ବଲିଉଡରେ ମୁଭି ମିଳିବାପରେ ବଦଳିଗଲେ ମୃଣାଲ

Key Points
ବଲିଉଡ୍ ଅଭିନେତ୍ରୀ ମୃଣାଲ୍ ଠାକୁର ପୁଣିଥରେ ତାଙ୍କ ବୟାନକୁ ନେଇ ବିବାଦ ଘେରରେ। ଫିଲ୍ମ କରିବାର ମାନେ ନୁହେଁ ଯେ, ତୁମେ କାହାକୁ ବି ଅସମ୍ମାନ କରିବ।
ବଲିଉଡ୍ ଅଭିନେତ୍ରୀ ମୃଣାଲ୍ ଠାକୁର ପୁଣିଥରେ ତାଙ୍କ ବୟାନକୁ ନେଇ ବିବାଦ ଘେରରେ। ଫିଲ୍ମ କରିବାର ମାନେ ନୁହେଁ ଯେ, ତୁମେ କାହାକୁ ବି ଅସମ୍ମାନ କରିବ। ତୁମେ ବଲିଉଡର ସର୍ବେସର୍ବା ନୁହେଁ। କିଏ କଣ ପାଇଁ ମୁଭି କରୁନାହାନ୍ତି ତୁମେ କହିବାକୁ କେହି ନୁହେଁ ବୋଲି ଫ୍ୟାନମାନେ କହିଛନ୍ତି। କିଛି ଦିନ ତଳେ ବଲିଉଡର ଅଭିନେତ୍ରୀ ବିପାଶା ବାସୁଙ୍କ ବିଷୟରେ ତାଙ୍କର ପୁରୁଣା ବୟାନ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ବିପାଶାଙ୍କ ଶାରୀରିକ ଗଠନ ପୁରୁଷଙ୍କ ଭଳି ବୋଲି କହିଥିଲେ। ଟ୍ରୋଲ୍ ହେବା ପରେ, ଅଭିନେତ୍ରୀଙ୍କୁ କ୍ଷମା ମାଗିବାକୁ ପଡିଥିଲା। ଏବେ ମୃଣାଲ୍, ଅନୁଷ୍କା ଶର୍ମାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ କହିଥିବା କଥାଟି ଅନୁଷ୍କାଙ୍କ ପାଇଁ ଥିଲା ବୋଲି ଲୋକେ ଦାବି କରିବା ସହ ତାଙ୍କୁ ଟ୍ରୋଲ କରୁଛନ୍ତି।
ମୃଣାଳ ନିକଟରେ ମିସ୍ ମାଳିନୀଙ୍କୁ ଏକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ତାଙ୍କୁ ଏକ ଏଭଳି ସିନେମା ବିଷୟରେ ପଚରାଯାଇଥିଲା ଯାହାକୁ ସେ ନା କରିଥିଲେ, କିନ୍ତୁ ସେହି ସିନେମାଟି ହିଟ୍ ହୋଇଥିଲା। ମୃଣାଳ ଉତ୍ତର ଦେଇ କହିଥିଲେ, "ଏପରି ଅନେକ ସିନେମା ଅଛି। ଯାହାକୁ ମୁଁ କରିବାକୁ ମନା କରିଥିଲି। କିନ୍ତୁ ସତ କହିବାକୁ ଗଲେ, ମୁଁ ପ୍ରସ୍ତୁତ ନଥିଲି। ଗୋଟିଏ ଫିଲ୍ମ ଥିଲା ତାହା ସୁପରହିଟ୍ ହୋଇଥିଲା ଏବଂ ସେଥିରେ ଥିବା ନାୟିକାଙ୍କୁ ସଫଳତା ମିଳିଥିଲା। କିନ୍ତୁ ମୁଁ ଭାବୁଛି ଯଦି ମୁଁ ସେହି ସିନେମା କରିଥାନ୍ତି ତେବେ ମୁଁ ନିଜର ଅସ୍ତିତ୍ବ ହରାଇ ଦେଇଥାନ୍ତି। ସେହି ଅଭିନେତ୍ରୀ ଏବେ କାମ କରୁନାହାନ୍ତି। କିନ୍ତୁ ମୁଁ କାମ କରୁଛି। ଏହା ମୋର ବିଜୟ। କାରଣ ମୁଁ ତୁରନ୍ତ ପ୍ରସିଦ୍ଧି ଏବଂ ସ୍ୱୀକୃତି ଚାହେଁ ନାହିଁ। ଯେଉଁ ସଫଳତା ତୁରନ୍ତ ମିଳିଯାଏ ତାହା ମଧ୍ୟ ଆପଣଙ୍କଠାରୁ ଶୀଘ୍ର ଚାଲିଯାଏ।" ମୃଣାଲ ଏଠାରେ ଅନୁଷ୍କାଙ୍କ ନାମ ନେଇ ନ ଥିଲେ ବି ସେ ତାଙ୍କ କଥା କହିଥିବା ସୋସିଆଲ ମିଡିଆରେ ଦାବି କରିଛନ୍ତି ଲୋକେ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପିର୍କତ ଖବର...
କାରଣ ପୁରୁଣା ସାକ୍ଷାତକାରରେ ଦବଙ୍ଗ ଷ୍ଟାର ସଲମାନ ଖାନ୍ କହିଥିଲେ ଯେ, ଫିଲ୍ମ ସୁଲତାନ ପାଇଁ ପ୍ରଥମ ପସନ୍ଦ ଥିଲେ ମୃଣାଲ ଠାକୁର। ହେଲେ ପରେ ଏହା ଅନୁଷ୍କାଙ୍କ ହାତକୁ ଯାଇଥିଲା। ଅନୁଷ୍କା ମଧ୍ୟ ଏବେ କାମ ନ କରି ନିଜ ପରିବାରକୁ ସମୟ ଦେଉଛନ୍ତି। ସ୍ବାମୀ ମାନେ ଭାରତୀୟ ଟିମର କିଙ୍ଗ ବିରାଟ କୋହଲି ଏବଂ ଦୁଇ ସନ୍ତାନଙ୍କୁ ନେଇ ଅନୁଷ୍କା ଏବେ ଲଣ୍ଡନରେ ବାସ କରୁଛନ୍ତି। ଅନୁଷ୍କା ମଧ୍ୟ କୌଣସି ବିବାଦରେ ମତ ଦେବାକୁ ପସନ୍ଦ କରନ୍ତି ନାହିଁ। ଏସବୁକୁ ଦେଖି ମୃଣାଲ, ଅନୁଷ୍କାଙ୍କୁ ଅପମାନିତ କରିଥିବା କହିଛନ୍ତି ଲୋକେ। କିଛି ଲୋକ, "ସଫଳତା ମୃଣାଲଙ୍କ ମୁଣ୍ଡରେ ଚଢ଼ିଯାଇଥିବା" କହିବା ସହ କିଛି ଲୋକ କହିଛନ୍ତି ଯେ, "ଅନୁଷ୍କାଙ୍କୁ ବହୁତ ଅଫର ମିଳିଛି। ହେଲେ ସେ ଏହାକୁ ହାତଛଡ଼ା କରିଛନ୍ତି। ତାଙ୍କ କ୍ୟାରିୟର ଶେଷ ହୋଇନାହିଁ।" ସେ ଚାହିଁଲେ ଏବେବି ମୁଭି କରିପାରିବେ। କାରଣ ସେ ତୁମ ଠାରୁ ସିନିୟର। ସିନିୟର ମାନଙ୍କୁ ସମ୍ମାନ କରିବା ଦରକାର। ମଣିଷ ଉପରକୁ ଗଲେ ମନରେ ଅହଂ ଭାବ ନ ଆଣିବା ଦରକାର। ନଚେତ ତୁମେ କେତେବେଳେ ଧରାଶାୟୀ ହୋଇଯିବ। କାରଣ ଅନୁଷ୍କା ଜଣେ ଭଲ ପତ୍ନୀ, ଦୁଇ ସନ୍ତାନଙ୍କ ମା' ଆଉ ଏବେ ବି ତାଙ୍କ ଫିଗର ସେଭଳି ଅଛି। ଅନୁଷ୍କାଙ୍କ ଫ୍ୟାନ ମାନେ ମୃଣାଲଙ୍କ କଥା ଶୁଣି ରାଗି ଯାଇଛନ୍ତି। ତେବେ ଏନେଇ ଅନୁଷ୍କା ଶର୍ମାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।