଦ କରିଥିଲେ। କୁମ୍ଭ ମେଳାରେ ଭାଇରାଲ ହେବା ପରେ ସେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଥିଲେ। ମାଳା ବିକି ପେଟ ପୋଷୁଥିବା ମୋନାଲିସାଙ୍କୁ ବଲିଉଡରେ ବିଗ୍‌ ବ୍ରେକ ମିଳିଥିଲା। ଏହି ବ୍ରେକ୍‌ ତାଙ୍କୁ ଦେଇଥିଲେ ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର। ତେବେ ବର୍ତ୍ତମାନ ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଫୁଲ ଡ୍ରେସ୍‌ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ଡ୍ରେସ୍‌ ପିନ୍ଧୁଛନ୍ତି।


ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ଟପ୍ସ ଓ ସର୍ଟ ଫ୍ୟାଣ୍ଟ ପିନ୍ଧି ଭିଡଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ମୋନାଲିସା ମେକ ଅପ କରିଥିବା ବେଳେ ତାଙ୍କୁ କେହି ଚିହ୍ନି ପାରି ନ ଥିଲେ। ଜଣେ ୟୁଜର ଲେଖିଥିଲେ କୁମ୍ଭ ମେଳାର ମୋନାଲିସା ଓ ଏବେର ମୋନାଲିସାକୁ ଚିହ୍ନିବା କଷ୍ଟ। ସେହିପରି ଆଉଜଣେ ୟୁଜର ଲେଖିଥିଲେ ଏଇ ଜମାନାରେ କାହାରିକୁ ବିଶ୍ବାସ କରିବା ଅସମ୍ଭବ। ସୂଚନାଯୋଗ୍ୟ, ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର ‘ଡାଏରୀ ଅଫ ମଣିପୁର’ ନାମରେ ଫିଲ୍ମଟି କରୁଛନ୍ତି। ଏହି ଫିଲ୍ମ ପାଇଁ ସେ ମୋନାଲିସାଙ୍କୁ ସାଇନ କରିଥିଲେ। ଏହା ସହ ସନୋଜ ବି ଇନଷ୍ଟାଗ୍ରାମରେ ମୋନାଲିସାଙ୍କ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monalisa's fate changed: She danced in a top, short pants, instead of a full dress | Argus News