Naga Chaitanya / ପୁରୀରେ ପହଞ୍ଚିଲେ ନାଗା-ଶୋଭିତା: ମହାପ୍ରଭୁଙ୍କର ନେଲେ ଆଶୀର୍ବାଦ

Key Points
ସକାଳୁ ସକାଳୁ ପୁରୀରେ ପହଞ୍ଚିଲେ ନାଗା ଚୈତନ୍ୟ
ସାଙ୍ଗରେ ଥିଲେ ପତ୍ନୀ ଶୋଭିତା ଧୁଲିପାଲା
ମହାପ୍ରଭୁଙ୍କର ନେଲେ ଆଶୀର୍ବାଦ
କାଳିଆ ପ୍ରେମରେ ସବୁ ଅନ୍ଧ... କାହିଁ କେତେ ଦୂରରୁ କାଳିଆର ଦର୍ଶନ ପାଇଁ ଭକ୍ତ ସୁଅ ଛୁଟୁଛି । ଆଉ ବର୍ତ୍ତମାନ ପୁରୀରେ ପହଞ୍ଚିଛନ୍ତି ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ । ବିବାହକୁ ଦୁଇ ବର୍ଷ ପୁରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ତେଲୁଗୁ ସୁପରଷ୍ଟାର ଓ ପତ୍ନୀ ଶୋଭିତା ଧୁଲିପାଲା । ଉଭୟ ପାରମ୍ପରିକ ପୋଷାକରେ ସକାଳୁ ପୁରୀରେ ପହଞ୍ଚିଥିଲେ । ନାଗା ଚୈତନ୍ୟ ଧଳା ଧୋତି ପିନ୍ଧିଥିବାବେଳେ ଶୋଭିତା ଏକ ଗାଢା ଲାଲ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଦିଶୁଥିଲେ ।
କଡା ସିକ୍ୟୁରିଟି ମଧ୍ୟରେ ଦୁହେଁ ସିଂହଦ୍ୱାରରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କର କୌଳିକ ପଣ୍ଡା ଏବଂ ମନ୍ଦିର ପ୍ରଶାସନ ତାଙ୍କୁ ସ୍ୱାଗତ କରିଥିଲେ । ଜଗା ଦର୍ଶନ ପରେ ଦୁହେଁ ବେଶ ଖୁସି ଜଣାପଡୁଥିଲେ । ସାଙ୍ଗରେ ବାନା ନେଇ ଫେରିଥିଲେ । ଆଉ ତୁଣ୍ଡରେ ଥିଲା ଜୟ ଜଗନ୍ନାଥ ଧ୍ୱନି । ବଡ ଦାଣ୍ଡରେ ହଠାତ୍ ତାଙ୍କୁ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ପାଇଁ ତାଙ୍କୁ ଦେଖିବାକୁ ଗହଳି ହୋଇଯାଇଥିଲା ।
ନିକଟରେ ଦୁହିଁଙ୍କର ବିବାହକୁ ଦୁଇ ବର୍ଷ ପୁରିଥିଲା । ୨୦୨୪ ଡିସେମ୍ବର ୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଗକୁ ନାଗା ଚୈତନ୍ୟଙ୍କର ନୂଆ ଫିଲ୍ମ ଆସୁଛି । ଭ୍ରୁଷକର୍ମା । ନିକଟରେ ଫିଲ୍ନ ନିର୍ମାତା ଏହାର ପ୍ରଥମ ଝଲକ ଉନ୍ମୋଚନ କରିଥିଲେ । ଫିଲ୍ମଟି ପୌରାଣିକ କାହାଣୀ, ଆଡଭେନ୍ ଚର ଓ ଆକ୍ସନ୍ ରେ ଭରପୂର ।
ସେହପରି ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ମଧ୍ୟ ପୁରୀ ଆସିଥିଲେ । ପୁରା ପରିବାର ସହ ଜଗା ଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଥିଲେ ।
📱 Get Argus News App
✨Related Topics
Explore more stories