ନାଗାଙ୍କ ପାଇଁ ଏମିତି କଲେ ଶୋଭିତା, ଫ୍ୟାନ୍ସ କହିଲେ...

ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ ଏବଂ ଶୋଭିତା। ବିବାହର ୨ ମାସ ନପୁରୁଣୁ ଦୁହିଁଙ୍କ ଭିତରେ ଦେଖାଦେଲାଣି କିଛି ଏପରି କଥା, ଯାହା ଭାଇରାଲ ହେଉଛି । ସାଉଥ ଇଣ୍ଡଷ୍ଟ୍ରୀର ଆଗ ଧାଡିର ଅଭିନେତ୍ରୀ ସାମନ୍ଥାଙ୍କଠୁ ଡିଭୋର୍ସ ନେବା ପରେ ନାଗା ଚୈତନ୍ୟ ଦ୍ୱିତୀୟ ବିବାହ କରିଥିଲେ । ଗତବର୍ଷ ୪ ଡିସେମ୍ୱରରେ ନାଗା ଚୈତନ୍ୟ ଓ ଶୋଭିତା ଧୁଲିପଲ୍ଲା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହ ପରେ ଯେତେବେଳେ ନାଗା ଚୈତନ୍ୟ ନିଜ ସିନେମାରେ ବ୍ୟସ୍ତ ଅଛନ୍ତି, ଠିକ ସେହି ସମୟରେ ଶୋଭିତା ମଧ୍ୟ ନିଜ କ୍ୟାରିଅରକୁ ଆଗକୁ ବଢାଉଛନ୍ତି । ମାତ୍ର ପୂର୍ବରୁ ହଟ ତଥା ବୋଲ୍ଡ ସିନ ଦେଉଥିବା ଶୋଭିତା ବର୍ତ୍ତମାନ ସେଭଳି କାର୍ଯ୍ୟ କରିବାରୁ ଦୂରେଇ ରହିଛନ୍ତି । ସେ ଆଉ ରୋମାଣ୍ଟିକ ଦୃଶ୍ୟରେ ଅଭିନୟ କରିବେ ନାହିଁ ବୋଲି ଜଣା ପଡିଛି ।
ଶୋଭିତା ନିଷ୍ପତ୍ତି ନେଇଛନ୍ତି ଯେ, ବିବାହ ପରେ ସେ ଏଭଳି ସିନେମା ଆଉ କରିବେ ନାହିଁ । ସେ ବର୍ତ୍ତମାନ ସମୟରେ ଅନେକ କାର୍ଯ୍ୟକ୍ରମରେ ଶାଢୀ ପିନ୍ଧି ନଜର ଆସୁଛନ୍ତି । ସିଲଭର ସ୍କ୍ରିନ ସାଙ୍ଗକୁ ଶୋଭିତା ବାସ୍ତବିକ ଜୀବନରୁ ମଧ୍ୟ ଗ୍ଲାମର ଦୁନିଆଠୁ ଦୂରେଇ ରହୁଛନ୍ତି ।
ବହୁତ କମ୍ ଅତିଥିଙ୍କ ଗହଣରେ ହୋଇଥିବା ଏ ବିବାହରେ ବଡ ବଡ କଳାକାର ଭାଗନେଇ ନବ ଦମ୍ପତିଙ୍କୁ ଶୁଭକାମନା ମଧ୍ଯ ଦେଇଥିଲେ । ଏହି ବିବାହ ସମାରୋହର ଭିଡିଓ ଓ ଫଟୋ ଖୁବ ଚର୍ଚ୍ଚା ସାଉଁଟିଥିଲା । ଦୀର୍ଘ ଦିନରୁ ଶୋଭିତାଙ୍କ ସହ ରିଲେସନସିପରେ ଥିବା ସାଉଥ ସୁପରଷ୍ଟାର ନାଗା ତାଙ୍କ ହାତ ଧରି ସଂସାର ଆଗକୁ ବଢାଇବାର ନିଷ୍ପତ୍ତି ନେଇଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: