Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସଲମାନଙ୍କ ବାସଭବନ ଆଗରେ ଯୋଜନାବଦ୍ଧ ଗୁଳିକାଣ୍ଡ

Smruti Parija
Browse all articles by Smruti Parija
·2 years ago·1 min read
ସଲମାନଙ୍କ ବାସଭବନ ଆଗରେ ଯୋଜନାବଦ୍ଧ ଗୁଳିକାଣ୍ଡ

ଅର୍ଗସ ବ୍ୟୁରୋ: ଅଭିନେତା ସଲମାନ ଖାନଙ୍କ ବାସଭବନ ସାମ୍ନାରେ ଗୁଳିମାଡ ଘଟଣାରେ ମୁମ୍ବାଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ମୁମ୍ବାଇ ଆଣି ଜେରା କରାଯିବ । ଗୁଳିମାଡର କାରଣ ସମ୍ପର୍କରେ ଜଣାପଡିନାହିଁ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଗୁଜରାଟର ଭୁଜରୁ ଦୁଇ ଅଭିଯୁକ୍ତ ବିକି ଗୁପ୍ତା ଓ ସାଗର ପାଲକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ରବିବାର ସକାଳେ ଦୁଇ ଜଣ ଅଜଣା ବ୍ୟକ୍ତି ସଲମନ ଖାନଙ୍କ ବାନ୍ଦ୍ରା ବାସଭବନ ସମ୍ମୁଖରେ ଗୁଳିମାଡ କରି ଫେରାର ହୋଇଯାଇଥିଲା । 

ଦୁଇ ଅଭିଯୁକ୍ତ ମୁହଁରେ କପଡା ଗୁଡାଇ ହେଲମେଟ ପିନ୍ଧି ବାଇକରେ ଆସି ଅତର୍କିତ ଚାରି ରାଉଣ୍ଡ ଗୁଳିମାଡ କରିଥିଲା । ଏହା ଏକ ଯୋଜନାବଦ୍ଧ ଗୁଳିମାଡ ହୋଇଥିବାରୁ ତଦନ୍ତ ଦାୟିତ୍ବ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମକୁ ଦିଆଯାଇଛି । ସଲମାନଙ୍କ ବାସଭବନ ସାମ୍ନାରେ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୦୨୨ରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାରର ଧମକ ପରେ ସଲମାନଙ୍କୁ Y PLUS ସୁରକ୍ଷା ଦିଆଯାଉଛି । 

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିବିନିମୟ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mumbai Police has arrested two people in connection with the shooting in Salman Khan's residence | Argus News