‘ଭୂତନୀ’ ପରେ 'ସଲାକାର'ରେ କମ୍ବ୍ୟାକ୍ କରିବେ ମୌନି

Key Points
ସଲାକାରରେ ନଜର ଆସିବେ ମୌନି ରୟ
ଅଜିତ ଡୋଭାଲଙ୍କ ଜୀବନି ଉପରେ ହେବ ଆଧାରିତ
ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଅଭିନେତ୍ରୀ ମୌନି ରାୟ । ମୌନି ରାୟ ‘ଭୂତନୀ’ ପରେ ପୁଣି ଦମ୍ଦାର ଅନ୍ଦାଜରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ତାଙ୍କୁ ଖୁବ୍ ଶୀଘ୍ର ଏକ ସ୍ପାଏ ଥ୍ରିଲର ଫିଲ୍ମ ‘ସଲାକାର’ରେ ଦେଖିବାକୁ ମିଳିବ । ଯାହାକୁ ନେଇ ନିଜେ ଅଭିନେତ୍ରୀ ସୂଚନା ଦେଇଛନ୍ତି। ଏହି ନିର୍ଦ୍ଦେଶନାରେ ରହିବେ ଫାରୁକ୍ କବିର । ଯଦିଓ ନିର୍ମାତାମାନେ ଫିଲ୍ମର ମୁଖ୍ୟ କଳାକାରଙ୍କ ନାମ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ତେବେ ମୌନି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ବୋଲି ଜଣାପଡି଼ଛି । ସ୍ୱାଧୀନତା ଦିବସରେ ଫିଲ୍ମଟି ଜିଓ ହଟଷ୍ଟାରରେ ରିଲିଜ୍ ହେବ ।
ଏହି ଫିଲ୍ମରେ ମୌନି ଗୁଇନ୍ଦାଗିରି କରୁଥିବା ନଜର ଆସିବେ । ଫିଲ୍ମଟି ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ଜୀବନ ଓ କ୍ୟାରିୟର ଉପରେ କେନ୍ଦ୍ରିତ ହେବ । ‘ସଲାକାର’ ବ୍ୟତୀତ ତାଙ୍କୁ ଆଗକୁ ‘ହୈ ଜବାନି ତୋ ଇସ୍କ ହୋନା ହୈ’ରେ ଦେଖିବାକୁ ମିଳିବ । ମୌନି ରାୟ ୨୦୦୬ର ଟିଭି ଶୋ’ ‘କ୍ୟୁଁକି ଶାଶ୍ ଭି କଭି ବହୁ ଥି’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଟିଭି ଶୋ’ ‘ନାଗିନ୍’ ଯୋଗୁ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ପରେ ସେ କିଛି ଫିଲ୍ମରେ ନଜର ଆସିଥିଲେ । ମୌନି ବର୍ତ୍ତମାନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍ସ ଫଲୋର୍ସ ମଧ୍ୟ ରହିଛନ୍ତି।